ETV Bharat / state

ସମୁଦ୍ର କୂଳରେ ବାଲୁକା କଳା ପ୍ରଶିକ୍ଷଣ ଦେଲେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ - Satya Narayan gave Training

author img

By ETV Bharat Odisha Team

Published : May 25, 2024, 2:01 PM IST

Satya Narayan gave Sand art Training: ୬୦ ବିଦ୍ୟାର୍ଥୀଙ୍କୁ ସମୁଦ୍ର କୂଳରେ ବାଲୁକା କଳା ପ୍ରଶିକ୍ଷଣ ଦେଲେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ । ଅଧିକ ପଢନ୍ତୁ

Satya Narayan gave Sand art Training
Satya Narayan gave Sand art Training (ETV Bharat Odisha)

ବ୍ରହ୍ମପୁର: ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଆରା ପଦକ୍ଷେପ । ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀଙ୍କୁ ଶିଖାଇଲେ ବାଲୁକା କଳା । ପ୍ରାୟ ୬୦ ଜଣ ବିଦ୍ୟାର୍ଥୀଙ୍କୁ ସମୁଦ୍ର କୂଳରେ ବାଲୁକା କଳା ପ୍ରଶିକ୍ଷଣ ପ୍ରଦାନ କଲେ ବ୍ରହ୍ମପୁର ସହରର ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା । ବର୍ତ୍ତମାନ ଶିକ୍ଷାଦାନ ଶେଷ ପରେ ସବୁଠି ଗ୍ରୀଷ୍ମକାଳୀନ ଛୁଟି ରହିଥିବା ବେଳେ ଏଭଳି ସମୟରେ ବିଦ୍ୟାର୍ଥୀଙ୍କ ନିମନ୍ତେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଗୋପାଳପୁର ନିକଟବର୍ତ୍ତୀ ଆର୍ମି ଏୟାର ଡିଫେନ୍ସ କଲେଜର ପରିବାରର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ସତ୍ୟ ଏଭଳି ବଙ୍ଗୋପସାଗର ବାଲୁକା କଳାରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପୂର୍ବରୁ ସତ୍ୟ ମହାରଣା ରାଜ୍ୟ ତଥା ଦେଶର ବିଭିନ୍ନ କାର୍ଯ୍ୟକ୍ରମରେ ଅନେକ ପ୍ରତିକୃତି ପ୍ରସ୍ତୁତ କରି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି ।

Satya Narayan gave Sand art Training
Satya Narayan gave Sand art Training (ETV Bharat Odisha)

ସମୁଦ୍ର କୂଳରେ ରହିଥିବା ବାଲିରେ ପ୍ରାୟ ୬୦ ଜଣ ବିଦ୍ୟାର୍ଥୀମାନେ ବାଲିରେ ଭଳିକି ଭଳି ବାଲୁକା କଳା ପ୍ରଶିକ୍ଷଣ ନେଉଥିଲେ । ମୁଖ୍ୟତଃ ଏହି କଳାର ମୁଖ୍ୟ ଆକର୍ଷଣ ରହିଥିଲା ପରିବେଶ ଓ କଇଁଛ ସୁରକ୍ଷା, ବୃକ୍ଷରୋପଣକୁ ନେଇ ବାଲୁକା କଳା ମାଧ୍ୟମରେ ରହିଥିବା କଳାକୃତିକୁ ପ୍ରଶିକ୍ଷଣ ଦେଇଥିଲେ ସତ୍ୟ ମହାରଣା । ସେପଟେ ସତ୍ୟଙ୍କ ଏହି କଳାକୁ ଅତ୍ୟନ୍ତ ଆଗ୍ରହର ସହିତ ଛାତ୍ର ଛାତ୍ରୀମାନେ ବହୁତ ଖୁସିରେ କଳାକୃତି ପ୍ରଦର୍ଶନ କରିଥିଲେ । କମ୍ ସମୟରେ ଅତ୍ୟନ୍ତ ସୁନ୍ଦର ଭାବେ ତିଆରି କରିଥିବା ସୂଚନା ଦେଇଛନ୍ତି ସତ୍ୟ ନାରାୟଣ ମହାରଣା ।

ଏହା ମଧ୍ୟ ପଢନ୍ତୁ: ସ୍ୟାଣ୍ଡ ଆନିମେସନ୍‌ରେ ରାଣୀ ସାହେବା, ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବ ବାଲୁକାଶିଳ୍ପୀ ସତ୍ୟ ମହାରଣା



ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା ପୂର୍ବରୁ ଅନେକ ଛୋଟ ଛୋଟ କଳାକୃତି କରି ଅନେକ ରେକର୍ଡର ଅଧିକାରୀ ହୋଇଥିବା ବେଳେ ସତ୍ୟ ନିଜ ପାଖରେ ରହିଥିବା କଳାକୁ ନୂତନ ଯୁବ ବର୍ଗ ଏବଂ ଆଗାମୀ ପିଢ଼ିଙ୍କ ମଧ୍ୟରେ ଏହାର ପ୍ରଚାର ପ୍ରସାର କରିବାକୁ ପ୍ରାୟାସ କରୁଥିବା ଦେଖାଯାଇଛି । ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଅବକାଶ ସମୟରେ ସତ୍ୟ ନିଜର ଏଭଳି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ତାଲିମ ପ୍ରଦାନ କରୁଥିବା ଏକ ପ୍ରକାର ପ୍ରଶଂସନୀୟ କାର୍ଯ୍ୟ ଅଟେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.