ETV Bharat / state

ଜଙ୍ଗଲରେ ଠାବ ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

author img

By ETV Bharat Odisha Team

Published : Feb 15, 2024, 8:26 PM IST

Body Found In Forest: ଜଙ୍ଗଲ ଭିତରୁ ଉଦ୍ଧାର ହେଲା ନିଖୋଜ ବୃଦ୍ଧଙ୍କ ମୃତଦେହ । ମୃତଦେହ ଉଦ୍ଧାର ହେବାର ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ବ୍ୟବଚ୍ଛେଦ ପାଇଁ ମିଳିଲା ନାହିଁ ଗାଡ଼ି । ଅଧିକ ପଢନ୍ତୁ

ଜଙ୍ଗଲରେ ଠାବ ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ
ଜଙ୍ଗଲରେ ଠାବ ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଜଙ୍ଗଲରେ ଠାବ ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଭବାନୀପାଟଣା: ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ଉପର ଚବ୍ରି ଗ୍ରାମର ସୁନା ମାଝୀ ବୋଲି ଜଣାପଡ଼ିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତଦେହକୁ ଉଦ୍ଧାର କରିବାର ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ବ୍ୟବଚ୍ଛେଦ ପାଇଁ ମିଳିଲା ନାହିଁ ମହାପ୍ରୟାଣ ଗାଡ଼ି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମ୍ପର୍କୀୟ । ସରକାର ମୃତଦେହକୁ ସମ୍ମାନ କଥା କହୁ ଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ଉପର ଚବ୍ରି ଗ୍ରାମର ସୁନା ମାଝୀ । ଗତ ୯ତାରିଖରୁ ଘରୁ ବାହାରି ଆଉ ଫେରିନଥିଲେ ପରିବାର ଲୋକେ ବ୍ୟସ୍ତ ହୋଇ ଆଖପାଖ ଅଞ୍ଚଳରେ ବହୁତ ଖୋଜାଖୋଜି କରି ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ପାରିନଥିଲେ ।ଏନେଇ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ଲିଖିତ ଭାବେ ନିଖୋଜ ଅଭିଯୋଗ ଦେଇଥିଲେ । ଏହାପରେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ପୋଲିସକୁ ମଧ୍ୟ କୌଣସି ସଫଳତା ମିଳିନଥିଲା । ଏହାପରେ ଗାଁ ଲୋକେ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ ।

ତେବେ ୧୪ତାରିଖ ଦିନ ନିକଟ ଦାମନ୍ ଜଙ୍ଗଲରେ ସୁନା ମାଝୀଙ୍କ ମୃତଦେହ ଦେଖିଥିଲେ ଗ୍ରାମବାସୀ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମହୁଲ ପାଟଣା ପୋଲିସ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମୃତଦେହକୁ ନେବା ପାଇଁ ଗାଡିର କୌଣସି ବ୍ୟବସ୍ଥା ହୋଇ ପାରିନଥିଲା । ବିଡମ୍ବନାର ବିଷୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହେବାର ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତି ସାରିଥିଲେ ମଧ୍ୟ ଡାକ୍ତରଖାନା ନେବା ପାଇଁ କୌଣସି ବ୍ୟବସ୍ଥା ହୋଇପାରିଲା ନାହିିଁ । ସେପଟେ ଥୁଆମୂଳ ରାମପୁର ବ୍ଲକକୁ ଆଜି ପର୍ଯ୍ୟନ୍ତ ଶବବାହକ ଗାଡିଟିଏ ମଧ୍ୟ ମିଳିପାରିଲା ନାହିଁ । ଯାହା ସ୍ୱାସ୍ଥ୍ୟ ବିଭାଗର ପାରିବା ପଣିଆ ଉପରେ ଉଠାଇଛି ପ୍ରଶ୍ନବାଚୀ ।

ଏହା ମଧ୍ୟ ପଢନ୍ତୁ .....ଭାଲେଣ୍ଟାଇନରେ ପାଗଳ ପ୍ରେମିକର ବର୍ବର କାଣ୍ଡ; ଘରେ ପଶି ଯୁବତୀ ଓ ବାପାକୁ ହାଣିଲା

ଏହା କେବଳ ଆଜିର କଥା ନୁହେଁ ବାରମ୍ବାର ଏଭଳି ମୃତଦେହକୁ ଅସମ୍ମାନର କଥା ସାମ୍ନାକୁ ଆସୁଛି । ମୃତଦେହ ବାହକ ଗାଡିଟିଏ ନଥିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । କେତେବେଳେ ବାଇକରେ ମୃତଦେହ ବୁହା ହେଉଛି ତ ଆଉ କେତେବେଳେ କାନ୍ଧରେ ଦେଖିବାକୁ ମିଳୁଛି । ପୂର୍ବରୁ ଏହି ଅଞ୍ଚଳ ବିଶ୍ଵ ଦରବାରରେ ଚର୍ଚ୍ଚାକୁ ଆସିଥିଲା । ୨୦୧୬ ମସିହାରେ ଥୁଆମୂଳ ରାମପୁର ମେଲଘର ଗାଁର ଦାନ ମାଝୀ ମୃତଦେହ ବାହକ ଗାଡି ନ ମିଳିବାରୁ ନିଜ ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ନେବାର ଘଟଣା ସାମ୍ନାକୁ ଆସିଥିଲା । ସେହି ସମୟରେ ଦେଶ ଓ ବିଦେଶରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକୁ ନେଇ ରାଜ୍ୟ ସରକାର ମହାପାରାୟଣ ଗାଡ଼ିର ଶୁଭାରମ୍ଭ କରିଥିଲେ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.