ETV Bharat / state

ଭଦ୍ରକରେ ନବୀନ ଓଡ଼ିଶା ବ୍ୟାଗକୁ ଜୋରଦାର ବିରୋଧ

author img

By ETV Bharat Odisha Team

Published : Feb 15, 2024, 10:58 AM IST

Naveen Odisha Bag Row: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ନବୀନ ଓଡ଼ିଶା ବ୍ୟାଗକୁ ନେଇ ଉତ୍ତେଜନା । ଅଧିକ ପଢନ୍ତୁ

ନବୀନ ଓଡିଶା ବ୍ୟାଗ ଜାଳିଲେ
ନବୀନ ଓଡିଶା ବ୍ୟାଗ ଜାଳିଲେ

ଆମ ଓଡିଶା ନବୀନ ଓଡିଶା

ଭଦ୍ରକ: ନବୀନ ଓଡ଼ିଶା ବ୍ୟାଗକୁ ନେଇ ବିବାଦ ବଢିବାରେ ଲାଗିଛି । 5T ଲୋଗୋ ଏବଂ ଆମ ଓଡିଶା, ନବୀନ ଓଡ଼ିଶା ଲେଖାଥିବା ବ୍ୟାଗକୁ ପୋଡ଼ିଲେ ହିତାଧିକାରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ଏପରି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଖାଲି ବ୍ୟାଗ ଦିଆଯାଉଥିବାରୁ ଏହି ଝୋଟ ବ୍ୟାଗକୁ ପୋଡି ଦେଇଛନ୍ତି ହିତାଧିକାରୀ । ମାଗଣାରେ ହିତାଧିକାରୀଙ୍କୁ ବ୍ୟାଗ ମିଳିଥିଲେ ହେଁ 'ଆମ ଓଡିଶା, ନବୀନ ଓଡିଶା' ଲେଖାଥିବା ବ୍ୟାଗ ପସନ୍ଦ ନୁହଁ ବୋଲି ଅଭିଯୋଗ କରିଛନ୍ତି ।

ଏନେଇ ଜଣେ ହିତାଧିକାରୀ ଅଭିଯୋଗ କରି କହିଛନ୍ତି, "ଗରିବ ଲୋକମାନଙ୍କୁ କେନ୍ଦ୍ର ସରକାର ମାଗଣାରେ ରାସନ ଚାଉଳ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ବିଜେଡିର ପ୍ରଚାର କରିବା ଲାଗି ଏପରି 5T ଲୋଗୋ ଥିବା ବ୍ୟାଗ ଦେଉଛନ୍ତି । ରାଜ୍ୟର ବେକାର ଯୁବକ ଯୁବତୀମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ତେବେ ସେହି ବ୍ୟାଗଗୁଡିକରେ ଯଦି ଦାଦନମାନେ କପଡାପତ୍ର ନେଇ ଯାଆନ୍ତି କାହାର ସମ୍ମାନ ହାନି ହେବ । କେବଳ ସେତିକି ନୁହେଁ ଉକ୍ତ ବ୍ୟାଗରେ ଶଙ୍ଖ ଚିହ୍ନ ମଧ୍ୟ ରହିଛି । ସାଧାରଣ ଲୋକଟିଏ ହେଉ ଅଥବା ଅନ୍ୟ ଦଳର ହେଉ, ସେମାନେ କ'ଣ ପାଇଁ ବିଜେଡିର ଗୁଣଗାନ ପୂର୍ବକ ବ୍ୟାଗ୍‌କୁ ବ୍ୟବହାର କରିବେ ?"

ଏହା ମଧ୍ୟ ପଢନ୍ତୁ: ମାଲକାନଗିରିରେ ନବୀନ ଓଡ଼ିଶା ବ୍ୟାଗ ଜାଳିଲା ବିଜେପି

ବିଜେଡି ତା'ର ଦଳୀୟ ପ୍ରଚାର କରିବା ଲାଗି ନିର୍ବାଚନ ପୂର୍ବରୁ ଏପରି ଘରେ ଘରେ ଶଙ୍ଖ ଚିହ୍ନ ଆଉ ଆମ ଓଡ଼ିଶା, ନବୀନ ଓଡିଶା ଲେଖାଥିବା ବ୍ୟାଗ ଗ୍ରହଣଯୋଗ୍ୟ ନୁହେଁ ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ । ପ୍ରତିବାଦ ସ୍ୱରୂପ ସେଗୁଡିକୁ ସର୍ବ ସାଧାରଣରେ ପୋଡି ସରକାର ବିରୋଧି ସ୍ଲୋଗାନ୍ ଦିଆଯାଇ ବିଜେଡିକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ଏପରି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି । ଯାହାକି ସମ୍ମିଳିତ ଭାବେ ହିତାଧିକାରୀମାନେ ସର୍ବସମ୍ମୁଖରେ ବ୍ୟାଗଗୁଡିକୁ ପୋଡିଥିଲେ ।

ଆଗାମୀ ନିର୍ବାଚନରେ ବିଜେଡି ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବା ଲାଗି ଖାଉଟି ହିତାଧିକାରୀମାନଙ୍କୁ ଏପରି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଶଙ୍ଖ ଚିହ୍ନ ମିଶ୍ରିତ ଆମ ଓଡିଶା, ନବୀନ ଓଡିଶା ଲେଖାଥିବା ବ୍ୟାଗ ଆମର ଦରକାର ନାହିଁ । କେବଳ ଚାନ୍ଦବାଲିର ବିକାଶ ଯିଏ କରିବ ସେମାନଙ୍କୁ ଆମେ ସମର୍ଥନ ଜଣାଇବୁ ବୋଲି ସ୍ପଷ୍ଟ ଭାବେ ହିତାଧିକାରୀମାନେ ମତ ବ୍ୟକ୍ତ କରିଥିଲେ । ଜଣେ ନୁହେଁ କି ଦୁଇ ଜଣ ନୁହେଁ 20ରୁ ଊର୍ଦ୍ଧ୍ୱ ଖାଉଟି ହିତାଧିକାରୀମାନେ ଏକଜୁଟ୍ ହୋଇ ମିଳିତ ଭାବେ ବ୍ୟାଗ ଗୁଡିକୁ ପୋଡି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଥିବା ବାରି ହେଉଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.