ETV Bharat / state

ନିର୍ବାଚନ ପୂର୍ବରୁ ହୋମୱାର୍କ କରୁଛି ରାଜ୍ୟ ବିଜେପି

author img

By ETV Bharat Odisha Team

Published : Feb 12, 2024, 7:03 PM IST

Updated : Feb 12, 2024, 8:39 PM IST

BJP Office Bearers meeting: ବିରଞ୍ଚି ତ୍ରିପାଠୀ କହିଛନ୍ତି ପଦାଧିକାରୀ ବୈଠକରେ 2024 ନିର୍ବାଚନ ନେଇ ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । 2024 ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତାଙ୍କ ଗସ୍ତ ଓ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଛି । ଗ୍ରାଉଣ୍ଡରେ ଦଳର ବର୍ତ୍ତମାନ ସମୟର ସ୍ଥିତି ମଧ୍ୟ ସମୀକ୍ଷା ହୋଇଛି । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ହୋମୱାର୍କ କରୁଛି ରାଜ୍ୟ ବିଜେପି
ନିର୍ବାଚନ ପୂର୍ବରୁ ହୋମୱାର୍କ କରୁଛି ରାଜ୍ୟ ବିଜେପି

ନିର୍ବାଚନ ପୂର୍ବରୁ ହୋମୱାର୍କ କରୁଛି ରାଜ୍ୟ ବିଜେପି

ଭୁବନେଶ୍ବର: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କମରକଷୁଛି ରାଜ୍ୟ ବିଜେପି । ଲଢେଇ ପୂର୍ବରୁ ଚାଲିଛି ରଣନୀତି । ଦଳ କେଉଁ ରଣନୀତିରେ ନିର୍ବାଚନକୁ ଓହ୍ଲାଇବ ସେନେଇ ପ୍ରସ୍ତୁତ ହେଉଛି ଯୋଜନା । ଦଳୀୟ କାର୍ଯ୍ୟାଳୟରେ ନୂଆ ନିର୍ବାଚନୀ ପ୍ରଭାରୀ ଓ ସହ ପ୍ରଭାରୀ କୋର କମିଟି, ଜିଲ୍ଲା ସଭାପତି, ବିଭିନ୍ନ ମୋର୍ଚ୍ଚାର ନେତାଙ୍କ ସହ କରୁଛନ୍ତି ସିଧାସଳଖ ବୈଠକ । ଦଳୀୟ ପଦାଧିକାରୀଙ୍କ ସହ ନିର୍ବାଚନ ପ୍ରଭାରୀଙ୍କ ବୈଠକ ଶେଷ ହୋଇଛି । ଏହାପରେ ଜିଲ୍ଲା ସଭାପତିଙ୍କ ସହ ବୈଠକ ଚାଲିଛି । ଏନେଇ ଦଳୀୟ ଉପସଭାପତି ବିରଞ୍ଚି ତ୍ରିପାଠୀ ସୂଚନା ଦେଇଛନ୍ତି ।

ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ବିରଞ୍ଚି ତ୍ରିପାଠୀ କହିଛନ୍ତି, ‘‘ପଦାଧିକାରୀ ବୈଠକରେ 2024 ନିର୍ବାଚନ ନେଇ ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । 2024 ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତାଙ୍କ ଗସ୍ତ ଓ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଛି । ଗ୍ରାଉଣ୍ଡରେ ଦଳର ବର୍ତ୍ତମାନ ସମୟର ସ୍ଥିତି ମଧ୍ୟ ସମୀକ୍ଷା ହୋଇଛି । ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ଏହି ବୈଠକରେ ଉପସ୍ଥିତ ରହି ସମୀକ୍ଷା କରୁଛନ୍ତି ।’’ ସେହିପରି ନିର୍ବାଚନକୁ ନେଇ ବିଜେପି ଯେଉଁ ଯୋଜନା କରିଥିଲା ତାହା କିପରି କର୍ଯ୍ୟକାରୀ ହେଉଛି, ବୁଥ ଚାଲ ଅଭିଯାନ, ଗାଁକୁ ଚାଲ ଅଭିଯାନ, ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ପ୍ରଭାରୀ ଏବଂ ସହ ପ୍ରଭାରୀ ।

ଅଧିକ ପଢନ୍ତୁ- ବିଜେଡି ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛୁ: ଜୟନାରାୟଣ

ବିରଞ୍ଚି ତ୍ରିପାଠୀ ଆହୁରୀ କହିଛନ୍ତି ବିଜେଡି ସରକାରକୁ ହଟେଇ ଓଡ଼ିଶାରେ ବିଜେପି କିଭଳି ସରକାର କରିବ ତାକୁ ନେଇ ପ୍ରସ୍ତୁତ ହୋଇଛି ଖସଡା। ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ଓ କେନ୍ଦ୍ରରେ ନିଶ୍ଚୟ ସରକାର କରିବ । ଓଡିଶାରୁ ସର୍ବାଧିକ ବିଜେପି ସାଂସଦ ଜିତିବେ ତାକୁ ନେଇ ପ୍ରସ୍ତୁତ କରାଯାଇଛି ରଣନୀତି । ଏହାକୁ ନେଇ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ପାଇଁ ବିଜେପି ଫୁଲ ଦମରେ ପ୍ରସ୍ତୁତ।

ବିରଞ୍ଚି କହିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଓଡ଼ିଶା ଗସ୍ତ ନେଇ ବିଜେପିର ପଦାଧିକାରୀ ବୈଠକରେ ଆଲୋଚନା ହୋଇଛି । ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ନୀତିନ ଗଡକରୀ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରଧାମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଲଗାତାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ଆଗାମୀ ଦିନରେ ଓଡ଼ିଶାର ପଟ୍ଟପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ରୀୟ ନେତୃତ୍ବଙ୍କ ଓଡ଼ିଶା ଗସ୍ତ ବିଜେପି ପାଇଁ ବେଶ ସହାୟକ ହେବ । ବିଜେପି ଓଡ଼ିଶାରେ ନିଶ୍ଚୟ ସଫଳ ହେବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 12, 2024, 8:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.