ETV Bharat / state

ବାଲେଶ୍ୱର ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ ଘଟଣା, ଉଭୟ ବିପଦ ମୁକ୍ତ

author img

By ETV Bharat Odisha Team

Published : Mar 19, 2024, 4:27 PM IST

Poachers Attacked Forest officials: ବାଲେଶ୍ବର ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ ଘଟଣା । ଏସସିବିରେ 2 ଆହତ କର୍ମଚାରୀଙ୍କ ଚିକିତ୍ସା ଚାଲିଥିବା ବେଳେ ଉଭୟ ବିପଦମୁକ୍ତ ଥିବା ଜଣାପଡିଛି । ଅଧିକ ପଢନ୍ତୁ

Poachers Attacked Forest officials
Poachers Attacked Forest officials

Poachers Attacked Forest officials

କଟକ: ବାଲେଶ୍ବର ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ ଘଟଣା । ଗୁରୁତର 2 ବନ କର୍ମଚାରୀଙ୍କ ଚିକିତ୍ସା ବର୍ତ୍ତମାନ ଏସସିବିରେ ଚାଲୁଥିବା ବେଳେ ଉଭୟ ବର୍ତ୍ତମାନ ବିପଦମୁକ୍ତ ରହିଥିବା ସୂଚନା ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ଖୁବ ଶୀଘ୍ର ଉଭୟ ସୁସ୍ଥ ହେବେ ବୋଲି କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଡ଼ଃ ଅଭିନାଶ ରାଉତ ।

ଗତକାଲି (ସୋମବାର) ରାତିରେ ବାଲେଶ୍ୱର ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟ ବିଟ ଅଞ୍ଚଳରେ ଫରେଷ୍ଟ ଗାର୍ଡଙ୍କ ସହ ଦୁଇ ବନ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାରୀମାନେ ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତିନି ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ 2 ଜଣଙ୍କ ଅବସ୍ଥା ସଙ୍ଗୀନ ହେବାରୁ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।

ଏସସିବିରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସା କରୁଥିବା ବେଳେ ଉଭୟ ବର୍ତ୍ତମାନ ବିପଦମୁକ୍ତ ରହିଥିବା ନେଇ କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଡ଼ଃ ଅଭିନାଶ ରାଉତ । ସେ ଆଉମଧ୍ୟ କହିଛନ୍ତି, "ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଜଣଙ୍କ ଗୋଡରୁ ଗୁଳି କଢା ଯାଇଛି । ଉଭୟଙ୍କୁ ଏସସିବିର ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଛି । ସମସ୍ତ ଟେଷ୍ଟ ଶେଷ ହୋଇଛି । ଖୁବ ଶୀଘ୍ର ଉଭୟ ସୁସ୍ଥ ହେବେ ।"

ଏହାମଧ୍ୟ ପଢନ୍ତୁ.. ଶିକାରୀଙ୍କୁ ଦିଆଯିବ କଡା ଜବାବ, ଶିମିଳିପାଳ କୁଲଡିହାରେ ହେବ ଜୋରଦାର କମ୍ବିଂ

ଏହି ଘଟଣା ପରେ ଜଙ୍ଗଲ ମଧ୍ୟରେ କଡାକଡି ଭାବରେ ବନ କର୍ମଚାରୀମାନେ ଅପରେସନ ଆରମ୍ଭ କରିଛନ୍ତି । ଅନ୍ୟପଟେ ପିସିସିଏଫ ସୁଶାନ୍ତ ନନ୍ଦ ଆସନ୍ତାକାଲି (ବୁଧବାର)ଠାରୁ ଶିମିଳିପାଳ କୁଲଡିହା ଅଭୟାରଣ୍ୟରେ ଜୋରଦାର କୁମ୍ବିଂ ଅପରେସନ କରାଯିବ ବୋଲି ସୂଚନା ଦେଇଛନ୍ତି । ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ୍‌ ମିଳିତ ଭାବରେ ଏହି କୁମ୍ବିଂ କରାଯିବ । ଏହାସହ ବନ୍ଧୁକ ରଖିଥିବା ଶିକାରୀଙ୍କୁ ବନ୍ଧୁକ ସରେଣ୍ଡର କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ରାଜ୍ୟରେ ବନ୍ୟପ୍ରାଣୀ ମାନଙ୍କୁ ଶିକାର କରିବା ପାଇଁ ଶିକାରୀମାନେ ଗୁଳି ଚଳାଉଥିବା କିମ୍ବା କରେଣ୍ଟର ବ୍ୟବହାର କରୁଥିବା ଭଳି ସଙ୍ଗୀନ ଉଦାହରଣମାନ ରହିଥିବା ବେଳେ ବର୍ତ୍ତମାନ ବନ କର୍ମଚାରୀ ମାନଙ୍କୁ ଶିକାରୀ ଗୁଳି ମାରିବା ଓଡିଶା ରେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦିନକୁ ଦିନ ଜଙ୍ଗଲ ମଧ୍ୟରେ ଶିକାରୀମାନଙ୍କ ଦୌରାତ୍ମ୍ୟ ବଢିବାର ଦେଖିବାକୁ ମିଳୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.