ETV Bharat / state

ଅଜଣା ରୋଗରେ ଅସୁସ୍ଥ ୩୦ରୁ ଅଧିକ ଛାତ୍ରୀ, ହସ୍ପିଟାଲରେ ଚାଲିଛି ଚିକିତ୍ସା

author img

By ETV Bharat Odisha Team

Published : Jan 28, 2024, 2:03 PM IST

Students sick with unknown disease: ସୁନ୍ଦରଗଡ ଜିଲ୍ଲା ବଣାଇଁ ବ୍ଲକ ଅନ୍ତର୍ଗତ ବୈଦପାଲି ଛାତ୍ରୀବାସରେ ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ । ଅଧିକ ପଢନ୍ତୁ

Etv Bharat
Etv Bharat

ଅଜଣା ରୋଗରେ ଅସୁସ୍ଥ ୩୦ରୁ ଅଧିକ ଛାତ୍ରୀ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇଁ ବୈଦପାଲି ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟର ସେବାଶ୍ରମରେ ଅଜଣା ରୋଗ ଆତଙ୍କ । ଗୋଟିଏ ଦିନରେ ପାଖାପାଖି 30 ଛାତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତେବେ କେଉଁଥିପାଇଁ ସେମାନଙ୍କ ଦେହ ଅସୁସ୍ଥ ହେଲା ସେନେଇ ଜଣାପଡିନାହିଁ । ଲକ୍ଷଣ ଖାଦ୍ୟ ବିଷକ୍ରିୟା ହୋଇଥିବା ଭଳି ଜଣାପଡୁଥିବା ବେଳେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଡାକ୍ତର ।

ଏହାମଧ୍ୟ ପଢନ୍ତୁ..ଅଜଣା ରୋଗ ନେଉଛି ଜୀବନ, ଗାଁରେ ପହଞ୍ଚିଲେ ମେଡିକାଲ ସହ ପ୍ରଶାସନିକ ଟିମ

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବ୍ଲକ ଅନ୍ତର୍ଗତ ବାବୁ ନୁଆଗାଁ ବୈଦପାଲିଠାରେ ଅବସ୍ଥିତ ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟର ସେବାଶ୍ରମର ଛାତ୍ରୀମାନେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପାଖାପାଖି 30 ଜଣ ଛାତ୍ରୀ ଏହି ଅଜଣା ରୋଗ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିବା ବେଳେ ସମସ୍ତ ଛାତ୍ରୀଙ୍କୁ ବଣାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅସୁସ୍ଥ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ସୂଚନା ଅନୁଯାୟୀ, ଗତକାଲି (ଶନିବାର) ରାତିରେ ଖାଇ ସାରିବା ପରେ ଶୋଇବାକୁ ଯାଇଥିଲେ ସେବାଶ୍ରମର ଛାତ୍ରୀମାନେ । ବିଳମ୍ବିତ ରାତିରେ ହଠାତ ମୁଣ୍ଡ ବଥା, ପେଟ ବ୍ୟଥା, ପେଟ କାଟିବା ସହ ଦେହ ହାତ ବ୍ୟଥା ଏବଂ ବାନ୍ତି ହେବା ସହ ଝାଡା ହେବା ଯୋଗୁଁ ଅସୁସ୍ଥ ହୋଇ ପଡ଼ିଥିଲେ । ହଷ୍ଟେଲରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନଥିଲା । ଏହାପରେ ସେମାନଙ୍କୁ ବଣାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ କିଛି ଛାତ୍ରୀ ଭର୍ତ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପାଖାପାଖି 30 ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଛାତ୍ରୀମାନଙ୍କର ସ୍ଥିତିକୁ ଡାକ୍ତର ଅନୁଧ୍ୟାନ କରିଛନ୍ତି । କିଛି ଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ..ହଷ୍ଟେଲ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ, ଜାରି ରହିଛି ଚିକିତ୍ସା

ଅନ୍ୟପଟେ କେଉଁ କାରଣରୁ ଛାତ୍ରୀମାନେ ଅସୁସ୍ଥ ହେଲେ ତାହା ଏବେସୁଦ୍ଧା ଜଣାପଡିନଥିବା ବେଳେ ରିପୋର୍ଟ ଆସିବା ପରେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି । ତେବେ ଲକ୍ଷଣରୁ ଏହା ଖାଦ୍ୟ ବିଷକ୍ରିୟା ଜନିତ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.