ETV Bharat / state

ତୃତୀୟ ପର୍ଯ୍ୟାୟ ମତଦାନ, ପୁରୀରେ ପ୍ରସ୍ତୁତି ଚୂଡ଼ାନ୍ତ - Odisha Assembly Election 2024

author img

By ETV Bharat Odisha Team

Published : May 24, 2024, 6:17 PM IST

Odisha Assembly Election 2024: ଆସନ୍ତାକାଲି ପୁରୀ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ଯାହାକୁ ନେଇ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ଅଧିକ ପଢନ୍ତୁ

Third Phase Election
Third Phase Election (ETV Bharat Odisha)

ପୁରୀ: ଆସନ୍ତାକାଲି ଓଡ଼ିଶାରେ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ମତଦାନ । ପୁରୀ ଜିଲ୍ଲାରେ ଆସନ୍ତାକାଲି ମତଦାନ କରିବେ ୯୨୧୮୧୪ ଜଣ ଭୋଟର । ପୁରୀ ଲୋକସଭା ଆସନ ଓ ଏହା ଅଧିନରେ ଥିବା 7ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି । ବୁଥକୁ ପୋଲିଂ ପାର୍ଟି ମଧ୍ୟ ଯାତ୍ରା କରିଛନ୍ତି । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୧୦୭- ପୁରୀ, ୧୦୮- ବ୍ରହ୍ମଗିରି, ୧୦୯-ସତ୍ୟବାଦୀ ଓ ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ କାଲି ସକାଳ ୭ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ କରାଯାଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟରେ ପ୍ରିଜାଇଡିଂ ଓ ପୋଲିଂ ଅଫିସର ମାନଙ୍କୁ ଆଜି ଭୋଟ ପାଇଁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇ ସେମାନଙ୍କୁ ସେମାନଙ୍କ ମତଦାନ କେନ୍ଦ୍ରକୁ ପଠାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଡିସପରସାଲ କେନ୍ଦ୍ର ହୋଇଥିବା ବେଳେ ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ଡିସପରସାଲ କେନ୍ଦ୍ର କରାଯାଇଥିଲା ।

ଜିଲ୍ଲା ନିର୍ବାଚନ ଅଧିକାରୀ, ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲା ପରିଷଦର ସିଡିଓ ତଥା ଇଓ ପ୍ରିୟରଞ୍ଜନ ପୃଷ୍ଟି, ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର, ପର୍ଯ୍ୟବେକ୍ଷକ ମାନେ ମଧ୍ୟ ଜିଲ୍ଲାରେ ରହି ସମସ୍ତ କାର୍ଯ୍ୟର ପର୍ଯ୍ୟାଲୋଚନା ଓ ତଦାରଖ ଜାରି ରଖିଛନ୍ତି । ଏସପି ପିନାକ ମିଶ୍ର ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ନିର୍ବାଚନ ଗଣତନ୍ତ୍ରର ମହାପର୍ବ । ତେଣୁ ଏଥିରେ ସାମିଲ ହୋଇ ସମସ୍ତ ମତଦାତା ମତଦାନ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁରୋଧ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. ରାତି ପାହିଲେ କେନ୍ଦୁଝରରେ ମତଦାନ, ପ୍ରସ୍ତୁତ ଜିଲ୍ଲା ଓ ପୋଲିସ ପ୍ରଶାସନ - KENDUJHAR ELECTION PREPARATION

ଚଳିତ ନିର୍ବାଚନରେ ଜିଲ୍ଲାର ଏହି ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୦୩୮ଟି ବୁଥରେ ୯୨୧୮୧୪ ଜଣ ଭୋଟର ମତଦାନ କରିବେ । ସେଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୪୭୩୧୩୩ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୪୮୬୦୮ ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୭୩ ରହିଛି । ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୩୯ ବୁଥରେ ୨୪୦୦୭୮ଭୋଟରଙ୍କ ମଧ୍ୟରେ ପୁରୁଷ ୧୨୨୬୬୦ ଥିବା ବେଳେ ମହିଳା ୧୧୭୩୭୧ ଓ ଅନ୍ୟାନ୍ୟ ୪୭ ଭୋଟର ରହିଛନ୍ତି । ୧୦୮ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୧ ବୁଥରେ ୨୨୮୮୪୨ ଭୋଟର ମଧ୍ୟରୁ ୧୧୭୫୦୧ ପୁରୁଷ, ୧୧୧୩୨୯ ମହିଳା ଓ ୧୨ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ୧୦୯ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫୪ ବୁଥରେ ୨୧୪୯୩୨ ମୋଟ ଭୋଟର ଥିବା ବେଳେ ୧୧୦୯୦୪ ପୁରୁଷ, ୧୦୪୦୨୦ ମହିଳା ଓ ୮ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି । ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୭୪ ବୁଥରେ ୨୩୭୯୬୨ ଜଣ ମତଦାତାଙ୍କ ମଧ୍ୟରୁ ୧୨୨୦୬୮ ପୁରୁଷ, ୧୧୫୮୮୮ ମହିଳା ଓ ୬ ଜଣ ଅନ୍ୟାନ୍ୟ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.