ETV Bharat / state

ଖରା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ; ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି

author img

By ETV Bharat Odisha Team

Published : Mar 1, 2024, 10:00 PM IST

Odisha Govt Asks DEO: ଖରା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ। ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସତର୍କ ରହିବାକୁ ଚିଠି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି। ଅଧିକ ପଢନ୍ତୁ

ଖରା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ; ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି
ଖରା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ; ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି

ଭୁବନେଶ୍ବର: ଖରା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ। ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସତର୍କ ରହିବାକୁ ଚିଠି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛ। ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରକୁ ଶିକ୍ଷା ବିଭାଗର ସତର୍କ କରାଯାଇଛି। ଶିକ୍ଷାନୁଷ୍ଠାନ ଗୁଡିକରେ ପର୍ଯ୍ୟାପ୍ତ ପାଣି ମହଜୁଦ ସହ ପିଲାଙ୍କୁ ସଚେତନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଖରା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ; ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି
ଖରା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ; ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି

ଅଧିକ ପଢନ୍ତୁ- ଡ଼ରାଉଛି ତାତି, ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି କଲେ SRC

ବିଦ୍ୟାଳୟ କଲେଜ ଏବଂ ଅନ୍ୟାନ୍ୟ ଏକାଡେମିକ ଓ ବୈଷୟିକ ଅନୁଷ୍ଠାନ ଗୁଡିକରେ ପାନୀୟ ଜଳର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। ଯେଉଁଠାରେ ଆବଶ୍ୟକ ବିଦ୍ୟାଳୟ ପରିସରରେ ଥିବା ଟ୍ୟୁବ କୂଅଗୁଡିକ ମରାମତି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଓ କଲେଜଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ORS ମଧ୍ୟ ରଖାଯିବା ଆବଶ୍ୟକ। ଯାହା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀ ମାନେ ଏବଂ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମସ୍ତ ଅଭିଭାବକମାନେ ବିଦ୍ୟାଳୟ ଓ କଲେଜ ଯିବାବେଳେ ସେମାନଙ୍କ ପିଲାମାନେ ପାଣି ବୋତଲ ସାଙ୍ଗରେ ନେବ ପାଇଁ ବ୍ୟବସ୍ଥା କରିବେ। ଅଭିଭାବକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ପର୍ଯ୍ୟାପ୍ତ ଭାବରେ ପ୍ରଚାର କରାଯିବା ଆବଶ୍ୟକ। ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସତର୍କତା ଟିପ୍ସ ଦେବା ପାଇଁ ବିଦ୍ୟାଳୟ ଶିକ୍ଷକ ମାନେ ପରାମର୍ଶ ଦେବେ। ତେବେ ଚଳିତ ବର୍ଷ ଗ୍ରୀଷ୍ମ ଉତ୍ତାପ ସମୟରେ ପରିସ୍ଥିତିର ମୁକାବିଲା ପାଇଁ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ସୂଚନା ଅନୁଯାୟୀ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ SRC ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିଟୱେଭରୁ ବର୍ତ୍ତିବାକୁ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସ୍କୁଲ କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଯିବ । ସ୍କୁଲ ଓ କଲେଜରେ ପର୍ଯ୍ୟାପ୍ତ ଓଆରଏସ ରଖାଯିବା ସହ ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀ କର୍ମଚାରୀଙ୍କୁ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀ ଯେପରି ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନନ ହୁଅନ୍ତି ସେଥିପାଇଁ ଆଉଟଡୋର କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସମସ୍ତ ଅଭିଭାବକଙ୍କୁ ସଚେତନ କରାଯିବା ଦରକାର ଯେ ସେମାନଙ୍କ ପିଲାମାନେ ସ୍କୁଲ, କଲେଜ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନେଇ ଯାଆନ୍ତୁ । ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହାର ପ୍ରଚାର କରାଯିବ। ଅଙ୍ଗନଵାଡ଼ି କେନ୍ଦ୍ରରେ ପାଣିର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏହାସହ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ପ୍ୟାକେଟ ମଧ୍ୟ ଉପଲବ୍ଧ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.