ETV Bharat / state

'ଇଟିଭି ଭାରତ' ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ସଙ୍ଘର ଶୋକ ବ୍ୟକ୍ତ

author img

By ETV Bharat Odisha Team

Published : Feb 22, 2024, 5:43 PM IST

Updated : Feb 22, 2024, 5:56 PM IST

Pension Scheme for Media personnel: ‘ଇଟିଭି ଭାରତ’ ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନଙ୍କ ବିୟୋଗରେ ଶୋକ ପ୍ରକାଶ କଲା ଓଡିଶା ସାମ୍ବାଦିକ ସଙ୍ଘ । ଏଭଳି ଅକାଳ ବିୟୋଗ ଲାଗି 'ସାମ୍ବାଦିକ ସୁରକ୍ଷା ବ୍ୟବସ୍ଥା' ସହ ପେନସନ ବ୍ୟବସ୍ଥା ଲାଗୁ ପାଇଁ ବରିଷ୍ଠ ସାମ୍ବାଦିକଙ୍କ ଦାବି । ଅଧିକ ପଢନ୍ତୁ

Senior Journalist Rabi das
Senior Journalist Rabi das

'ଇଟିଭି ଭାରତ' ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ସଙ୍ଘର ଶୋକ ବ୍ୟକ୍ତ

ଭୁବନେଶ୍ବର: ‘ଇଟିଭି ଭାରତ’ର ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛି ଓଡ଼ିଶା ସାମ୍ବାଦିକ ସଙ୍ଘ । ଭୁବନେଶ୍ବରରେ ଆଜି (ଗୁରୁବାର) ଏନେଇ ଡଟକମଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିବା ବେଳେ ତାଙ୍କର ଅମର ଆତ୍ମାର ସତଗତି କାମନା କରିଛନ୍ତି ଉପସ୍ଥିତ ସାମ୍ବାଦିକ, ଭିଡିଓ ଜର୍ଣ୍ଣାଲିଷ୍ଟ ବା କ୍ୟାମେରା ମ୍ୟାନ୍‌ । ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା ।

ଆଜି ଶୋକସଭାରେ ଉପସ୍ଥିତ ସାମ୍ବାଦିକମାନେ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଇ ସମସ୍ତେ ଭାବବିହ୍ବଳ ହୋଇଥିଲେ । ଗଣମାଧ୍ୟମ ଜଗତର ସହଯୋଗୀମାନେ ତାଙ୍କର ସ୍ମୃତି ଚାରଣ କରିଥିବା ବେଳେ କାନ୍ଦି ପକାଇଥିଲେ । ଫଳରେ ପୁରା ପରିବେଶ ଶୋକାକୁଳ ହୋଇପଡିଥିଲା । ମନୋରଞ୍ଜନ କେବଳ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ନଥିଲେ ବ୍ୟକ୍ତିଗତ ଭାବେ ସେ ଜଣେ ଉତ୍ତମ ମଣିଷ ହୋଇଥିବାରୁ ତାଙ୍କ ସହ ବିତାଇଥିବା ପଛ କଥାକୁ ମନେ ପକାଇ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ ।

ଏହା ବି ପଢନ୍ତୁ- ‘ଇଟିଭି ଭାରତ’ ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ପରଲୋକ, ଶୋକରେ ଓଡ଼ିଆ ଗଣମାଧ୍ୟମ ଜଗତ

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରବି ଦାସ ଦିବଙ୍ଗତ ମନୋରଞ୍ଜନ ସାହୁଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଏହାସହ ସାମ୍ବାଦିକଙ୍କ ଏଭଳି ଅସମୟର ମୃତ୍ୟୁକୁ ନେଇ ବିଶେଷ କରି ଅସୁସ୍ଥତା କାରଣରୁ ଏଭଳି ଅକାଳ ମୃତ୍ୟୁକୁ ନେଇ ସାମ୍ବାଦିକ ସୁରକ୍ଷା ବ୍ୟବସ୍ଥା ସହ ପେନସନ ବା ଭତ୍ତା ବ୍ୟବସ୍ଥା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ କରିଛନ୍ତି । କାରଣ ଅନେକ ସମୟରେ କାର୍ଯ୍ୟ ଵ୍ୟସ୍ତତାରେ ସାମ୍ବାଦିକମାନେ ନିଜ ଶରୀର ପ୍ରତି ଯତ୍ନଶୀଳ ନ ହେବା ଯୋଗୁଁ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି । ଏପରିକି ଅନେକଙ୍କ ଏପରି ଅକାଳରେ ମୃତ୍ୟୁ ଘଟୁଛି । ତେଣୁ ସାମ୍ବାଦିକଙ୍କ ଜୀବନର ସୁରକ୍ଷା ପାଇଁ 'ସାମ୍ବାଦିକ ସୁରକ୍ଷା ବ୍ୟବସ୍ଥା' ସହ ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।

ସୂଚନା ଥାଉ କି ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ଗତକାଲି ୨ଟା ୩୦ ସମୟରେ ୪୯ ବର୍ଷ ବୟସରେ ମନୋରଞ୍ଜନଙ୍କର ଦେହାନ୍ତ ଘଟିଥିଲା । ତାଙ୍କ ଅକାଳ ଵିୟୋଗକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁକୁ ନେଇ ଓଡ଼ିଶାର ଗଣମାଧ୍ୟମ ଜଗତରେ ବି ଶୋକର ଛାୟା ଖେଳିଯାଇଛି । ତାଙ୍କର ଅବର୍ତ୍ତମାନରେ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 22, 2024, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.