ETV Bharat / state

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ, ଆବେଦନକାରୀଙ୍କୁ ୫ ଲକ୍ଷ ଜରିମାନା - Plea against Ashwini Vaishnaw

author img

By ETV Bharat Odisha Team

Published : Apr 24, 2024, 8:51 PM IST

Plea against Ashwini Vaishnaw: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବିରୋଧରେ ହାଇକୋର୍ଟରେ ହୋଇଥିବା ମାମଲା ଖାରଜ କଲେ କୋର୍ଟ । ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

Plea against Ashwini Vaishnaw
Plea against Ashwini Vaishnaw

କଟକ: ମହଙ୍ଗା ପଡିଲା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବିରୋଧରେ ହାଇକୋର୍ଟରେ ମାମଲା ଦାୟର କରିବା । ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା କରିବା ସହ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ରାଜନୈତିକ ଉଦ୍ଦେଶ୍ୟରେ ଏହି ଆବେଦନ କରାଯାଇଥିବା ହାଇକୋର୍ଟ କହିଛନ୍ତି । ୨୦୧୯ ମସିହାରେ ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ଆବେଦନକାରୀ ଭାଗ୍ୟଧର ବେହେରା ହାଇକୋର୍ଟରେ ମାମଲା ଦାୟର କରିଥିଲେ ।

ତେବେ ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ମାମଲା ରୁଜୁ କରାଯାଇଛି ବୋଲି କୋର୍ଟ ଅନୁଭବ କରିଥିଲେ । ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ସମୟ ନଷ୍ଟ କରିଥିବାରୁ କୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଆଗାମୀ ୩ ମାସ ମଧ୍ୟରେ ଏହି ରାଶିକୁ ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ବାର ଆସୋସିଏସନ୍‌ର କଲ୍ୟାଣ ପାଣ୍ଠିକୁ ଏହି ରାଶି ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ - Mahanga Double Murder

ମାମଲା ବିବରଣୀରୁ ଜଣାପଡ଼ିଛି ଯେ ଆବେଦନକାରୀ ଭାଗ୍ୟଧର ବେହେରା, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବିରୋଧରେ ହାଇକୋର୍ଟରେ ମାମଲା ଏକ ଦାୟର କରିଥିଲେ । ୨୦୧୯ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି କୋର୍ଟରେ ମାମଲା ଦାୟର କରିଥିଲେ ଆବେଦନକାରୀ । କୋର୍ଟ ଏହି ମାମଲାକୁ ଗତକାଲି ଏବଂ ଆଜି ଶୁଣାଣି କରିଥଲେ । ମାମଲାର ଶୁଣାଣି ସମୟରେ ଏହା ରାଜନୈତିକ ଉଦ୍ଦେଶ୍ୟ ବୋଲି କୋର୍ଟ କହିଥିଲେ । ଏହି ଆବେଦନକୁ କୋର୍ଟ ଖାରଜ କରିବା ସହ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନ୍‌ର କଲ୍ୟାଣ ପାଣ୍ଠିକୁ ଏହି ରାଶି ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି । ଆଗାମୀ ୩ ମାସ ମଧ୍ୟରେ ଏହି ରାଶିକୁ ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ, 'ଫରେନ୍ସିକ ଲାବ୍ରୋଟୋରୀର ଭିତ୍ତିଭୂମୀ ଉପରେ ଧ୍ୟାନ ଦିଅନ୍ତୁ' - High Court Order to Odisha Govt

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.