ETV Bharat / state

ଭୋଳାବାବାଙ୍କ ମୁସଲିମ ଭକ୍ତ, ମନ୍ଦିର ନିର୍ମାଣ ପାଇଁ ବଢାଇଲେ ସହଯୋଗର ହାତ

author img

By ETV Bharat Odisha Team

Published : Feb 15, 2024, 7:39 PM IST

Muslim devotee Assaf Ali Khan: ସମ୍ବଲପୁର ବଂଶଜାଲ ଗାଁ ବାବା ନର୍ମଦେଶ୍ବରଙ୍କ ମନ୍ଦିର ନିର୍ମାଣରେ ସ୍ଥାନୀୟ ଲୋକଙ୍କ ସାହା ପାଲଟିଲେ ମୁସଲିମ ଧର୍ମାବଲମ୍ବୀ । ମନ୍ଦିର ନିର୍ମାଣରେ ହିନ୍ଦୁକୁ ବଢାଇଲେ ସହଯୋଗର ହାତ । ଅଧିକ ପଢନ୍ତୁ

Muslim devotee Assaf Ali Khan
Muslim devotee Assaf Ali Khan
ଭୋଳାବାବାଙ୍କ ମୁସଲିମ ଭକ୍ତ

ସମ୍ବଲପୁର: ଆସନ୍ତା ୨୧ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ଜିଲ୍ଲାର ରେଢ଼ାଖୋଲ ବଂଶଜାଲ ଗାଁ ମୁଣ୍ଡରେ ଥିବା ବାବା ନର୍ମଦେଶ୍ବରଙ୍କ ମନ୍ଦିର । ତେବେ ଏହି ମନ୍ଦିର ନିର୍ମାଣ ଲାଗି ଅନେକ ବାଧାବିଘ୍ନ ଉପୁଜିଥିବା ବେଳେ ଏଥିରେ ସହାୟ ହୋଇଥିଲେ ଭୋଳାବାବାଙ୍କ ମୁସଲିମ ଭକ୍ତ ତଥା ସମ୍ବଲପୁରର ଜଣାଶୁଣା ସମାଜସେବୀ ଆସଫ ଅଲ୍ଲୀ ଖାଁ । ମନ୍ଦିର ନିର୍ମାଣରେ ବହୁତ ସମସ୍ୟା ବାଧାବିଘ୍ନ ସୃଷ୍ଟି ହୋଇଥିବା ବେଳେ ସେ ହିଁ ଏହି ମନ୍ଦିର ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କୁ ସାହା ହୋଇଥିଲେ ଓ ତାଙ୍କ ପଥ ପ୍ରଦର୍ଶକ ସାଜିଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ସମାଜସେବୀ ଆସଫ ଅଲ୍ଲୀ ଖାଁଙ୍କ ପୈତୃକ ଗାଁ ରେଢ଼ାଖୋଲ ଜୁଯୁମୁରା ଅଞ୍ଚଳରେ ଥିବା ବେଳେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ସେ ସ୍ବର ଉତ୍ତୋଳନ କରିଆସୁଛନ୍ତି । ରେଢ଼ାଖୋଲ ବଂଶଜାଲ ଗାଁ ମୁଣ୍ଡରେ ଥିବା ବାବା ନର୍ମଦେଶ୍ବରଙ୍କ ମନ୍ଦିର ନିର୍ମାଣ ପାଇଁ ଚେଷ୍ଟା କରୁଥିବା ବେଳେ ଆସଫ ଅଲ୍ଲୀ ଖାଁ ଗାଁ ଲୋକଙ୍କୁ ବହୁତ ସହାୟତା କରିଥିଲେ ବୋଲି ଗାଁର ବରିଷ୍ଠ ନାଗରିକ ପୂର୍ଣଚନ୍ଦ୍ର ପ୍ରଧାନ କୁହନ୍ତି । ଆସଫ ଅନ୍ୟ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ଏହି ମନ୍ଦିର ନିର୍ମାଣ ପାଇଁ ବହୁ ଆର୍ଥିକ ସହାୟତା ଯୋଗାଇଛନ୍ତି । ମନ୍ଦିର ନିର୍ମାଣରେ ବହୁ ବାଧାବିଘ୍ନ ସୃଷ୍ଟି ହୋଇଥିଲା । ସେତେବେଳେ ଆସଫ ଗାଁ ଲୋକଙ୍କ ପାଇଁ ପଥ ପ୍ରଦର୍ଶକ ହେବା ସହ ସେମାନଙ୍କୁ ସବୁ ପ୍ରକାର ସହାୟତା ଦେଇଥିଲେ ।

ଗାଁର ଜଣେ ବରିଷ୍ଠ ନାଗରିକ ପୂର୍ଣଚନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ ଆସଫ ଏତେ ଆର୍ଥିକ ସହାୟତା କରିଛନ୍ତି ଯେ ସେମାନେ ତାର ହିସାବ ରଖିନାହାଁନ୍ତି । ଏହି ମନ୍ଦିରରେ ଲାଗିଥିବା ସବୁ ମାର୍ବଲ ପଥର ଆସଫ ଦେଇଛନ୍ତି । ଆସଫ ନଥିଲେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥାନ୍ତା ବୋଲି କୁହନ୍ତି ଏହି ବରିଷ୍ଠ ନାଗରିକ ଜଣକ । ଏପରିକି ଗାଁରୁ ମନ୍ଦିରକୁ ଆସୁଥିବା ବେଳେ ରେଳ ଲାଇନ ପଡୁଥିବା ବେଳେ ରେଳ ଲାଇନ ଦେଇ ଆସିବାକୁ ଗାଁ ଲୋକଙ୍କୁ ବହୁ ସମସ୍ୟା ହେଉଥିଲା । ସେତେବେଳେ ଏହି ସମସ୍ୟା ନେଇ ଗାଁ ଲୋକଙ୍କ ଗୁହାରି କୌଣସି ନେତା ମନ୍ତ୍ରୀ ଶୁଣି ନଥିବା ବେଳେ ଆସଫ ଅଲ୍ଲୀ ଖାଁଙ୍କୁ ଗାଁ ଲୋକେ ଏନେଇ ଅବଗତ କରାଇଥିଲେ ।

ଏହା ବି ପଢନ୍ତୁ- ରାମଲାଲାଙ୍କ ଭକ୍ତିରେ ବିଭୋର ମୁସଲିମ ଭକ୍ତ, ଚାଲି ଚାଲି ମୁମ୍ବାଇରୁ ଅଯୋଧ୍ୟା ଯାତ୍ରା

ଏହାପରେ ଆସଫ ଗାଁ ଲୋକଙ୍କୁ ନେଇ ଟ୍ରେନ ରୋକ ଆନ୍ଦୋଳନ କରି DRMଙ୍କ ସହ ଆଲୋଚନା କରି ସେହି ସ୍ଥାନରେ ଲୋକଙ୍କ ଯିବା ଆସିବା ପାଇଁ ଶିଢିର ବ୍ୟବସ୍ଥା କରାଇଥିଲେ । ଏଥିପାଇଁ ଆସଫଙ୍କ ପ୍ରତି ଗାଁ ଲୋକଙ୍କ ପ୍ରବଳ ବିଶ୍ବାସ ରହିଛି । ଏନେଇ ଆସଫ ଅଲ୍ଲୀ ଖାଁ କୁହନ୍ତି, "ବର୍ତ୍ତମାନ ରାଜନୈତିକ ସ୍ବାର୍ଥ ପାଇଁ ଲୋକେ ସାମ୍ପ୍ରଦାୟିକ ସଦଭାବକୁ ଅସ୍ଥିର କରୁଛନ୍ତି । ଏହି ମନ୍ଦିରର ଭଗବାନଙ୍କ ଉପରେ କୋଟି କୋଟି ଲୋକ ବିଶ୍ବାସ କରୁଛନ୍ତି । ତେଣୁ ଯଥା ଶକ୍ତି ସାମର୍ଥ୍ୟ ଅନୁସାରେ ମୁଁ ଏହି ମନ୍ଦିର ନିର୍ମାଣରେ ସହାୟତା କରିଛି । ମୁଁ ଜଣେ ତୁଚ୍ଛ ମଣିଷ । ଭଗବାନଙ୍କ ମନ୍ଦିର ନିର୍ମାଣ କରିବାକୁ ମୁଁ କିଏ ? ମୁଁ କେବଳ ଏହି ମନ୍ଦିରକୁ ନୁହେଁ ରେଢ଼ାଖୋଲର ବହୁତ ମନ୍ଦିର ନିର୍ମାଣରେ ସହାୟତା କରିଛି । ଆଗକୁ ଯେକୌଣସି ଧର୍ମ ଅନୁଷ୍ଠାନ ତିଆରିରେ ସହଯୋଗ କରିବି ।"

ଏହି ମନ୍ଦିରର ପୂଜକ ଆନନ୍ଦ ଚୈତନ୍ୟ ମଧ୍ୟ ଆସଫ ଅଲ୍ଲୀ ଖାଁ ଏହି ସହାୟତା ପାଇଁ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି, "ମନ୍ଦିର ନିର୍ମାଣ ସମୟରେ ବହୁ ବାଧାବିଘ୍ନ ସୃଷ୍ଟି ହୋଇଥିଲା । ସେତେବେଳେ ଆସଫ ଅଲ୍ଲୀ ଖାଁ ଅନ୍ୟ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ମନ୍ଦିର ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ଭଗବାନ ତାଙ୍କୁ ଆମ ପାଖକୁ ପଠାଇ ସହାୟତା କରିଛନ୍ତି ।" ବର୍ତ୍ତମାନ ଜାତି, ଧର୍ମ, ସମ୍ପ୍ରଦାୟ ନାଁରେ ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ସଦଭାବନା ବିଗୁଡୁଥିବା ବେଳେ ଆସଫ ଅଲ୍ଲୀଙ୍କ ଏହି କାମ ନିଶ୍ଚିତ ଭାବେ ଅନେକ ଲୋକଙ୍କୁ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବାକୁ ପ୍ରେରଣା ଦେବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.