ETV Bharat / state

କାଠ ଫାଳିଆରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ବାମୀ, ମୃତଦେହ ସହ କାଟିଲା ୩ ରାତି

author img

By ETV Bharat Odisha Team

Published : Mar 14, 2024, 10:47 PM IST

Updated : Mar 15, 2024, 9:15 AM IST

Man Kills Wife in Bhubaneswar: କାଠ ଫାଳିଆରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ସାଲିଆ ସାହି ତାରିଣୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

Murder In Bhubaneswar
Murder In Bhubaneswar

Murder In Bhubaneswar

ଭୁବନେଶ୍ବର: ନୃଶଂସ ସ୍ବାମୀ ବର୍ବର କାଣ୍ଡ । କାଠ ଫାଳିଆରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ମୃତଦେହକୁ ଘରେ ଲୁଚାଇ ରଖି ୩ ରାତି କାଟିଥିଲା । ଭୁବନେଶ୍ବରର ସାଲିଆସାହି ତାରିଣୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଦ୍ୟପାନ କରି ନିଶାଗ୍ରସ୍ତ ଅବସ୍ଥାରେ ସ୍ବାମୀ ଗୋଲକ ବିହାରୀ ଜେନା ସ୍ତ୍ରୀ ରିନା ଜେନାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ହତ୍ୟା ପରେ ଘର ଭିତରେ ମୃତଦେହକୁ ଚାବି ପକାଇ ରଖିଥିଲା ଅଭିଯୁକ୍ତ । ୩ ଦିନ ବିତିବା ପରେ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ବଢିଥିଲା ।

ଏନେଇ ଗୋଲକ ବିହାରୀକୁ ପଚାରିବାରୁ ସେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା କଥା ସ୍ବୀକାର କରିଛି । ପରେ ପୋଲିସ ନିକଟରେ ଆତ୍ମସମର୍ପଣ ମଧ୍ୟ କରିଛି ଅଭିଯୁକ୍ତ ଗୋଲକ ବିହାରୀ ଜେନା । ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ମୈତ୍ରୀ ବିହାର ପୋଲିସ ଓ ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । କେଉଁ ପରିସ୍ଥିତିରେ ଓ କାହିଁକି ସ୍ତ୍ରୀଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛି ଗୋଲକ ସେନେଇ ପୋଲିସ ପଚରାଉଚରା କରିଛି । ତେବେ ଗୋଲକ ପୂର୍ବରୁ ମଧ୍ୟ ନିଶା ସେବନ କରି ଏଭଳି ମାରପିଟ୍ କରୁଥିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ ।

ପଡୋଶୀଙ୍କ କହିବା କଥା, ସ୍ବାମୀ ଓ ସ୍ତ୍ରୀ ଉଭୟ ମଦ୍ୟପାନ କରନ୍ତି । ଉଭୟ ରାଜମିସ୍ତ୍ରୀ କାମ କରନ୍ତି । ଉଭୟ କାମକୁ ଯାଆନ୍ତି ଓ ଘରକୁ ଫେରନ୍ତି । ଅନେକ ସମୟରେ ମଦ୍ୟପାନ କରନ୍ତି । ତେବେ ହତ୍ୟାକାଣ୍ଡ ଦିନ ତା'ର‌ ପତ୍ନୀ ଅତ୍ୟଧିକ ମଦ୍ୟପାନ କରିଥିଲା । ଫଳରେ ଦୁହିଁଙ୍କ ମଧ୍ୟରେ ଭୟଙ୍କର ପାଟିତୁଣ୍ଡ ଓ ମାରପିଟ୍ ହେଉଥିବାର ପଡୋଶୀ ତିନି ଦିନ ତଳେ ଦେଖିଥିଲେ । ତିନି ଦିନ ପରେ ଘର‌ ପାଖରୁ ଦୁର୍ଗନ୍ଧ ଆସିବାରୁ ସମସ୍ତଙ୍କର ସନ୍ଦେହ ହୋଇଥିଲା । ଏନେଇ ଅଭିଯୁକ୍ତ ଗୋଲକ ଜେନାର ପୁଅ ପୋଲିସକୁ ଖବର ଦେବା ପରେ ପୋଲିସ ତାକୁ ଗିରଫ କରିବା ସହ ମୃତଦେହ ଜବତ କରିଛି । ମହିଳାଙ୍କୁ ତିନି ଦିନ ତଳେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

ଏହା ମଧ୍ୟ ପଢନ୍ତୁ...ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗଳାକାଟି ହତ୍ୟା, ପୋଲିସର ତନାଘନା

ରାଜଧାନୀରେ ବଢିବାରେ ଲାଗିଛି ଅପରାଧ । କେବଳ ରାଜଧାନୀ ନୁହେଁ, ରାଜ୍ୟର ଅନ୍ୟ ସ୍ଥାନମାନଙ୍କରୁ ମଧ୍ୟ ପ୍ରତ୍ୟେକ ଦିନ ହତ୍ୟାକାଣ୍ଡର ଖବର ଆସୁଛି । ରାଜଧାନୀ ଭୁବନେଶ୍ବରରେ ନିଶାରେ ମାତାଲ ସ୍ବାମୀ ନିଜ ସ୍ତ୍ରୀର ହତ୍ୟା କରିଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ସ୍ବାମୀକୁ ହତ୍ୟା କରିଛି ସ୍ତ୍ରୀ । ଉଭୟ ପତି ପତ୍ନୀଙ୍କ ମଧ୍ୟରେ ବଚସା ହେବାରୁ ଏହା ଶେଷରେ ହତ୍ୟାକାଣ୍ଡର ରୂପ ନେଇଛି । ବର୍ତ୍ତମାନ ସ୍ୱାମୀ ହନ୍ତା ସ୍ତ୍ରୀକୁ ଗିରଫ କରିଛି ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇ ଉପଖଣ୍ଡ କୋଇଡ଼ା ଥାନା ଅଞ୍ଚଳରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ନାରାୟଣପୋଷିର ରୋଳାଢ଼ି ବସ୍ତିରେ ଗତକାଲି (ଗୁରୁବାର) ଅପରାହ୍ନ ସମୟରେ ସମୟରେ ଘରୋଇ କଳହକୁ କେନ୍ଦ୍ର କରି ଘଟିଛି ହତ୍ୟାକାଣ୍ଡ । ସୂଚନା ଅନୁସାରେ, କୋଇଡା ଅଞ୍ଚଳର ରୋଲଢ଼ି ଗ୍ରାମର ବସବାସ କରୁଥିବା ସ୍ୱାମୀ କରମ ସିଂ ମୁଣ୍ଡା (୪୮) ଓ ସ୍ତ୍ରୀ ଶୁକ୍ରୀ ମୁଣ୍ଡା (୪୬)ଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହାକୁ ନେଇ ସ୍ବାମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ତ୍ରୀ ।


ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 15, 2024, 9:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.