ETV Bharat / state

ନାବାଳିକାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

author img

By ETV Bharat Odisha Team

Published : Feb 13, 2024, 10:54 PM IST

Rape Accused Sentenced on Minor Rape Case: ନାବାଳିକାକୁ ମିଳିଲା ନ୍ୟାୟ । ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ବିଚାରପତି ମଙ୍ଗଳବାର ମାମଲାର ଚୂଡାନ୍ତ ଶୁଣାଣି କରି ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି । ଅଧିକ ପଢନ୍ତୁ

ନାବାଳିକାକୁ ମିଳିଲା ନ୍ୟାୟ , ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ
ନାବାଳିକାକୁ ମିଳିଲା ନ୍ୟାୟ , ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର: ନାବାଳିକାକୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀଙ୍କୁ ମିଳିଛି ଦଣ୍ଡାଦେଶ । ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ବିଚାରପତି ମଙ୍ଗଳବାର ମାମଲାର ଚୂଡାନ୍ତ ଶୁଣାଣି କରି ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି । ହଷ୍ଟେଲରେ ରହି ପାଠ ପଢ଼ୁଥିବା ନବମଶ୍ରେଣୀ ଛାତ୍ରୀ ଗ୍ରୀଷ୍ମାବକାଶରେ ଘରକୁ ଯାଇଥିବା ବେଳେ କାଞ୍ଜିପାଣି ଥାନା ଅର୍ନ୍ତଗତ ବୁଢ଼ୀଘର ଗ୍ରାମର ମୁରଲୀଧର ଜୁଆଙ୍ଗ (୨୦) ସମ୍ପୃକ୍ତା ନାବାଳିକାକୁ ତା’ର ସାନଭଉଣୀ ସହାୟତାରେ ଡାକି ଜୋରଜବରଦସ୍ତ ଦୁଷ୍କର୍ମ କରିବା ସହ ଏ ସମ୍ପର୍କରେ କାହାରି ଆଗରେ ପ୍ରକାଶ ନକରିବାକୁ ଧମକ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ...୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା, ଚାଷଜମିରୁ ମିଳିଲା ମୃତଦେହ

ଗ୍ରୀଷ୍ମାବକାଶ ପରେ ଛାତ୍ରୀ ଜଣକ ହଷ୍ଟେଲରେ ରହି ପାଠ ପଢ଼ିବା ବେଳେ ଛାତ୍ରୀ ଜଣକର ଶାରିରୀକ ପରିବର୍ତ୍ତନ ଦେଖି ହଷ୍ଟେଲ ମାଟ୍ରନ ପଚାରିବାରୁ ଗ୍ରୀଷ୍ମାବକାଶରେ ଘରକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ମାଟ୍ରନଙ୍କ ସମ୍ମୁଖରେ ପ୍ରକାଶ କରିଥିଲା । ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ଜଣାପଡିବା ପରେ ୧୯ ନଭେମ୍ବର ୨୦୨୨ରେ ସ୍ଥାନୀୟ କାଞ୍ଜିପାଣି ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ତହିଁ ପରଦିନ ଅର୍ଥାତ ୨୦ ନଭେମ୍ବର ୨୦୨୨ରେ ଅଭିଯୁକ୍ତ ମୁରଲୀ ଜୁଆଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟିଉସନ ସାର୍ ଗିରଫ

ଏହି ମାମଲାରେ ମୋଟ ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ମଙ୍ଗଳବାର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ମୁରଲୀଧରକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି । ଏଥିସହ ପୀଡିତା ଛାତ୍ରୀଜଣଙ୍କୁ ୮ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଲାଗି ସୁପାରିଶ କରିଛନ୍ତି । ପୀଡିତାଙ୍କ ପକ୍ଷରୁ ସ୍ବତନ୍ତ୍ର ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ । ସେହିପରି ଦୁଷ୍କର୍ମ ଅଭିଯୁକ୍ତକୁ 20 ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ରାଉରକେଲାର ଫାଷ୍ଟଟ୍ରାକ୍‌ କୋର୍ଟ । ଏହାସହ ଅଭିଯୁକ୍ତକୁ 1 ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ରାଉରକେଲାର ଜଣେ ନାବାଳିକାକୁ ଉଠାଇ ନେଇ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଏଭଳି ରାୟ ପ୍ରକାଶ ପାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.