ETV Bharat / state

ରାମମୟ ହେଲା ନିଆଳି, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ଚତୁଃର୍ଦିଗ

author img

By ETV Bharat Odisha Team

Published : Jan 22, 2024, 10:11 PM IST

Ram Lalla Pran Pratishtha Utsav: ରାମ ନାମରେ ଧ୍ୱନୀରେ ପ୍ରକମ୍ପିତ ହୋଲ ସାରା ଦେଶ । ନିଆଳି ଶ୍ରୀରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ରାମ ଚରିତ ମାନସ ଶୁଣି ଭାବବିହ୍ୱଳ ହୋଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ରାମମୟ ହେଲା ନିଆଳି , ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ଚତୁଃର୍ଦିଗ
ରାମମୟ ହେଲା ନିଆଳି , ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ଚତୁଃର୍ଦିଗ

ରାମମୟ ହେଲା ନିଆଳି , ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ଚତୁଃର୍ଦିଗ

ନିଆଳି: ଗୋଟିଏ ପଟେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଚାଲିଥିବାବେଳେ ଅନ୍ୟପଟେ ଦେଶର କୋଣ ଅନୁକୋଣରେ ରାମମୟ ପରିବେଶ ସୃଷ୍ଟି ହୋଇଛି । ଆଜିର ଦିନକୁ ଦୀର୍ଘ ୫ଶହ ବର୍ଷର ହେବ ଅପେକ୍ଷା କରିଥିଲେ ଦେଶବାସୀ । ଏହି ଅବସରରେ କଟକ ଜିଲ୍ଲା ନିଆଳି ଅଞ୍ଚଳ ମଧ୍ୟ ଉତ୍ସବମୁଖର ହୋଇଉଠିଛି । ନିଆଳି ଶ୍ରୀରାମ ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଯୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା, ଧୂପଦୀପ, ହୁଳହୁଳି, ହରିବୋଲ ଏବଂ ଜୟ ଶ୍ରୀରାମ ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଛି ।

ଅନ୍ୟପଟେ ମନ୍ଦିରରେ ଆୟୋଜିତ ହୋଇଥିବା ରାମ ଚରିତ ମାନସ ପାଠ ଶ୍ରଦ୍ଧାଳୁଙ୍କୁ ଭାବବିହ୍ୱଳ କରିଛି । ପ୍ରତ୍ୟେକ ଓଡିଆ ଘରେ ପୂଜାର୍ଚ୍ଚନା କରାଯିବା ସହ ଆଜି ସଂଧ୍ୟା ସମୟରେ ଦ୍ୱୀତିୟ ଦିପାବଳୀ ଭାବରେ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆଜି ସକାଳୁ ସକାଳୁ ପ୍ରତ୍ୟେକ ଓଡିଆ ଘରେ ଶ୍ରୀରାମଙ୍କ ପାଇଁ ଦୀପ ଜାଳି ପ୍ରଭୁଙ୍କୁ ସ୍ମରଣ କରିଥିଲେ । ୫୦୦ ବର୍ଷ ତଳର ସ୍ୱପ୍ନ ସାକାର ହୋଇଥିବାରୁ ପ୍ରତ୍ୟେକ ଓଡିଆ ନିଜକୁ ଗର୍ବିତ ବୋଲି ଶ୍ରୀରାମ ଭକ୍ତମାନେ କହିଛନ୍ତି ।‌

ଏହା ମଧ୍ୟ ପଢନ୍ତୁ ...ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ

ଏହା ମଧ୍ୟ ପଢନ୍ତୁ ....ତ୍ରେତୟା ଯୁଗରେ ପ୍ରବେଶ କରିବାର ଅନୁଭବ, ରାମରାଜ୍ୟର ଆରମ୍ଭ: ଯୋଗୀ

ଏହା ମଧ୍ୟ ପଢନ୍ତୁ .....ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 'ଆମ ଲାଲା ଆଉ ଟେଣ୍ଟରେ ରହିବେ ନାହିଁ'

ସେହିପରି ପୁରୀ ଜିଲ୍ଲା ଚାରି ସ୍ଥିତ ନୂଆଗାଁ ଗ୍ରାମରେ ଥିବା ଆତ୍ମାରାମ ବାଳାଶ୍ରମରେ ପ୍ରାତଃରୁ ଶ୍ରୀରାମଙ୍କ ପୂଜା ଅର୍ଚ୍ଚନା, ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହାସହ ସାଧୁ ସନ୍ଥମାନଙ୍କ ଦ୍ବାରା ଶ୍ରୀରାମ ଚରଣ ଗାନ ସହିତ ଆଶ୍ରମରେ ମୁନଷ୍ମିନି ସ୍ବାଇଁ ଶ୍ରୀରାମ ଚରିତ ମାନସ ପାଠନ କରିଥିଲେ । ରାମଙ୍କ ନାମରେ ଶ୍ରଦ୍ଧାଳୁମାନେ ହଜିଯାଇଥିଲେ । ସେହିପରି ନୂଆଗାଁ ଆତ୍ମାରାମ ବାଳାଶ୍ରମର ଏକ ମିନି ଅଯୋଧ୍ୟା ସୃଷ୍ଟି ହୋଇଥିଲା । ଆଖପାଖ ଅଞ୍ଚଳର ହଜାର ଭକ୍ତଙ୍କ ଆଜି ଶ୍ରୀରାମ ମନ୍ଦିରରେ ଗହଳି ଲାଗି ରହିଥିଲା । ଅନ୍ୟପଟେ ଏଠାକୁ ବହୁ ରାଜନେତାମାନେ ମଧ୍ୟ ପ୍ରଭୁଙ୍କ ଆଶିଷ ଲାଭ କରିଥିବା ଦେଖିବାକୁ ମିଳିଛି । ପ୍ରାତଃରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଶ୍ରୀରାମ ମନ୍ଦିରରେ ରାମ ଚରିତ ମାନସ ପାଠ ସହିତ ଶ୍ରୀରାମଙ୍କ ନାମ ଯପ କରାଯିବ ବୋଲି ଭକ୍ତମାନଙ୍କ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ , ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.