ETV Bharat / state

25 ବର୍ଷ ପରେ ଘରବାହୁଡା, ଯୁବାବସ୍ଥାରେ ଯାଇଥିଲେ ବୃଦ୍ଧାବସ୍ଥାରେ ଫେରିଲେ

author img

By ETV Bharat Odisha Team

Published : Feb 22, 2024, 8:39 AM IST

ଗପ ହେଲେବି ସତ, 25 ବର୍ଷ ପରେ ଘରକୁ ଫେରିଲେ ବଂଶୀଧର
ଗପ ହେଲେବି ସତ, 25 ବର୍ଷ ପରେ ଘରକୁ ଫେରିଲେ ବଂଶୀଧର

Man Returns home after 25 years: ଯୁବାବସ୍ଥାରେ ଯାଇଥିଲେ ଦାଦନ, ବୃଦ୍ଧାବସ୍ଥାରେ ଘରକୁ ଫେରିଲେ ଜଗତସିଂହପୁରର ବଂଶୀଧର । 25 ବର୍ଷ ପରେ ଘରକୁ ବାହୁଡ଼ିଛନ୍ତି ବଂଶୀଧର । ଅଧିକ ପଢ଼ନ୍ତୁ

ଗପ ହେଲେବି ସତ, 25 ବର୍ଷ ପରେ ଘରକୁ ଫେରିଲେ ବଂଶୀଧର

ଜଗତସିଂହପୁର: ଯୁବାବସ୍ଥାରେ ଯାଇଥିଲେ ଦାଦନ, ଫେରିଲେ ବୃଦ୍ଧ ବଂଶୀଧର । 25 ବର୍ଷ ପରେ ଘରକୁ ବାହୁଡ଼ିଛନ୍ତି ବଂଶୀଧର । ଘରେ ଖୁସି କହିଲେ ନସରେ । ଗାଁରେ କାମ ନମିଳିବାରୁ ସୁରାଟ ଯିବାକୁ ବାଧ୍ୟ ହୋଇଥିଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତର ତଳ କୁସୁମା ଗାଁର ବଂଶୀଧର । ପଛରେ ଛାଡ଼ି ଯାଇଥିଲେ ପତ୍ନୀ ଏବଂ ତାଙ୍କ ତିନି ପିଲାଙ୍କୁ । ପରିବାର ଲୋକ ତାଙ୍କୁ ମୃତଭାବି ଶୁଦ୍ଧିକ୍ରିୟା କରିସାରିଛନ୍ତି । ହେଲେ ଦୀର୍ଘ 25 ବର୍ଷ ପରେ ଘରକୁ ବାହୁଡିଛନ୍ତି ବଂଶୀଧର ।

ବଂଶୀଧର ମହାନ୍ତି ଗାଁରେ ମୂଲପାତି ଲାଗି ପରିବାର ଭରଣ ପୋଷଣ କରୁଥିଲେ । ସ୍ବଳ୍ପ ଆୟରେ ଦୁଇ ଝିଅ, ପୁଅ ଓ ସ୍ତ୍ରୀକୁ ନେଇ ସଂସାର ଚଳାଇବା ଆଉ ସମ୍ଭବ ହେଲାନାହିଁ । ସେଥିପାଇଁ 1998 ମସିହାରେ କାମ ସନ୍ଧାନରେ ସୁରଟ ଯାଇଥିଲେ ବଂଶୀଧର । ଠିକ ବର୍ଷକ ପରେ ବିନାଶକାରୀ ମହାବାତ୍ୟା ହୋଇଥିଲା । 1999 ମସିହା ମହାବାତ୍ୟାରେ ପରିବାରଙ୍କ ମୃତ୍ୟୁ ହୋଇଯାଇଥିବ ଭାବି ବଂଶୀଧର ଆଉ ଘରକୁ ଫେରି ନଥିଲେ । ସେହିପରି ତାଙ୍କର ପତ୍ନୀ ତାଙ୍କ ଫେରିବା ବାଟକୁ ଅନାଇ ବସିଥିଲେ । ଏହାରୀ ମଧ୍ୟରେ ବିତିଯାଇଥିଲା 25 ବର୍ଷ । ଅନ୍ୟପଟେ ବଂଶୀଧର ନଫେରିବାରୁ ବଂଶୀଧରଙ୍କ ପତ୍ନୀ ମୂଲପାତି ଲାଗି ପିଲାମାନଙ୍କୁ ମଣିଷ କରିଥିଲେ । ଏହା ମଧ୍ୟରେ ପୁଅଝିଅଙ୍କୁ ବାହାଘର କରିବା ସହ ବଂଶୀଧରଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ପେପର ପ୍ଲେଟ ଦେଇଛି ପରିଚୟ, ଚାକିରୀ ଛାଡ଼ି ଅନେକ ବେକାରୀଙ୍କୁ କରୁଛନ୍ତି ସାବଲମ୍ବୀ

ଦୁର୍ଭାଗ୍ୟବଶତ ଗତବର୍ଷ ବଂଶୀଧରଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଛି । ଦୀର୍ଘ 25 ବର୍ଷ ପରେ ବଂଶୀଧର ଘରକୁ ଫେରିବା ଥିବା ଖବର ମିଳିଥିଲା । ବଂଶୀଧର ଫେରିବା ଜାଣି ଗାଁ ଲୋକେ ରୁଣ୍ଡ ହେବା ସହିତ ପରିବାର ବର୍ଗ ଚକିତ ହୋଇଥିଲେ । ଦୀର୍ଘ 25 ବର୍ଷ ପରେ ଗାଁ ମାଟି ଓ ଆତ୍ମୀୟ ସ୍ଵଜନଙ୍କୁ ଦେଖି ବଂଶୀଧରଙ୍କର ଆଖିରୁ ଲୁହ ଝରି ପଡିଥିଲା । ପୁଅ ମଧ୍ୟ ବାପାକୁ ପାଇ ଆତ୍ମ ବିଭୋର ହୋଇଥିବା ଦେଖିବାକୁ ମିଳିଛି । ପରେ ସ୍ଥାନୀୟ ଲୋକେ ବଂଶୀଧରକୁ ଜଗତସିଂହପୁର ସଦର ଡାକ୍ତରଖାନା ଆଣି ଚିକିତ୍ସା କରାଉଥିବା କହିଛନ୍ତି । ଦୀର୍ଘ 25 ବର୍ଷ ପର୍ଯ୍ୟନ୍ତ ବଂଶୀଧର କେଉଁଠି ଥିଲେ ବୋଲି ପରିବାର ଲୋକେ ପଚାରିବାରୁ ବଂଶୀଧର କହିଛନ୍ତି ଯେ ସେ ସୁରଟରେ କାମ କରିବା ସମୟରେ ତାଙ୍କୁ କେହି ଜଣେ ଅନ୍ୟତ୍ର ନେଇ ଯାଇଥିଲା । ଫଳରେ ସେ ଆଉ ଗାଁକୁ ଫେରିପାରି ନଥିଲେ । ସୁଯୋଗ ପାଇ ସେ ସେଠାରୁ ଖସି ଚାଲି ଆସିଥିବା କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.