ETV Bharat / state

ପୁରୀ ନାବାଳିକା ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା, ଗିରଫ ହେଲା ସୈତାନ ବାପା

author img

By ETV Bharat Odisha Team

Published : Feb 22, 2024, 12:35 PM IST

Updated : Feb 22, 2024, 2:13 PM IST

ପୁରୀ ନାବାଳିକା ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା
ପୁରୀ ନାବାଳିକା ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା

Puri Minor Girl Rape Case: ନିଜ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲା ସୈତାନ ବାପା । ନାବାଳିକା ଝିଅ ଜୀବନ ହାରିବା ପରଠୁ ଅଭିଯୁକ୍ତ ଫେରାର୍ ଥିଲା । ଅଧିକ ପଢନ୍ତୁ

ପୁରୀ ନାବାଳିକା ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା,

ନିମାପଡ଼ା: ଧରାପଡିଲା ସୈତାନ ବାପା । ନିଜ ଝିଅ ସହ ଦୁଷ୍କର୍ମ କରିବା ଅଭିଯୋଗ ପରେ ଫେରାର୍ ଥିବା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଅଭିଯୁକ୍ତ ମଳୟ ରଞ୍ଜନ ମହାନ୍ତି ଗିରଫ ହୋଇଛି । କୋଣାର୍କ ଥାନା ମାଧିପୁରୁ ଛକରୁ ତାକୁ ଗିରଫ କରାଯାଇଛି । ପରେ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାକୁ ନିମାପଡା ଉପକାରାଗାରକୁ ପଠାଯାଇଥିବା ସୂଚନା ମିଳିଛି । ଗତ ୧୯ ତାରିଖରେ ପୀଡ଼ିତା ନାବାଳିକା ଝିଅର ଆତ୍ମହତ୍ୟା ପରଠୁ ଅଭିଯୁକ୍ତ ମଳୟ ରଞ୍ଜନ ଫେରାର୍ ହୋଇଯାଇଥିଲା । ସେ ନିଜ ଝିଅ ସହ ଦୁଷ୍କର୍ମ କରିଥିବାରୁ ବାଧ୍ୟ ହୋଇ ଝିଅଟି ଜୀବନ ହାରିଥିବା ତା'ର ମାଆ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଖୋଜାଖୋଜି କରୁଥିବା ବେଳେ ଶେଷରେ ତାକୁ ଗିରଫ କରାଯାଇଛି ।

ଗତ ୧୯ ତାରିଖ ଦିନ ପୁରୀ ଜିଲ୍ଲା ଗୋପ ଅଞ୍ଚଳରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ତେବେ ନିଜ ବାପା ଝିଅଟି ସହ ଦୁଷ୍କର୍ମ କରୁଥିବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତର ସ୍ତ୍ରୀ ତଥା ମୃତ ନାବାଳିକାର ମାଆ ଓ ସମ୍ପର୍କୀୟ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, କିଛି ଦିନ ହେବ ବାପା ମଳୟ ରଞ୍ଜନ ମହାନ୍ତି ନିଜ ବଡ଼ ଝିଅକୁ ଦୁଷ୍କର୍ମ କରୁଥିଲା । ଝିଅ ମାଆ ଘରେ ନଥିବା ବେଳେ ବାପା ମଦ ପିଇ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲା । ଏହା ସହିନପାରି ଗତ ୧୯ ତାରିଖରେ ଝିଅ ନିଜ ଜୀବନ ହାରିବା ପରେ ବାପା ଫେରାର୍ ହୋଇଯାଇଥିଲା।

ଏହା ମଧ୍ୟ ପଢନ୍ତୁ: ଝିଅ ଉପରେ ବାପାର ଖରାପ ନଜର, ଦୁର୍ବ୍ୟବହାର ପରେ ଜୀବନ ହାରିଲେ ନାବାଳିକା

ପୀଡିତାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଯୋଜନା କରିଥିଲା । ଯୋଜନା ମୁତାବକ, ମହିଳା ଫୋନ ଯୋଗେ ଅଭିଯୁକ୍ତ ସ୍ବାମୀକୁ କୋଣାର୍କ ଥାନା ଅଧିନ ମାଧିପୁରୁ ଛକକୁ ଡକାଇଥିଲେ । ସେ ପହଞ୍ଚିବା ପରେ ପୂର୍ବରୁ ସେଠାରେ ଜଗି ବସିଥିବା କୋଣାର୍କ ପୋଲିସ ଅଭିଯୁକ୍ତକୁ କାବୁ କରିନେଇଥିଲା । ଏହାପରେ ତାକୁ ପୋଲିସ ଗିରଫ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାକୁ ଅଭିଯୁକ୍ତକୁ ନିମାପଡା ଉପକାରାଗାରକୁ ପଠାଇ ଦିଆଯାଇଛି । ସେପଟେ ପୀଡିତା ନାବାଳିକାଙ୍କ ମାଆ ନିଜ ସ୍ବାମୀକୁ ଫାଶୀଦଣ୍ଡ ଦେବାକୁ ଦାବି କରିଛନ୍ତି । କୋଣାର୍କ ଅଞ୍ଚଳ ବାସିନ୍ଦା ମଧ୍ୟ ଅଭିଯୁକ୍ତକୁ ଫାଶୀଦଣ୍ଡ ଦାବି କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

Last Updated :Feb 22, 2024, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.