ETV Bharat / state

ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ମହିଳା ଉପକୃତ: ବିଜେଡି

author img

By ETV Bharat Odisha Team

Published : Feb 14, 2024, 9:26 PM IST

Mamata Yojana: ନବୀନ ସରକାର ଗତ ୨୪ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ବିକାଶ ଓ ସଶକ୍ତିକରଣ ପାଇଁ ସବୁବେଳେ କଠିନ ପରିଶ୍ରମ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଓ ମା' ଉପକୃତ ହୋଇଛନ୍ତି । ଏହା କହିଛନ୍ତି ବିଜେଡିର ଦୁଇ ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲାମ । ଅଧିକ ପଢନ୍ତୁ

BJD
BJD

ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ମହିଳା ଉପକୃତ

ଭୁବନେଶ୍ବର: ନବୀନ ସରକାର ଗତ ୨୪ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ବିକାଶ ଓ ସଶକ୍ତୀକରଣ ପାଇଁ ସବୁବେଳେ କଠିନ ପରିଶ୍ରମ କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ମମତା ଯୋଜନାରେ ୬୦ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଓ ମା' ଉପକୃତ ହୋଇଛନ୍ତି । ବିଜେଡି ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା କହିଛନ୍ତି ବିଜେଡିର ଦୁଇ ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲାମ ।

ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲାମ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାର କୋଟି କୋଟି ମହିଳାଙ୍କ ସଶକ୍ତୀକରଣକୁ ନେଇ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଥିବା ସରକାର ମମତା ଯୋଜନା ସହାୟତାକୁ ୫ ହଜାରରୁ ୧୦ ହଜାର ଟଙ୍କାକୁ ଦ୍ବିଗୁଣିତ କରିଛନ୍ତି । ଏହା ଓଡ଼ିଶାର ଲକ୍ଷ ଲକ୍ଷ ମା' ଓ ରାଜ୍ୟର କୋଟି କୋଟି ମହିଳାଙ୍କ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ବର୍ତ୍ତମାନ ମମତା ଯୋଜନା ଅଧୀନରେ ଥିବା ମା'ମାନଙ୍କୁ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ମିଳୁଛି । ଏବେ ସେମାନଙ୍କୁ ୬୦୦୦ ଓ ୪୦୦୦ ଟଙ୍କାର ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ । ୨୦୨୩ ଅଗଷ୍ଟରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ସହାୟତା ପ୍ରଦାନ କରାଯିବ । ୨୦୨୩ ଅଗଷ୍ଟରୁ ଆଜି ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ଅର୍ଥ ପ୍ରଦାନ କରାଯିବ ।

ଅଧିକ ପଢନ୍ତୁ- ୨ ଗୁଣ ହେଲା ମମତା ଯୋଜନା ସହାୟତା ରାଶି; ୫ ହଜାରରୁ ୧୦ ହଜାର ଟଙ୍କାଙ୍କୁ ବଢିଲା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁ ହାର ପୁଷ୍ଟିହୀନତା ହ୍ରାସ କରିବା ପାଇଁ ୨୦୧୧ ମସିହାରେ ମମତା ଯୋଜନା ଆରମ୍ଭ କରିଥିଲେ । ଓଡ଼ିଶାର ମମତା ଯୋଜନାର ସଫଳତା ଯୋଗୁଁ ଏହାକୁ ଜାତୀୟ ମଡେଲ ଭାବେ ଗ୍ରହଣ କରାଯାଇଛି । ୬ ମାସର ଗର୍ଭଧାରଣ ପରେ ପ୍ରଥମ କିସ୍ତି ୬୦୦୦ ଟଙ୍କା ଏବଂ ଶିଶୁକୁ ୧୦ ମାସ ପୂରିବା ପରେ ଦ୍ବିତୀୟ କିସ୍ତି ୪୦୦୦ ଟଙ୍କା ପ୍ରଦାନ କରାଯିବ । ଏହା ଓଡ଼ିଶାର ମହିଳା ସଶକ୍ତୀକରଣ ପ୍ରତି ବିଜେଡି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଆଜି ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଜାତୀୟ ମାନଦଣ୍ଡ ଏବଂ ମାଇଲଖୁଣ୍ଟ ଭାବେ ସ୍ବୀକୃତି ପାଇଛି । ମମତା ଯୋଜନା ସହାୟତାକୁ ଦ୍ବିଗୁଣିତ କରିବା ଏହି ଯାତ୍ରାରେ ଆଉ ଏକ ସଫଳତା ବୋଲି ବିଜେଡ଼ିର ଦୁଇ ପ୍ରବକ୍ତା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.