ETV Bharat / state

ମହାଶିବରାତ୍ରି ପାଇଁ ପ୍ରଥମ ବୈଠକ, ରାତି ୧୦ଟାରେ ଉଠିବ ମହାଦୀପ

author img

By ETV Bharat Odisha Team

Published : Feb 22, 2024, 9:15 AM IST

Updated : Feb 22, 2024, 10:34 AM IST

Maha Shivratri: ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରଥମ ବୈଠକ ଶେଷ ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୦ ଟାରେ ମହାଦ୍ବୀପ ଉଠିବ । ଜାଗର ଯାତ୍ରା ନୀତିକାନ୍ତି ବିଷୟରେ ଅଧିକ ଜାଣନ୍ତୁ

ମହାଶିବରାତ୍ରି ନୀତି ନିର୍ଘଣ୍ଟ
ମହାଶିବରାତ୍ରି ନୀତି ନିର୍ଘଣ୍ଟ

ମହାଶିବରାତ୍ରି ନୀତି ନିର୍ଘଣ୍ଟ

ଭୁବନେଶ୍ବର: ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରି । ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରଥମ ବୈଠକ ଶେଷ ହୋଇଛି । ରାତି ୧୦ଟାରେ ମହାଦ୍ବୀପ ଉଠିବା ନେଇ ସ୍ଥିର କରାଯାଇଛି । ଏହା ପୂର୍ବରୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରିର ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜାଗର ଯାତ୍ରାର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିବାବେଳେ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୦ଟାରେ ମହାଦ୍ବୀପ ଉଠିବ । ଜାଗର ଯାତ୍ରାର ପୂଜା ରୀତିନୀତିକୁ ନେଇ ମହାଶିବରାତ୍ରି ପୂର୍ବ ରାତ୍ର ୨ଟା ୩୦ ମିନିଟରେ ମନ୍ଦିର ଦ୍ୱାର ଖୋଲିବ । ଭୋର ୩ ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବ ।

ଏହାପରେ ଭୋର ୪ ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ସେହିପରି ରୋଷ ହୋମ ସକାଳ ସାଢ଼େ ୬ଟାରେ ହେବ। ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ସକାଳ ଧୂପ ଅନୁଷ୍ଠିତ ହେବ। ୨ଟା ୩୦ରୁ ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ମଧ୍ୟରେ ପୁଣି ଦର୍ଶନ ଆରମ୍ଭ ହେବ । ଅପରାହ୍ନ ୪ଟା ୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ପ୍ରଭୁ ଲିଙ୍ଗରାଜ ବେଶ, ୫ଟା ୫୪ରୁ ବୀର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼ ପଡ଼ିବ । ୭ଟା ୧୦ରୁ ସନ୍ଧ୍ୟା ଆଳତୀ ଓ ଟେରା ଫିଟା ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ସାଢ଼େ ୭ଟା ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା ହେବ । ୮ଟା ୫୫ମିନିଟରେ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ କରାଯାଇ ରାତି ୧୦ଟାରେ ମହାଦ୍ବୀପ ଉଠିବ । ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ ।

ଏହା ମଧ୍ୟ ପଢନ୍ତୁ...ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଯାତ୍ରା, ବସିଲା ପ୍ରସ୍ତୁତି ବୈଠକ


ଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ମହାନ୍ତି ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏହି ନୀତି ନିର୍ଘଣ୍ଟ ବୈଠକରେ ବଡୁ ନିଯୋଗ ସଭାପତି ଓ ସମ୍ପାଦକ ଯୋଗ ଦେଇନଥିଲେ । ଏଥିରେ ବ୍ରାହ୍ମଣ ନିଯୋଗ ସଭାପତି ଶ୍ୟାମସୁନ୍ଦର ମହାସୁଆର, ସମ୍ପାଦକ ବିରଞ୍ଚି ପତି, ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ପୂଜାପଣ୍ଡା, ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ସମର୍ଥା ନିଯୋଗ ସଭାପତି ରାଜେନ୍ଦ୍ର ସମର୍ଥା, ସମ୍ପାଦକ ପ୍ରଶାନ୍ତ କୁମାର ସମର୍ଥା, ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର, ଆପଟିଆ ପ୍ରତିନିଧି ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 22, 2024, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.