ETV Bharat / state

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦଶମ ଛାତ୍ରଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

author img

By ETV Bharat Odisha Team

Published : Feb 27, 2024, 10:14 PM IST

Matric Student Died In Road Accident: ମାଟ୍ରିକ ପରୀକ୍ଷା ଦେଇ ଘରୁ ଫେରୁଥିବା ବେଳେ ଛକିଥିଲା ଯମ । ସଡକ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ କରିଛନ୍ତି ।

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦଶମ ଛାତ୍ରଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ସଡ଼କ ଦୁର୍ଘଟଣାରେ ଚାଲିଗଲା ଦଶମ ଛାତ୍ରଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦଶମ ଛାତ୍ରଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାଉରକେଲା: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମାଟ୍ରିକ ପରୀକ୍ଷା ଦେଇ ଘରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦଶମ ଛାତ୍ରଙ୍କ ଜୀବନ । ମୃତ ଛାତ୍ର ଜଣକ ହେଲେ ସର୍ଗିପାଲି ଢେଲସରାର ଅରମାନ ରାଏ । ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିିଯାଇଥିବା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ସେପଟେ ଏହାର ପ୍ରତିବାଦରେ ପରିବାର ଲୋକେ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଥିଲା ।

ସୂଚନା ଅନୁସାରେ, ଆଜି ଦିନ ୧୧ଟା ସମୟରେ ଅରମାନ ବାଇକରେ ମାର୍କେଟକୁ ଯାଇ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ(ଓଡି ୨୩ ଜି ୯୨୧୩) ତାଙ୍କୁ ଧକ୍କା ଦେଇଥିଲା ଏବଂ ସେ ଟ୍ରକ ତଳେ ପଡିଯାଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସୁନ୍ଦରଗଡ଼-ହେମଗିର ରାସ୍ତା ଚକ୍ରାମାଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନା ଥାଉ କି, ଅରମାନ ନିଆଲିପାଲି ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା ଦେଉଥିଲେ । ସେ ଗତକାଲି ଗଣିତ ପରୀକ୍ଷା ଦେଇଥିଲେ ଏବଂ ଆଜି ସେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଘର ଲୋକେ ଭାବିଥିଲେ ପୁଅ ଦଶମ ପରୀକ୍ଷା ଦେଉଛି ଏବଂ ବର୍ତ୍ତମାନ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ଭବିଷ୍ୟତ ଗଢିବ ଏବଂ ଭବିଷ୍ୟତରେ ଭଲ ମଣିଷ ହେବ । ହେଲେ ଭାଗ୍ୟର ବିଡ଼ମ୍ୱନା ମାଟ୍ରିକ ପରୀକ୍ଷା ଦେଇ ଆସୁଥିବା ବେଳେ ବାଟରେ ଜଗି ବସିଥିଲା ଯମ । ଟ୍ରକ ତଳେ ଚାପି ହୋଇ ଅରମାନଙ୍କ ଉଡିଗଲା ପ୍ରାଣବାୟୁ ।ଅରମାନଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ତାଙ୍କ ବାପା ଏବଂ ମାଆ ।

ତେବେ ଅରମାନଙ୍କ ମୃତ୍ୟୁରେ ପରିବାର ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏନେଇ ଘଟଣାସ୍ଥଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଏହାର ପ୍ରତିବାଦରେ ପରିବାର ଲୋକେ ରାସ୍ତାରୋକ କରିଥିଲେ । ତେବେ ମୃତ ନାବାଳକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରାଯାଇଛି । ସେପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତ କରିଥିଲେ । ତେବେ ଟ୍ରକ ଚାଳକ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ଟ୍ରକ ଚାଳକକୁ ଧରିବାକୁ ଚେଷ୍ଟା କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.