ETV Bharat / state

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ପଖାଳ ଦିବସ

author img

By ETV Bharat Odisha Team

Published : Mar 17, 2024, 5:10 PM IST

Pakhala Divas: ଓଡିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ପ୍ରତିବର୍ଷ ମାର୍ଚ୍ଚ 20 ତାରିଖରେ ପଖାଳ ଦିବସ ପାଳନ କରିଥାଆନ୍ତି ଓଡ଼ିଆ । ତେବେ ପଖାଳକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବିରେ ଏଥର ଏକ ସପ୍ତାହ ଧରି ଏହାକୁ ପାଳନ କରିବା ପାଇଁ ସ୍ଥିର କରିଛନ୍ତି କଟକିଆ । ତେଣୁ ଆଜିଠାରୁ ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଆରମ୍ଭ ହୋଇଛି ପଖାଳ ଦିବସ ପାଳନ । ଅଧିକ ପଢ଼ନ୍ତୁ,

ପଖାଳ ଦିବାସ ପାଳନ
ପଖାଳ ଦିବାସ ପାଳନ

କଟକ: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ଏବଂ ସଂସ୍କୃତି ଯୋଡ଼ି ହୋଇ ରହିଛି । ମାର୍ଚ୍ଚ ୨୦ ତରିଖକୁ ସମସ୍ତ ଓଡ଼ିଆ ପଖାଳ ଦିବସ ଭାବରେ ପାଳନ କରିଥାନ୍ତି । ହେଲେ ପଖାଳକୁ ଜିଆଇ ଟ୍ୟାଗ୍ ମିଳିବା ଦାବିରେ ଭାଇଚାରାର ସହର ଆଜିଠାରୁ ପଖାଳ ଦିବସ ପାଳନ କରୁଛି । କଟକ ସହରର ବିଭିନ୍ନ ସଂଗଠନମାନ ପଖାଳ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଜୟ ଜଗନ୍ନାଥ ସେବା ସମିତିର ସଦସ୍ୟମାନେ ମଧ୍ୟ ନିଆରା ଢଙ୍ଗରେ ଏହି ପଖାଳ ଦିବସ ପାଳନ କରିଛନ୍ତି ।

କଟକ ସହରର ସାମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ନିଆରା ଢଙ୍ଗରେ ପଖାଳ ଦିବସ ପାଳନ କରାଯାଇଛି । ଯେହେତୁ ଚାଷୀ ମାନଙ୍କର ଭୂମିକା ଆମ ସମାଜରେ ସବୁଠାରୁ ଅଧିକ ସେଥିପାଇଁ ବିଭିନ୍ନ ବ୍ଲକ୍ ମାନଙ୍କରୁ ଚାଷୀମାନଙ୍କୁ ସଂଗଠନ ଦ୍ଵାରା ନିମନ୍ତ୍ରଣ କରାଯାଇଥିଲା । ଏହାପରେ ନିମନ୍ତ୍ରିତ ଚାଷୀ ମାନଙ୍କର ଗୋଡ଼ ଧୋଇବା ସହ ତାଙ୍କୁ ଫୁଲ ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସମସ୍ତ ସଂଗଠନର ସଦସ୍ୟ ଓ ନିମନ୍ତ୍ରିତ ଅତିଥିମାନେ ଏକା ସଙ୍ଗେ ପଖାଳ ଖାଇ ପଖାଳ ଦିବସ ପାଳନ କରିଥିଲେ । ପଖାଳର ଅନେକ ଉପକାରିତା ରହିଛି ଓ ଏହା ମଣିଷକୁ ଅନେକ ରୋଗ ବ୍ୟାଧିରୁ ଦୂରେଇ ରଖିଥାଏ ବୋଲି କହିଛନ୍ତି ସଂଗଠନ ସଦସ୍ୟ ଓ ନିମନ୍ତ୍ରିତ ଅତିଥିମାନେ । ତେବେ ଦହି, ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଅଦା, ଲଙ୍କା ଆଦିକୁ ଛୁଙ୍କ ଦେଇ ପ୍ରସ୍ତୁତ କରାଯାଇଥିଲା ଦହି ପଖାଳ । ଆଉ ତା' ସାଙ୍ଗକୁ ପ୍ଲେଟରେ ସ୍ୱତନ୍ତ୍ର ଭାବେ ପରସା ଯାଇଥିଲା ଓଡ଼ିଶାର ଘରେ ଘରେ ପରିଚିତ ପାରମ୍ପରିକ ଖାଦ୍ୟ ।

ଏହା ମଧ୍ୟ ପଡ଼ନ୍ତୁ.... ଆହୁରି ଭକ୍ତିମୟ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ, ସକାଳେ ଓ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ତେବେ ଓଡ଼ିଶାର ଘରେ ଘରେ ଅତି ପରିଚିତ ଖାଦ୍ୟ ପଖାଳ । ଗରୀବ ହୁଅନ୍ତୁ ଅବା ଧନୀ ସମସ୍ତଙ୍କ ଅତିପ୍ରିୟର ଖାଦ୍ୟ । ସକାଳେ ହେଉ ଅବା ରାତି, ଦୁଇଗୁଣ୍ଡା ପଖାଳ ନଖାଇଲେ ଓଡ଼ିଆ ମାନଙ୍କର ପେଟ ପୁରେନା । ପଖାଳ ଖାଲି ଖାଦ୍ୟ ନୁହେଁ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଫଳରେ ଦେଶ ବିଦେଶରେ ଏହାର ଚାହିଦା ବେଶ୍ ବଢ଼ିବାରେ ଲାଗିଛି । ଆସନ୍ତା ୨୦ ତାରିଖରେ ପଖାଳ ଦିବସ ଥିବାବେଳେ କଟକିଆମାନେ ପଖାଳକୁ ଅଧିକ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଏକ ସପ୍ତାହ ଧରି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ କଟକିଆମାନେ ଆଜିଠାରୁ ପଖାଳ ଦିବସ ପାଳନ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.