ETV Bharat / state

ଆହୁରି 3 ଦିନ ବର୍ଷା ସହ ବିଜୁଳି ଘଡ଼ଘଡ଼ି - Odisha Weather

author img

By ETV Bharat Odisha Team

Published : May 13, 2024, 8:23 PM IST

Odisha Weather Update: ଜାରି ରହିଛି କାଳବୈଶାଖୀ । ଆହୁରି 3 ବର୍ଷା ଲାଗି ରହିବ । ବର୍ଷା ସହ ବିଜୁଳି ଘଡଘଡ଼ିକୁ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଅଧିକ ପଢ଼ନ୍ତୁ

ଆହୁରି 3 ଦିନ ବର୍ଷା ସହ ବିଜୁଳି ଘଡ଼ଘଡ଼ି
ଆହୁରି 3 ଦିନ ବର୍ଷା ସହ ବିଜୁଳି ଘଡ଼ଘଡ଼ି (ETV Bharat Odisha)

ଆହୁରି 3 ଦିନ ବର୍ଷା ସହ ବିଜୁଳି ଘଡ଼ଘଡ଼ି (@mcbbsr)

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି । ସେହିପରି କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଲାଗି ରହିଛି । ଆହୁରି 3 ଦିନ ରାଜ୍ୟରେ ଅନେକ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆହୁରି 3 ଦିନ ବର୍ଷା ସହ ବିଜୁଳି ଘଡ଼ଘଡ଼ି
ଆହୁରି 3 ଦିନ ବର୍ଷା ସହ ବିଜୁଳି ଘଡ଼ଘଡ଼ି (@mcbbsr)

ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ଆହୁରି 3 ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବାର ସମ୍ଭାବନା ରହିଛି । ଆସନ୍ତାକାଲି ଅର୍ଥାତ 14 ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ କନ୍ଧମାଳ, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ ଓ ରାୟଗଡାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୫ ତାରିଖରେ ମଧ୍ୟ ବର୍ଷା ସହ ବିଜୁଳି ଘଡଘଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୫ ତାରିଖ ପର ବେଳକୁ ପାଣିପାଗର କୌଣସି ନିୟାମକ ରାଜ୍ୟରେ ସକ୍ରିୟ ନଥିବା ବେଳେ ସତର୍କ ସୂଚନା ନାହିଁ । ପରେ ୧୮ ତାରିଖ ବେଳକୁ ଖରା ଓ ଗରମ ଫେରିବା ସହ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ..ଆଗାମୀ 3 ଦିନ ଜାରି ରହିବ ବର୍ଷା - WEATHER UPDATE

ସେପଟେ କାଳବୈଶାଖୀ ପ୍ରଭାବରେ ଆଜି କିଛି କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । 3 ଜିଲ୍ଲା କେନ୍ଦୁଝର, ଅନୁଗୋଳ ଢେଙ୍କାନାଳରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିଶେଷ ଭାବେ ବର୍ଷା ସମ୍ଭାବନା ରହିଥିଲା । ବିଜୁଳି ଘଡଘଡି ସହ ଝଡ ତୋଫାନ ହେବାର ସମ୍ଭାବନା ଥିବାବେଳେ ପବନର ବେଗ ୪୦ ରୁ ୫୦ କିଲୋମିଟର ବହିବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ସମ୍ବଲପୁର ରେଢାଖୋଲାରେ ସର୍ବାଧିକ 77 .୦୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ହେଉଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.