ETV Bharat / state

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର - Ratnabhandar Key Missing Case

Probe Report On Ratna bhandar Key Missing: ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ । ୨୦୧୮ରୁ ସରିଥିବା ଯାଞ୍ଚ ରିପୋର୍ଟ ଏଯାବତ ସାର୍ବଜନୀନ କରାଯାଇନଥିଲା । ଅଧିକ ପଢନ୍ତୁ...

Probe Report On Ratnabhandar Key Missing
Probe Report On Ratnabhandar Key Missing (ETV Bharat Odisha)
author img

By ETV Bharat Odisha Team

Published : Jun 19, 2024, 6:42 PM IST

Updated : Jun 19, 2024, 7:26 PM IST

କଟକ: ପୁଣି ତେଜିଲା ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ । ଆସନ୍ତା କ୍ୟାବିନେଟ ବୈଠକରେ ଉପସ୍ଥାପନ ହେବ ତଦନ୍ତ କମିଶନ ରିପୋର୍ଟ । ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର । ୩ ସପ୍ତାହ ପରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଏହା ମଧ୍ୟରେ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଆସିଛି ଶୁଭ ଖବର । ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ପୂରଣ ହେବ ଓଡ଼ିଶାବାସୀଙ୍କ ବହୁଦିନର ଦାବି । ରଥଯାତ୍ରା ପରଦିନ ଅର୍ଥାତ ଜୁଲାଇ 8 ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ... ଜୁଲାଇ 8 ତାରିଖରେ ଖୋଲିବ ରତ୍ନଭଣ୍ଡାର, ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି - RATNA BHANDAR TO OPEN

ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ ସୂଚନା ଦେଇଛନ୍ତି । 2018 ମସିହାର ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ଖୋଲାହେବ । ରତ୍ନଭଣ୍ଡାର କମିଟି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ସମ୍ପର୍କରେ ନିଷ୍ପତ୍ତି ନେବ । ଭାରତୀୟ ପ୍ରତ୍ନତାତ୍ତିକ ବିଭାଗ ‘ଏଏସଆଇ’ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଛନ୍ତି ଯେ, ସ୍ୱତନ୍ତ୍ର ଟିମ୍‌ ଓ ଟେକ୍ନିକାଲ ଟିମ୍‌ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ ।

୨୦୧୮ ମସିହାରେ ପ୍ରଥମ ଭଣ୍ଡାର ଅନୁଧ୍ୟାନ ବେଳେ କ୍ରାକ୍ ଥିବା ଜଣାପଡିଥିଲା । ଯେତେ ଶୀଘ୍ର ହେବ କାମ ହେବ । ଲେଜର ସ୍କାନିଂ କରାଯାଇଛି । ଆବଶ୍ୟକ ପଡିଲେ ଇଣ୍ଡୋର ସ୍କାନିଂ କରାଯିବ । ରତ୍ନଭଣ୍ଡାରର କଣ୍ଡିସନ୍ ଠିକ୍ ନାହିଁ । ରତ୍ନଭଣ୍ଡାର ଖୋଲାଯାଇ ଅନୁଧ୍ୟାନ ପରେ ମରାମତି କରାଯିବ । 2018 ମସିହା ଜୁନ 6 ତାରିଖରେ ଜଷ୍ଟିସ ରଘୁବୀର ଦାସଙ୍କ କମିଶନ ଗଠନ କରାଯାଇଥିଲା । ୨୯ନଭେମ୍ବର, 2018 ତାରିଖରେ ତଦନ୍ତ କମିଶନଙ୍କ ରିପୋର୍ଟ ଦାଖଲ କରିଥିଲେ। ମାତ୍ର ଏହି ରିପୋର୍ଟ ସାର୍ବଜନୀନ କରାଯାଇନଥିଲା ।

ହାଇକୋର୍ଟରେ ଆଜି ଶୁଣାଣି ସମୟରେ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ ସାର୍ବଜନୀନ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପରେ ଆଗାମୀ 3 ସପ୍ତାହ ପର୍ଯ୍ୟନ୍ତ ମାମଲାର ଶୁଣାଣିଙ୍କୁ ଘୁଞ୍ଚାଇ ଦେଇଛନ୍ତି ହାଇକୋର୍ଟ ।

ଇଟିଭି ଭାରତ, କଟକ

Last Updated : Jun 19, 2024, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.