ETV Bharat / state

ରାଜରାସ୍ତାକୁ ଓହ୍ଲାଇବ ଘରୋଇ ହୋମିଓପାଥି ଡ଼ାକ୍ତର ସଂଘ, ସାମିଲ ହେବେ 15 ହଜାରରୁ ଉର୍ଦ୍ଧ୍ୱ ଚିକିତ୍ସକ

author img

By ETV Bharat Odisha Team

Published : Feb 5, 2024, 7:16 PM IST

Private Homeopathic Doctors Association Protest: ଆସନ୍ତା 7ରୁ 9 ତାରିଖ ମଧ୍ୟରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବେ ଘରୋଇ ହୋମିଓପାଥି ଚିକିତ୍ସକ ସଂଘ । ଅଧିକ ପଢନ୍ତୁ

Private Homeopathic Doctors Association Protest
Private Homeopathic Doctors Association Protest

ରାଜରାସ୍ତାକୁ ଓହ୍ଲାଇବ ଘରୋଇ ହୋମିଓପାଥି ଡ଼ାକ୍ତର ସଂଘ

ନିମାପଡା: ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବେ ଘରୋଇ ହୋମିଓପାଥି ଚିକିତ୍ସକ ସଂଘ । ସରକାରୀ ପଞ୍ଜିକରଣରେ ସାମିଲ କରିବାକୁ ଦାବି କରି 15 ହଜାରରୁ ଉର୍ଦ୍ଧ୍ୱ ଘରୋଇ ହୋମିଓପାଥି ଚିକିତ୍ସକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି । ଆସନ୍ତା 7ରୁ 9 ମଧ୍ୟରେ ବିକ୍ଷୋଭ କରିପାରେ ସଂଘ ।

ଓଡ଼ିଶାର ଜନସାଧାରଣଙ୍କ ସାସ୍ଥ୍ୟସେବା ଲାଗି ଆଧୁନିକ ପ୍ରଣାଳୀ ଦ୍ୱାରା ନୂତନ ସାସ୍ଥ୍ୟ କେନ୍ଦ୍ର, ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରି ଜନାଦୃତ ହୋଇପାରିଥିବା ବେଳେ ହୋମିଓପାଥିକ ଔଷଧର ସ୍ରଷ୍ଠା କ୍ରିଷ୍ଟିୟାନ୍ ଫେଡେରିକ୍ ସାମୁଏଲ୍‌ ହାନିମାନ ଉଦ‌ଦ୍ଭାବନ କରି ସମଗ୍ର ପୃଥ‌ିବୀରେ ସର୍ବଜନ ପ୍ରିୟ ହୋଇ ପାରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଘରୋଇ ହୋମିଓପାଥିକ୍ ଚିକିତ୍ସକମାନଙ୍କୁ ଲିଷ୍ଟେଡ଼୍ ତାଲିକାଭୁକ୍ତ କରି ପୁନଃ ଚିକିତ୍ସା ପାଇଁ ଅନୁମୋଦନ କରାଯାଇ ନାହିଁ । ଏହାକୁ ଦାବି କରି ଆସନ୍ତା 7ରୁ 9 ତାରିଖ ମଧ୍ୟରେ 15 ହଜାରରୁ ଉର୍ଦ୍ଧ୍ୱ ଘରୋଇ ହୋମିଓପାଥି ଚିକିତ୍ସକ ଆନ୍ଦୋଳନ କରି ଧାରଣାରେ ବସିବେ ବୋଲି ରାଜ୍ୟ ସଂଘ ସଭାପତି ଡ଼ ନେତ୍ରା ନନ୍ଦ ଭୋଇ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନୂତନ ନିଯୁକ୍ତି ଦାବିରେ ହୋମିଓପାଥି କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

ରାଜ୍ୟ ଘରୋଇ ହୋମିଓପାଥି ଚିକିତ୍ସକମାନଙ୍କୁ ଲିଷ୍ଟେଡ ତାଲିକାଭୁକ୍ତ କରି ପୁନଃ ଚିକିତ୍ସା ପାଇଁ ଅନୁମୋଦନ ଦାବି କରି ରାଜରାସ୍ତାକୁ ଓହ୍ଲାଇବ ସଂଘ । ହୋମିଓପାଥିକ ଚିକିତ୍ସାକୁ 1896 ମସିହାରୁ ଇଂରେଜ ସରକାର ହୋମିଓପାଥିକ ଔଷଧକୁ ବିଜ୍ଞାନର ମାନ୍ୟତା ଦେଇଥିଲେ । ଏହାପରେ ସ୍ଵାଧୀନ ଭାରତର ଏହି ଔଷଧକୁ ଦେଇ ଆଇନରେ ପରିଣତ କରାଯାଇ ମାନ୍ୟତା ଦିଆଯାଇ ଆସୁଥିଲା । କେନ୍ଦ୍ରରେ ହୋମିଓପାଥିକ ପରିଷଦ ଓ ରାଜ୍ୟ ସରକାର ରାଜ୍ୟରେ ହୋମିଓପାଥିକ ବୋର୍ଡ ସ୍ଥାପନ କରିଥିଲେ । 1956 ମସିହାରୁ ହୋମିଓପାଥିକ ଲିଷ୍ଟେଡ ମାନ୍ୟତା ଚଳି ଆସୁଥିବାବେଳେ 2014 ମସିହାଠାରୁ ଓଡ଼ିଶା ହୋମିଓପାଥିକ ବୋର୍ଡ ଘରୋଇ ହୋମିଓପାଥି ଚିକିତ୍ସକମାନଙ୍କୁ ରୋଗୀ ଚିକିତ୍ସା କରିବାକୁ ବନ୍ଦ କରି ରୋଗୀ ଚିକିତ୍ସା କରିବା ପାଇଁ ବାରଣ କରାଯାଇଛି । ଏହାକୁ ନେଇ ସଂଘ ପକ୍ଷରୁ ବାରମ୍ବାର ଦାବିପତ୍ର ଦିଆଯାଇଛି । କିନ୍ତୁ ଅଦ୍ୟାବଧି କୌଣସି ସୁଫଳ ମିଳିପାରି ନାହିଁ ।

ଏହା ବିରୋଧରେ 3 ଦଫା ଦାବି ନେଇ ପୂର୍ବରୁ ଭୁବନେଶ୍ୱର ଲୋୟର ପିଏମଜିରେ 15 ହଜାର ହୋମିଓପାଥିକ ଡାକ୍ତର ଅନଶନ କରିବା ସହିତ ଆନ୍ଦୋଳନ କରିଥିଲେ । ପୂର୍ବରୁ ଦିଆଯାଇଥିବା ହୋମିଓପାଥିକ ଚିକିତ୍ସକଙ୍କୁ ଲିଷ୍ଟେଡ ତାଲିକାଭୁକ୍ତ କରି ଚିକିତ୍ସା କରିବା ପାଇଁ ଅନୁମତି ଦେବା ନେଇ ଦାବି କରିଆସୁଛନ୍ତି । ସରକାର ଏହାର କୌଣସି ବିଚାର କରୁନଥିବାରୁ ପୁନର୍ବାର ରାଜ୍ୟ ଘରୋଇ ହୋମିଓପାଥିକ ଚିକିତ୍ସକ ସଂଘ 15 ହଜାରରୁ ଊର୍ଦ୍ଧ୍ୱ ଡ଼ାକ୍ତର ଗଣଧାରଣା ଓ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସଂଘ ସଭାପତି ଡାକ୍ତର ନେତ୍ରା ନନ୍ଦ ଭୋଇ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.