ETV Bharat / state

ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଶ୍ବାସରୁଦ୍ଧ ହୋଇ ଚାଲିଗଲା 3 ଜୀବନ

author img

By ETV Bharat Odisha Team

Published : Feb 10, 2024, 12:51 PM IST

Updated : Feb 10, 2024, 3:33 PM IST

Labour Dead of Asphyxiation in Dhenkanal: ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ 3 ଶ୍ରମିକ ମୃତ । ଢେଙ୍କାନାଳ କମଳାଙ୍ଗରେ ଏକ ଇଟାଭାଟିରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

ଇଟାଭାଟିରେ ଶ୍ବାସରୁଦ୍ଧ
ଇଟାଭାଟିରେ ଶ୍ବାସରୁଦ୍ଧ

ଇଟାଭାଟିରେ ଶ୍ବାସରୁଦ୍ଧ

ଢେଙ୍କାନାଳ: ଶୀତ ଏବଂ ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଇଟାଭାଟି ଉପରେ ନିଆଁ ଲଗାଇ ଶୋଇଥିଲେ ପୂରା ପରିବାର । ହେଲେ ଶ୍ବାସରୁଦ୍ଧ ହୋଇ ଚାଲିଗଲା 3 ଜୀବନ । ନିଆଁ ଧୂଆଁରେ ଛାରଖାର ହୋଇଗଲା ପରିବାର । ଅକାଳରେ ଗୋଟିଏ ପରିବାରର 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ରହିଛନ୍ତି । ଢେଙ୍କାନାଳ ଜିଲା କମଳାଙ୍ଗ ନିକଟରେ ରହିଥିବା ଇଟାଭାଟିରେ ଘଟିଛି ଏହି ଅଘଟଣ । ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚେର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଖବର ପାଇଁ କଣ୍ଟା ବଣିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ସ୍ଥିତ ଏକ ଇଟାଭାଟିରେ ଗୋଟିଏ ପରିବାରର 4 ଜଣ ଶୋଇଥିଲେ । ସ୍ବାମୀ ଓ ସ୍ତ୍ରୀଙ୍କ ସହିତ 2 ଛୁଆ ରହିଥିଲେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଇଟାଭାଟି ଉପରେ ଶୋଇଥିଲେ । ତେବେ ଇଟାଭାଟି ଧୂଆଁର ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ ଶ୍ଵାସ ରୁଦ୍ଧ ହୋଇ 3 ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଓ ଗୋଟିଏ ଶିଶୁ ବୋଲି ଜଣାପଡିଛି । ମୃତ ଶିଶୁର ବୟସ 10ବର୍ଷ ହୋଇଥିବା ନେଇ ଅନ୍ୟଜଣେ 15 ବର୍ଷୀୟ ନାବାଳକକୁ ଗୁରୁତର ଅବସ୍ଥାରେ ତାଳଚେର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ଛତିଶଗଡ଼ର ମେଘନାଦ ଭୋଇ, ପତ୍ନୀ ନିରା ଭୋଇ, ୧୦ବର୍ଷର ପୁଅ ଜିତୁ ଭୋଇ ବୋଲି ଜଣାପଡିଛି । ୧୫ ବର୍ଷୀୟ ଶିଵଦାସ ଭୋଇ ଗୁରୁତର ରହିଥିବା ଜଣାପଡିଛି । ପୂରା ପରିବାର କମଳାଙ୍ଗ ସ୍ଥିତ ଇଟାଭାଟିରେ କାର୍ଯ୍ୟ କରୁଥିଲେ । ଖବର ପାଇ କଣ୍ଟା ବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ହସ୍ପିଟାଲରେ ଭର୍ତ୍ତି କରିବା ସହିତ ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ଶେଷ ହେବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ । ଅନ୍ୟପଟେ ଏହି ବଡ ଧରଣର ଅଘଟଣ ପରେ ଇଟାଭାଟି ମାଲିକ ଫେରାର ହୋଇଯାଇଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ରାସ୍ତା କଡରେ ବେଆଇନ ଭାବେ ଜଳୁଛି ଇଟାଭାଟି, ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ସୂଚନା ଥାଉକି,ଏହି କଣ୍ଟା ବଣିଆ ଥାନା ଅଞ୍ଚଳର ବ୍ରାହ୍ମଣୀ ନଦୀ କୂଳରେ ଅନେକ ବେଆଇନ ଇଟାଭାଟି ଗଢି ଉଠିଛି । ଏହି ଇଟା ଭାଟି ମାଲିକମାନେ ରାଜ୍ୟ ତଥା ରାଜ୍ୟ ବାହାର ଛତିଶଗଡ଼ ଅଞ୍ଚଳରୁ ଆଦିବାସୀ ଶ୍ରମିକମାନଙ୍କୁ ଆଣି ଇଟାଭାଟି କାମରେ ଲଗାଇଥାନ୍ତି । ଶ୍ରମିକମାନେ ତାଙ୍କ ପରିବାର ସହିତ ଆସି ଇଟାଭାଟି ପାଖରେ ଅସ୍ଥାୟୀ ଛୋପର ପଟି କୁଡ଼ିଆରେ ରହିଥାନ୍ତି । ମାତ୍ର ଏହି ଅଞ୍ଚଳରେ ହାତୀ ଉପଦ୍ରବ ସାଙ୍ଗକୁ ଶୀତ ଦାଉରୁ ରକ୍ଷା ପାଇଁ ଶ୍ରମିକମାନେ ବେକେ ବେଳେ ରାତିରେ ଇଟାଭାଟି ଉପରେ ଶୋଇଥାନ୍ତି । ସୂଚନା ଥାଉକି, ଏହି ଅଞ୍ଚଳରେ ଅନେକ ଇଟାଭାଟି ବେଆଇନ ଭାବେ ଗଢି ଉଠିଥିବାବେଳେ, ଗତ କିଛି ମାସ ପୂର୍ବେ ସ୍ଥାନୀୟ ମାନପୁର ନିକଟରେ ଘରେ ଶୋଇଥିବା 2 ଶ୍ରମିକଙ୍କର ଶ୍ଵାସରୁଦ୍ଧ ଜନିତ ମୃତ୍ୟୁ ଘଟିଥିଲା । ଏହାରି ଭିତରେ ପୁଣି ଆଜି 3ଜଣଙ୍କ ମୃତ୍ୟୁ ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 10, 2024, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.