ETV Bharat / state

ରାଉରକେଲା ସହରରେ ଜମିଲା ପଖାଳ ଆସର

author img

By ETV Bharat Odisha Team

Published : Mar 20, 2024, 5:43 PM IST

Pakhala Divas Celebration: ରାଉରକେଲା ସହରରେ ଧୁମଧାମରେ ପାଳନ କରାଯାଇଛି ପଖାଳ ଦିବସ । ଓଡିଆଙ୍କ ଠାରୁ ଆରମ୍ଭ କରି ଅଣ ଓଡିଆ ସମସ୍ତେ ନେଲେ ପଖାଳର ମଜା । ଅଧିକ ପଢନ୍ତୁ

ରାଉରକେଲା ସହରରେ ଜମିଲା ପଖାଳ ଆସର
ରାଉରକେଲା ସହରରେ ଜମିଲା ପଖାଳ ଆସର

ରାଉରକେଲା ସହରରେ ଜମିଲା ପଖାଳ ଆସର

ରାଉରକେଲା: ଆଜି ହେଉଛି ବିଶ୍ବ ପଖାଳ ଦିବସ । ପ୍ରତିଟି ଓଡ଼ିଆଙ୍କ ଜୀବନ ରେଖା ପଖାଳ । ଓଡ଼ିଆଙ୍କ ଦିନ ଆରମ୍ଭ ହୁଏ ପଖାଳରୁ ଏବଂ ଶେଷ ହୁଏ ପଖାଳରେ । ପଖାଳ କହିଲା ମାତ୍ରେ ଓଡ଼ିଆଙ୍କ ମନରେ ଏହାକୁ ନେଇ ଦେଖାଦିଏ ଆତୁରତା । ଓଡ଼ିଆଙ୍କ ମନରେ ପଖାଳ ପାଇଁ ରହିଛି ଏକ ସ୍ବତନ୍ତ୍ର ସ୍ଥାନ । ତେବେ ବର୍ତ୍ତମାନ ପଖାଳ ସାରା ଦେଶ ତଥା ବିଶ୍ବରେ ନିଜର ନିଆରା ପରିଚୟ ସୃଷ୍ଟି କରିଛି । ପ୍ରତି ବର୍ଷ ଆଜିର ଦିନ ଅର୍ଥାତ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବରେ ପାଳନ କରାଯାଇ ଆସୁଛି । ସେହିପରି ଆଜି ରାଉରକେଲା ସହରରେ ବହୁ ଆଡମ୍ବର ସହକାରେ ପାଳନ ହୋଇଛି ପଖାଳ ଦିବସ ।

ବିଶ୍ବ ପଖାଳ ଦିବସ ପାଇଁ ଗାଁଠୁ ସହର, ରାସ୍ତାକଡ଼ ହୋଟେଲଠୁ ପଞ୍ଚତାରକା ହୋଟେଲ ସବୁଠି ପଡିଛି ପଖାଳର ଆସର । ପଖାଳ ଖାଇବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । କେବଳ ହୋଟେଲ, ରେସ୍ତୋରାଣ୍ଟ ନୁହେଁ, ବରଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ କରାଯାଇଛି । ଏନେଇ ସବୁଠି ଲୋକଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହେଉଛି ।

ସେହିପରି ରାଉରକେଲାର ଭଞ୍ଜ ଭବନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ପଖାଳ ଦିବସ ପାଳନ କରାଯାଇଛି । ଓଡିଆଙ୍କ ଠାରୁ ଆରମ୍ଭ କରି ଅଣ ଓଡିଆ ସମସ୍ତେ ପଖାଳର ମଜା ନେଇଛନ୍ତି । ପଖାଳ ସହିତ ବିଭିନ୍ନ ପ୍ରକାରର ଭଜା, ଆଳୁ ଭର୍ତ୍ତା, ବଡ଼ିଚୁରା, ଶାଗ ଭଜା, ପୋଦିନାପତ୍ର ଚଟଣି, କଲରା ଚିପ୍ପ, ସଜନା ଛୁଇଁ ଆଳୁ ବେସର, ବାଇଗଣ ଭଜା, ଆଚାର, ପାମ୍ପଡ, କାକୁଡି ସାଲାଡ଼ ଆଦିର ବ୍ୟବସ୍ଥା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ .....'ପଖାଳ ଦିବସ'କୁ ସାମାନ୍ୟ ଫିକା କଲା ବର୍ଷା, ତଥାପି ପାଳିଲେ କଟକବାସୀ

ତେବେ ଓଡ଼ିଆ ରିତି ନୀତି ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ ଲାଗିଥାଏ । ପଖାଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହ ସମ୍ପୃକ୍ତ । ପ୍ରଭୁଙ୍କ ପାଇଁ ସେବକ ମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାନ୍ତି । ବଡ଼ସିଂହାର ସମୟରେ ପ୍ରଭୁଙ୍କ ପାଇଁ ପ୍ରତିଦିନ ଘୃତ ପଖାଳ ପ୍ରସ୍ତୁତ ହୁଏ । ଭଲ ଘିଅ ସାଙ୍ଗକୁ ଜିରା, ଅଦା, ଲୁଣ, ଦହି, ଶର୍କରା, ରାବିଡ଼ି, ପାପୁଡ଼ି, କସଖୁଆ, ଡାଳିମ୍ବ ଓ ପିସ୍ତାବାଦାମ ପଡ଼ି ଏହା ପ୍ରସ୍ତୁତ ହୁଏ । ବାସୁମତୀ ଚାଉଳରୁ ପ୍ରସ୍ତୁତ ଅବଢ଼ା ପାଣିରେ ପକାଇ ଛାଣିବା ପରେ ଏହାକୁ ପ୍ରସ୍ତୁତ କରାଯାଏ । ପଖାଳ ଓଳିରେ ଏହା ମହାପ୍ରଭୁଙ୍କୁ ନିବେଦନ କରାଯାଇଥାଏ । ରତ୍ନ ସିଂହାସନ ନିକଟରେ ଛାମୁରେ ବଢ଼ାଯାଇଥାଏ । ଏହାକୁ ଖାଇବା ପରେ ମହାପ୍ରଭୁ ସୁଖନିଦ୍ରା ଯାଇଥାନ୍ତି ।ତେଣୁ ଓଡିଆଙ୍କ ମନରେ ପଖାଳର ନିଆରା ସ୍ଥାନ ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.