ETV Bharat / state

ଇଆଇସିଏସ ହସ୍ପିଟାଲ ଆଗରେ ଗଣଧାରଣା, ନିଯୁକ୍ତିରେ ଅନିୟମିତତା ଅଭିଯୋଗ

author img

By ETV Bharat Odisha Team

Published : Feb 8, 2024, 6:44 PM IST

Public Protest in Angul: ଇଆଇସିଏସ ହସ୍ପିଟାଲ ଆଗରେ ଗଣ ଧାରଣା । ନର୍ସିଂ ଅଡ଼ରଲୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଗଣ ଧାରଣା
ଗଣ ଧାରଣା

ଅନୁଗୋଳ: ଠିକା କର୍ମଚାରୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ଇଆଇସିଏସ ହସ୍ପିଟାଲ ଆଗରେ ଗଣଧାରଣା । ଅନୁଗୋଳ ଜିଲ୍ଲା ଇଆଇସିଏସ ହସ୍ପିଟାଲରେ ଠିକା କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଯୋଗ୍ୟତା ଥାଇ ମଧ୍ୟ ନିଯୁକ୍ତି ମିଳି ନଥିବା କହିଛନ୍ତି ଆନ୍ଦୋଳନକାରୀ । ଅନ୍ୟପଟେ ଲାଞ୍ଚ ନେଇ ନିଯୁକ୍ତି ଦେଇଥିବା ଅଭିଯୋଗରେ ପ୍ରତିବାଦ ସାଙ୍ଗକୁ ସିବିଆଇ ତଦନ୍ତ ଦାବି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରେ ଜାରି ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ଧାରଣାକାରୀମାନେ ଅଭିଯୋଗ କରିଛନ୍ତି ଯେ, ନିଯୁକ୍ତି ପାଇଁ ହୋଇଥିବା ସାକ୍ଷାତକାର ପରୀକ୍ଷାରେ ସେମାନେ କୃତକାର୍ଯ୍ୟ ହୋଇଥିଲେ। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ଦକ୍ଷତା ସେମାନଙ୍କ ପାଖରେ ଅଛି । କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ଅଧିକାରୀ ଅନ୍ୟ ପିଲାଙ୍କ ଠାରୁ ଲାଞ୍ଚ ନେଇ ନିଯୁକ୍ତି ଦେଇଛନ୍ତି । ତେଣୁ ଏହାର ଭିଜିଲାନ୍ସ ତଦନ୍ତ ହେଲେ ସବୁ ପଦାକୁ ଆସିବ । ଏନେଇ ଧାରଣାକାରୀ ମାନେ ଇଆଇସିଏସ ଉଚ୍ଚ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସେମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଧାରଣା ଚାଲୁ ରଖିବାକୁ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ଜମି ମାପିବା ପାଇଁ ନେଉଥିଲେ ୮ ହଜାର ଲାଞ୍ଚ, ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ

ଘଟଣା ନେଇ ଆବେଦନ କାରୀ ରଶ୍ମିତା ସାହୁଙ୍କ କହିଛନ୍ତି ତାଙ୍କର ସାକ୍ଷାତକାର ସଠିକ ଭାବରେ ହୋଇଥିଲା । ପରେ ତାଙ୍କୁ ଫଳାଫଳ ଜଣେଇ ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ପରେ ସେ ଜାଣିବାକୁ ପାଇଥିଲେ ଲାଞ୍ଚ ନେଇ ଅନେକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଅନ୍ୟତମ ଆନ୍ଦୋଳନ କାରୀ ସୌମ୍ୟ ରଞ୍ଜନ ସିଂ ଅଭିଯୋଗ କରିଛନ୍ତି ଯେ ‘‘ଯେଉଁମାନେ ଇଣ୍ଟରଭିୟୁ କଲେ ସେମାନେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇ ନିଯୁକ୍ତି ରେ ଅନିୟମିତତା କରିଛନ୍ତି । ଏହାର ତଦନ୍ତ କରାଯାଉ ।’’ ତେବେ ତାଙ୍କ ସହିତ ହୋଇଥିବା ଅନ୍ୟାୟର ପ୍ରତିବାଦ କରି ସେମାନେ ଆନ୍ଦୋଳନ କରିଛନ୍ତି । ଏହି ବେଆଇନ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ତେବେ ଏହିଭଳି ଘଟଣା ଅନେକ ଥର ଗଣମାଧ୍ୟମକୁ ଆସୁଥିଛି । ଅନେକ ଥର ଉପଯୁକ୍ତ ପ୍ରାର୍ଥୀ ନିଯୁକ୍ତି ନପାଇ ହତାସ ହେଉଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.