ETV Bharat / state

ଡ଼ରାଉଛି ତାତି, ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି କଲେ SRC

author img

By ETV Bharat Odisha Team

Published : Feb 22, 2024, 7:27 AM IST

Updated : Feb 22, 2024, 9:33 AM IST

Precautionary Measures To Tackle Heat Wave: ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏନେଇ ମାର୍ଗଦର୍ଶିକା ଜାରି କରିଛନ୍ତି SRC । ଅଧିକ ପଢନ୍ତୁ

Precautionary Measures
Precautionary Measures

ଭୁବନେଶ୍ବର: ଗ୍ରୀଷ୍ମ ଋତୁ ନଆସୁଣୁ ବଢିବାରେ ଲାଗିଛି ତାତି । ତେଣୁ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ସେ ଚିଠିରେ ଦର୍ଶାଇଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ଜନିତ ରୋଗ ଓ କ୍ଷୟକ୍ଷତି ରୋକିବା ପାଇଁ ଜନସଚେତନତା ହେଉଛି ଚାବିକାଠି । ତେଣୁ ଗ୍ରୀଷ୍ମ ପ୍ରବାହଜନିତ ବିପଦ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ । ଖୁବଶୀଘ୍ର ସଚେତନତା ଅଭିଯାନ ଆରମ୍ଭ ହେବ । ନାଗରିକ ସମାଜ ସଂଗଠନଗୁଡ଼ିକ ସଚେତନତା ଅଭିଯାନରେ ବ୍ୟାପକ ଭାବରେ ସାମିଲ କରାଯିବ । ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ବାର୍ତ୍ତା ମିଳିବା ପରେ ସୋସିଆଲ ମିଡିଆ ତଥା ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ସତର୍କ କରାଯିବ ।

ପାଣିର ଅଭାବ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ଜଳ ଅଭାବ ଥିବା ଅଞ୍ଚଳକୁ ଚିହ୍ନଟ ଏବଂ ସେହି ଅଞ୍ଚଳକୁ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ଆବଶ୍ୟକ । ଜଳ ଅଭାବ ଖବରର ତୁରନ୍ତ ଜବାବ ଦେବାକୁ ପଡ଼ିବ । ଆବଶ୍ୟକତା ଅନୁଯାୟୀ ଜଳଭଣ୍ଡାରରୁ କେନାଲ ମାଧ୍ୟମରେ ଜଳ ଛାଡିବା ପାଇଁ ଜଳସମ୍ପଦ ବିଭାଗ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ବଜାର, ବସଷ୍ଟାଣ୍ଡ ଓ ଜନଗହଳି ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯିବ । ଏଥିରେ ଯୋଗାଇ ଦିଆଯାଉଥିବା ପାଣିର ଗୁଣବତ୍ତା ଏବଂ ଉପଯୁକ୍ତ ପରିମଳ ବ୍ୟବସ୍ଥାର ଯାଞ୍ଚ କରାଯିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ସହରାଞ୍ଚଳ ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡ଼ିକ ବାସହୀନ ବା ଅସହାୟଲୋକଙ୍କ ପାଇଁ ଦିନ ସମୟରେ ବିଶ୍ରାମ ପାଇଁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଗ୍ରୀଷ୍ମ ଋତୁରେ ପଶୁଙ୍କର ଯତ୍ନ ପାଇଁ ସତର୍କ ସୂଚନା ଜାରି କରିବା ସହ ଜନସଚେତନତା ଦିଗରେ କାର୍ଯ୍ୟ କରିବେ । ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଯିବ । ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ପାଖରେ ପର୍ଯ୍ୟାପ୍ତ ଓଆରଏସ ପ୍ୟାକେଟ ମଧ୍ୟ ଉପଲବ୍ଧ ହେବ । ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିସପେନ୍ସରୀ, ପିଏଚସି, ସିଏଚସି ଏବଂ ଉପଖଣ୍ଡ ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଜୀବନ ରକ୍ଷାକାରୀ ଔଷଧ, ସାଲାଇନ, ଓଆରଏସ ସଂରକ୍ଷଣ କରାଯିବ। ବିଭିନ୍ନ ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଅଲଗା ଅଲଗା ୱାର୍ଡ ବା ଶଯ୍ୟା ବ୍ୟବସ୍ଥା କରାଯିବ । ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଇଏସଆଇ ଡିସପେନସରିଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ ।

ସମସ୍ତ ସାର୍ବଜନୀନ ଯାନରେ ପର୍ଯ୍ୟାପ୍ତ ବିଶୁଦ୍ଧ ପାଣି ଏବଂ ଓଆରଏସ ପ୍ୟାକେଟ ରହିବା ଆବଶ୍ୟକ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ନନ-ଏସି ସାର୍ବଜନୀନ ପରିବହନ ସେବାର ସମୟ ପରିବର୍ତ୍ତନ କରିବାକୁ ପଡ଼ିବ । ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ବଜାୟ ରଖିବା ପାଇଁ ଶକ୍ତି ବିଭାଗ ବିତରଣ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବ । ଯଦି କିଛି କ୍ଷେତ୍ରରେ ଲୋଡ୍‌ ସେଡିଂ ଅତ୍ୟନ୍ତ ଜରୁରୀ, ତେବେ ଉପଭୋକ୍ତାଙ୍କ ସୂଚନା ପାଇଁ ସମୟସୂଚୀ ଯଥେଷ୍ଟ ଆଗୁଆ ଘୋଷଣା କରାଯିବା ଆବଶ୍ୟକ । ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା କଣ୍ଟ୍ରୋଲ ରୁମ୍‌ ୨୪ ଘଣ୍ଟିଆ କାର୍ଯ୍ୟ କରିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ଗ୍ରୀଷ୍ମ ପ୍ରବାହ ସମ୍ପର୍କିତ ସତର୍କ ସୂଚନାକୁ ନିୟମିତ ଭାବେ ଟ୍ରାକ୍ କରାଯିବ ।

ଏହା ମଧ୍ୟ ପଢନ୍ତୁ...କଲବଲ କରୁଛି ମୁଣ୍ଡଫଟା ଖରା, 22ରୁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଯେପରି କୌଣସି ଜୀବନହାନୀ ନ ହୁଏ ସେଥିପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ । ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳେ,ତଦନ୍ତ କରାଯାଇ ରିପୋର୍ଟର ସତ୍ୟତା ତୁରନ୍ତ ଏସଆରସିଙ୍କ କାର୍ଯ୍ୟାଳୟକୁ ଜଣାଇବା ଦରକାର । କାର୍ଯ୍ୟସ୍ଥଳରେ କିମ୍ବା ଅନ୍ୟ କୌଣସି ଅଞ୍ଚଳରେ ଅଂଶୁଘାତ ଜନିତ ମୃତ୍ୟୁ ସମ୍ପର୍କିତ ରିପୋର୍ଟ ମିଳିଲେ ଜିଲ୍ଲାପାଳ ସ୍ଥାନୀୟ ରାଜସ୍ୱ ଅଧିକାରୀ ଏବଂ ସ୍ଥାନୀୟ ଚିକିତ୍ସା ଅଧିକାରୀ ଦ୍ୱାରା ଏହି ମାମଲାର ତୁରନ୍ତ ମିଳିତ ତଦନ୍ତ କରିବେ । ଏହି ରିପୋର୍ଟ ମୃତ୍ୟୁର ୪୮ ଘଣ୍ଟା ମଧ୍ୟରେ ଏସଆରସିଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଦରକାର । ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥିବା ନିଶ୍ଚିତ ହେଲେ ଶୋକସନ୍ତପ୍ତ ପରିବାରକୁ ମଞ୍ଜୁରୀ ଏବଂ ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ପ୍ରଦାନ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 22, 2024, 9:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.