ETV Bharat / state

ନବ ଦାସ ହତ୍ୟା ମାମଲା, ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବାକୁ ଡିଜିପିଙ୍କୁ NHRCର ନିର୍ଦ୍ଦେଶ - Naba Das Murder Case

author img

By ETV Bharat Odisha Team

Published : Mar 28, 2024, 8:19 PM IST

Naba Das Murder Case: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ପୋଲିସ ଡିଜିଙ୍କୁ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବାକୁ ଏନଏଚଆରସିର ନିର୍ଦ୍ଦେଶ । ଅଧିକ ପଢନ୍ତୁ

Naba Das Murder Case
Naba Das Murder Case

ନବ ଦାସ ହତ୍ୟା ମାମଲା, ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବାକୁ ଡିଜିପିଙ୍କୁ NHRCର ନିର୍ଦ୍ଦେଶ

ଭୁବନେଶ୍ବର: ଜାତୀୟ ମାନବାଧିକାର କମିଶନ (NHRC) ଆଜି (ଗୁରୁବାର) ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଓଡ଼ିଶାର ପୋଲିସ ଡିଜିଙ୍କୁ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ଏହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅଭିଯୋଗକାରୀ ଏବଂ କମିଶନଙ୍କ ନିକଟରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ନବ ଦାସଙ୍କ ହତ୍ୟା ମାମଲାକୁ ବର୍ଷେ ବିତିବା ପରେ ଘଟଣାର ପର୍ଦ୍ଦାଫାସ ନ ହେବା ଯୋଗୁଁ ନ୍ୟାୟ ପାଇଁ ଲଢେଇ ପରିବାର ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସ ଏନଏଚଆରସିରେ ଆବେଦନ କରିବା ପରେ ଆଜି ରାୟ ଶୁଣାଇଛନ୍ତି କମିଶନ ।

Naba Das Murder Case
Naba Das Murder Case

ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଜଘନ୍ୟ ହତ୍ୟା ମାମଲାକୁ ଜାନୁଆରୀ ୨୯ ତାରିଖ ୨୦୨୪କୁ ୧ ବର୍ଷ ବିତିଯାଇଛି । ଏହା ପରେ ମଧ୍ୟ ନବ କିଶୋର ଦାସଙ୍କ ହତ୍ୟା ଆଜି ବି ରହସ୍ୟ ଘେରରେ ରହିଛି । ଏହି ହତ୍ୟା ମାମଲାରେ ୧୦ଟି ସମ୍ବେଦନଶୀଳ ତଥ୍ୟ ସହ କମିଶନଙ୍କ ଏକ ସ୍ପେଶାଲ ଟିମ ତଦନ୍ତ ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର ୧୫୪୧/୨୦୨୩ ରେ ମିସକେଶ ଦାଏର କରିଥିଲା ନ୍ୟାୟ ପାଇଁ ଲଢେଇ ପରିବାର । ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ସୁବ୍ରତ ଦେଇଥିବା ସମ୍ବେଦନଶୀଳ ତଥ୍ୟ ଯେପରିକି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ଏସଆଇ ଗୋପାଳ ଦାସଙ୍କ ପରିବାର ଲୋକ କହୁଛନ୍ତି ଗୋପାଳ ଦାସ ଜଣେ ମାନସିକ ରୋଗୀ ଯଦି ଗୋପାଳ ଦାସ ଜଣେ ମାନସିକ ରୋଗୀ ତାହେଲେ ଜଣେ ମାନସିକ ରୋଗୀଙ୍କୁ ପୋଲିସ ବିଭାଗ କିଭଳି ଚାକିରୀ ଦେଇଥିଲେ ଏହାର ତଦନ୍ତ ହେବା ଆବଶ୍ୟକତା ରହିଛି ?

ଏହା ବି ପଢନ୍ତୁ- ନବ ଦାସ ହତ୍ୟାକାଣ୍ଡକୁ ପୁରିଲା ବର୍ଷେ: ଢିଲା ତଦନ୍ତ ନେଇ ବିଜେପିର ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି

ଦ୍ଵିତୀୟରେ ଯଦି ଗୋପାଳ ଦାସ ଜଣେ ମାନସିକ ରୋଗୀ ତାହେଲେ ରାଜ୍ୟ ପୋଲିସ ବିଭାଗ କିଭଳି ଭାବରେ ଗୋପାଳ ଦାସଙ୍କୁ ୧୮ ଥର ପୁରସ୍କୃତ କରିଥିଲେ ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି ? ତୃତୀୟରେ ରାଜ୍ୟ ପୋଲିସ ବିଭାଗ କିଭଳି ଭାବରେ ଜଣେ ଏ.ଏସ.ଆଇ ସ୍ତରର ଅଧିକାରୀଙ୍କୁ ସର୍ଭିସ ରିଭରବଲ ଦେଇଥିଲେ ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି ? ଚତୁର୍ଥରେ ପୋଲିସ ଏ.ଏସ.ଆଇ ଗୋପାଳ ଦାସ ଯିଏକି ଟ୍ରାଫିକ ସୁରକ୍ଷା ଦାୟିତ୍ବରେ ଥିଲେ ସେ କିଭଳି ଭାବରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗାଡି ପାଖକୁ ଆସି ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲେ ଏହାର ତଦନ୍ତ ଦେବାର ଆବଶ୍ୟକତା ରହିଛି ? ପଞ୍ଚମରେ ଅଭିଯୁକ୍ତ ଏସ.ଆଇ ଗୋପାଳ ଦାସ ହତ୍ୟା କରିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମାରିଥିବା ଗୁଳି ଗଲା କୁଆଡେ ଏହାର ତଦନ୍ତ କ୍ରାଇମିବ୍ରାଞ୍ଚ କରିଛନ୍ତି କି ଏହାର ତଦନ୍ତ ହେବା ଆବଶ୍ୟକତା ରହିଛି ?

ଷଷ୍ଠରେ ରାଜ୍ୟର ଜଣେ କ୍ୟାବିନେଟ ପାହ୍ୟା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ସୁରକ୍ଷାକର୍ମୀ ଗୋପାଳ ଦାସ କିଭଳି ଭାବରେ ହତ୍ୟା କରିବାକୁ ଯୋଜନା କରିପାରିବ ? ସପ୍ତମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ଯେଉଁ ସମୟରେ ହତ୍ୟା ହେଲା ଠିକ ସେହି ସମୟରେ ଘଟଣା ସ୍ଥଳରେ ଜଣେ ବିଜୁ ଜନତା ଦଳର କର୍ମୀଙ୍କ ହାତରେ ବନ୍ଧୁକ ଦେଖିବାକୁ ମିଳିଥିଲା ଯାହାକି ସମସ୍ତ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା ଏହାର ତଦନ୍ତ ହେବା ଆବଶ୍ୟକତା ରହିଛି ? ଅଷ୍ଟମ ରେ ଓଡିଶା ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର କୌଣସି ଚିଠି ଓଡିଶା ହାଇକୋର୍ଟକୁ କରିନାହାନ୍ତି କିମ୍ବା ଓଡିଶା ହାଇକୋର୍ଟ କିଛି ଜୁଡ଼ିସିଆଲ ଅର୍ଡର କରିନାହାନ୍ତି ତାହେଲେ କିଭଳି ରିଟାଡ଼ ଜଜ ଜେ.ପି.ଦାସ କିଭଳି ଘଟଣା ସ୍ଥଳରେ ତଦନ୍ତ ବାବଦରେ ବୁଝାବୁଝି କରୁଛନ୍ତି ଏହାର ତଦନ୍ତ ହବା ଆବଶ୍ୟକତା ରହିଛି ?

ନବମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କୋଇଲା ଖଣି ଲିଜରେ ନେଇ ବ୍ୟବସାୟୀ କରୁଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ହତ୍ୟାକାଣ୍ଡ ପଛରେ କିଛି ଖଣି ମାଫିଆଙ୍କର ସମ୍ପୃକ୍ତି ନାହଁ ତ ଏହାର ତଦନ୍ତ ହେବା ଆବଶ୍ୟକତା ରହିଛି ? ଶେଷରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପଛରେ ବହୁ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବା ରାଜ୍ୟବାସୀ ଅଭିଯୋଗ କରୁଥିବା ବେଳେ ଏହାର ତଦନ୍ତ ହେବା ଆବଶ୍ୟକତା ରହିଛି ବୋଲି ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଦର୍ଶାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.