ETV Bharat / state

କୃଷକ ସାଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ସହାୟତା ରାଶି ପରିମାଣ ୧୮ ହଜାରକୁ ବୃଦ୍ଧି

author img

By ETV Bharat Odisha Team

Published : Feb 17, 2024, 8:37 PM IST

Contingent Expenditure Hikes: ରାଜ୍ୟର କୃଷକ ସାଥିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସହାୟତା ରାଶିର ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ

Krushak Sathi
Krushak Sathi

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ଶନିବାର) ରାଜ୍ୟର କୃଷକ ସାଥିମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ଦ୍ବାରା ରାଜ୍ୟର ୧୩୬୦୦ କୃଷକ ସାଥି ଉପକୃତ ହେବେ । ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ ।

କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ ରାଜ୍ୟର ଅଗ୍ରଣୀ ଚାଷୀମାନଙ୍କୁ କୃଷକ ସାଥି ଭାବେ ନିଯୁକ୍ତି ଦେଇଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦୁଇ ଜଣ ଲେଖାଏଁ କୃଷକ ସାଥି କାମ କରୁଛନ୍ତି । କୃଷକ ସାଥିମାନେ କୃଷି କାର୍ଯ୍ୟ ସମ୍ପର୍କିତ ବିଭିନ୍ନ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥାନ୍ତି । ପୂର୍ବରୁ ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କା ଥିଲା । ଏହାକୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ଦ୍ବାରା ରାଜ୍ୟର ୧୩୬୦୦ କୃଷକ ସାଥି ଉପକୃତ ହେବେ । ଏହି ବର୍ଦ୍ଧିତ ପରିମାଣ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ ହେବ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ- କଳାକାର ସହାୟତା ରାଶିରେ ବୃଦ୍ଧି: ମାସକୁ ୨୦୦୦, ୮୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ୨୫୦୦

ଏହା ବି ପଢନ୍ତୁ- ୨ ଗୁଣ ହେଲା ମମତା ଯୋଜନା ସହାୟତା ରାଶି; ୫ ହଜାରରୁ ୧୦ ହଜାର ଟଙ୍କାଙ୍କୁ ବଢିଲା

ସୂଚନା ଥାଉ କି ଗତ କିଛି ଦିନ ତଳେ ରାଜ୍ୟ ସରକାର କଳାକାରମାନଙ୍କ ସହାୟତା ରାଶିକୁ ବୃଦ୍ଧି କରିଥିଲେ । ଫଳରେ ମାସକୁ ୨୦୦୦ ଟଙ୍କା ସହାୟତା ପାଇବେ କଳାକାର । ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସ ହୋଇଥିଲେ ମାସକୁ ମିଳିବ ୨୫୦୦ ଟଙ୍କା । ଏହା ଦ୍ୱାରା ଉପକୃତ ହେବେ ୮୦ ହଜାର କଳାକାର । ଚଳିତ ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ବର୍ଦ୍ଧିତ ସହାୟତା ମିଳିବ ବୋଲି ସରକାର ଘୋଷଣା କରିଥିଲେ । ସେହିପରି ମମତା ଯୋଜନା ସହାୟତା ରାଶି ୨ ଗୁଣା କରିଥିଲେ ରାଜ୍ୟ ସରକାର । ପିଛିଲା ଭାବେ ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ । ଚଳିତ ମାସ ୨୦ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀଙ୍କୁ ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.