ETV Bharat / state

ବିଶ୍ବ ପ୍ରସିଦ୍ଧ କବି ଜୟଦେବଙ୍କ ଜୟନ୍ତୀ ଉତ୍ସବ, ଉତ୍ସବ ମୁଖର ଜନ୍ମମାଟି କେନ୍ଦୁବିଲ୍ବ - Poet Jayadevas Birth Anniversary

author img

By ETV Bharat Odisha Team

Published : May 11, 2024, 6:47 PM IST

Birth Anniversary Of Poet Jayadeva: ବିଶ୍ବ ପ୍ରସିଦ୍ଧ କବି ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜୟନ୍ତୀ ଉତ୍ସବ । ଜନ୍ମମାଟି କେନ୍ଦୁବିଲ୍ବରେ ବିଶ୍ଵଶାନ୍ତି ମହାଯଜ୍ଞ, ମହୋତ୍ସବ, କବିତା ପାଠ ମହୋତ୍ସବ । ଅଧିକ ପଢ଼ନ୍ତୁ

ବିଶ୍ବ ପ୍ରସିଦ୍ଧ କବି ଜୟଦେବଙ୍କ ଜୟନ୍ତୀ ଉତ୍ସବ, ଉତ୍ସବ ମୁଖର ଜନ୍ମମାଟି କେନ୍ଦୁବିଲ୍ବ
ବିଶ୍ବ ପ୍ରସିଦ୍ଧ କବି ଜୟଦେବଙ୍କ ଜୟନ୍ତୀ ଉତ୍ସବ, ଉତ୍ସବ ମୁଖର ଜନ୍ମମାଟି କେନ୍ଦୁବିଲ୍ବ (ETV Bharat Odisha)

ବିଶ୍ବ ପ୍ରସିଦ୍ଧ କବି ଜୟଦେବଙ୍କ ଜୟନ୍ତୀ ଉତ୍ସବ, ଉତ୍ସବ ମୁଖର ଜନ୍ମମାଟି କେନ୍ଦୁବିଲ୍ବ (ETV Bharat Odisha)

ନିଆଳି: ଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶ୍ବ ପ୍ରସିଦ୍ଧ କବି ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତ ପ୍ରାଚୀତଟ କେନ୍ଦୁବିଲ୍ବ ଜନ୍ମ ମାଟି ଉତ୍ସବ ମୁଖର ହୋଇଉଠିଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ଜୟଦେବଙ୍କ ଜୟନ୍ତୀ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ, ମହୋତ୍ସବ, କବିତା ପାଠ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଶହ ଶହ ଜୟଦେବ ପ୍ରେମୀ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଛନ୍ତି ।

ତେବେ ଅକ୍ଷୟ ତୃତୀୟା ଠାରୁ ଗୀତ ଗୋବିନ୍ଦ ରଚୟିତା ଜୟଦେବଙ୍କ ଜନ୍ମପୀଠରେ ଆୟୋଜିତ ହୋଇଛି ବିଶ୍ଵଶାନ୍ତି ମହାଯଜ୍ଞ ସହ ମହୋତ୍ସବ । ଏହି ମହୋତ୍ସବରେ ସାଧୁସନ୍ଥମାନେ ଯୋଗଦେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଧ୍ବନି ଏବଂ ମହାଯଜ୍ଞରେ ସାମିଲ ହୋଇଛନ୍ତି । ଜୟଦେବ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ସକାଳୁ ସକାଳୁ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ଦ୍ବାରା ପ୍ରାଚୀ ନଦୀରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ପ୍ରାଚୀ ନଦୀରୁ କଳସ ଉଠାଇ ଜୟଦେବ ଜନ୍ମ ପୀଠରେ ଆଣି ସ୍ଥାପନ କରିଥିଲେ । କବି ଜୟଦେବଙ୍କର ଏକ ସଂଗ୍ରାହଳୟ ସାଙ୍ଗକୁ ଦ୍ବାଦଶ କୁଞ୍ଜ, ୭୨ ଗୀତ ଗୋବିନ୍ଦର ଶୋକ୍କ ଏବଂ ନାଟ୍ୟ ମଣ୍ଡପ ଭଳି ଅନେକ ଆକର୍ଷଣୀୟ ବସ୍ତୁରେ ସଜ୍ଜିତ ରହିଛି ।‌ କବି ଜୟଦେବଙ୍କ ଜୟନ୍ତୀ ଉପଲକ୍ଷେ ସ୍ବତନ୍ତ୍ର ବ୍ୟବସ୍ଥା ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ଆୟୋଜିତ ହୋଇଥିଲା । ଏହି ଅବସରରେ କବିତା ପାଠ ଏବଂ ଜୟଦେବ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସବୁଠି ଧୁମଧାମରେ ପାଳନ ହେଲା ହନୁମାନ ଜୟନ୍ତୀ, ସାମିଲ ହେଲେ ନେତା - Hanuman Jayanti

କବି ଜୟଦେବ କେନ୍ଦୁବିଲ୍ବ ଶାସନରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ଲାଭ କରିଥିବା ଜଣାଯାଏ । ତାଙ୍କ ପିତାଙ୍କ ନାମ ଭୋଜଦେବ ଏବଂ ମାତାଙ୍କ ନାଁ ବାମାଦେବୀ ବୋଲି ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ । ଜୟଦେବଙ୍କ ଶିକ୍ଷା କୋଣାର୍କ ନିକଟରେ ଥିବା କୂର୍ମପଟକ ଠାରେ ବୋଲି ଜଣାଯାଏ । ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଯାଇଛନ୍ତି । କବି ଜୟଦେବ ଜନ୍ମ ମାଟିରେ ରହଣି ସମୟରେ ତାଙ୍କର ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ବ୍ୟବହାର କରାଯାଇଛି । ଭକ୍ତି କାବ୍ୟ ଗୀତ ଗୋବିନ୍ଦ ପାଇଁ ବେଶ ପରିଚିତ । ଗୀତ ଗୋବିନ୍ଦରେ ହରି କୃଷ୍ଣ ଓ ରାଧାଙ୍କର ପ୍ରେମ ଗାଥା ବର୍ଣ୍ଣିତ । ଯେଉଁଥିରେ ସେ ରାଧାଙ୍କୁ ହରିଙ୍କ ଠାରୁ ଅଧିକ ମାନ୍ୟତା ଦେଇଛନ୍ତି । ଏହାକୁ ହିନ୍ଦୁ ଧର୍ମର ବୈଷ୍ଣବ ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଏ ।


ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.