ETV Bharat / state

ସରିଲା ପ୍ରତୀକ୍ଷା, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

author img

By ETV Bharat Odisha Team

Published : Mar 8, 2024, 10:45 PM IST

Mahadipa Raised: ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ଧାର୍ଯ୍ୟ ସମୟ ଅନୁସାରେ ଦୀପ ଉଠିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Mahadipa Raised
Mahadipa Raised

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ଭକ୍ତଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଧାର୍ଯ୍ୟ ସମୟ ଅନୁସାରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । 'ହର ହର ମହାଦେବ' ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିସର । ଦୀର୍ଘ ସମୟ ଧରି ଭକ୍ତମାନେ ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ । ଦୀପ ଜାଳି ଉଜାଗର ରହି ଦେବ ଦେବ ମହାଦେବଙ୍କୁ ଆରଧନା କରୁଥିଲେ । ଭକ୍ତିମୟ ପରିବେଶରେ ମହାଦୀପ ଉଠିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ମହାଦୀପ ଦର୍ଶନ କରିଛନ୍ତି । ପରମ୍ପରା ଅନୁସାରେ, ଉପବାସ ବ୍ରତ କରିଥିବା ଭକ୍ତମାନେ ମହାଦୀପ ଉଠିବା ପରେ ବ୍ରତ ଭଙ୍ଗ କରନ୍ତି । ଦିନ ସାରା ମହାଦେବଙ୍କୁ ଶ୍ରଦ୍ଧାର ସହ ଆରାଧନା ଓ ପୂଜାର୍ଚ୍ଚନା କରିଛନ୍ତି ଭକ୍ତ ।

ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରହିଛି ଏକାମ୍ର କ୍ଷେତ୍ର । ରାତି ୧୦ ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଦିନ ତମାମ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଭୋର ୩ ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ୧୧ ଟା ଯାଏଁ ସାହାଣମେଲା ଦର୍ଶନ ରହିଥିଲା । ମହାସ୍ନାନ ଓ ବେଶ ପରେ ସୂର୍ଯ୍ୟପୂଜା ଓ ଅନାନ୍ୟ ପୂଜାର ବିଧି ରହିଥିଲା । ଆଉ ଶେଷରେ ପରମ୍ପରା ଅନୁସାରେ ମହାଦୀପ ଉଠିବା ନୀତି ସମ୍ପନ୍ନ ହୋଇଛି।

ଏହା ମଧ୍ୟ ପଢନ୍ତୁ...ଜଙ୍ଗଲ ଭିତରେ ଅଛି ମନ୍ଦିର କିନ୍ତୁ ନାହାନ୍ତି ଶିବ

ଏହା ମଧ୍ୟ ପଢନ୍ତୁ...ଚଳଚଞ୍ଚଳ ରେଶମ ସହର, ଚନ୍ଦ୍ରଚୁଡେଶ୍ବର ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଏହା ମଧ୍ୟ ପଢନ୍ତୁ...ଚଳଚଞ୍ଚଳ ରେଶମ ସହର, ଚନ୍ଦ୍ରଚୁଡେଶ୍ବର ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା


କେବଳ ଲିଙ୍ଗରାଜ ମନ୍ଦିରରେ ନୁହେଁ, ଭୁବନେଶ୍ୱରର ପ୍ରାଚୀନ ଶୈବ ମନ୍ଦିର ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିରକୁ ଶିବରାତ୍ରୀ ଓ ଜାଗରଯାତ୍ରା ଉପଲକ୍ଷେ ରାଜଧାନୀ ତଥା ଆଖପାଖରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି । ଏହି ଦିବସରେ ମନ୍ଦିରର କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ଭୋର ରାତ୍ରୀ ୩ଟାରୁ ଦ୍ୱାରଫିଟା ନୀତିଠାରୁ ଆରମ୍ଭ କରି ବିଭିନ୍ନ ନୀତି ସମାପନ ପରେ ସକାଳ ୬ଟାରେ ସାହାଣମେଲା ଦର୍ଶନ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା । ପରେ ପରେ ସକାଳ ୧୦ଟା ପର୍ଯ୍ୟନ୍ତ ବେଦ ପାଠ କରାଯାଇଥିଲା । ଲୋକନାଥ ରୋଡ, ପୁରୀସ୍ଥିତ ଶ୍ରୀରାମଚନ୍ଦ୍ର ସ୍ୱାମୀ ବେଦ ବିଦ୍ୟାଳୟରୁ ପଣ୍ଡିତ ଦେବେନ୍ଦ୍ର କୁମାର ଦ୍ୱିବେଦୀ ଏବଂ ତାଙ୍କର ୫ ଜଣ ସହଯୋଗୀ ବେଦପାଠ କରିଛନ୍ତି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.