ETV Bharat / state

ଜେଇଇ ମେନ୍‌-1 ପରୀକ୍ଷା ଫଳ ପ୍ରକାଶ; ସତ୍ୟେନ୍ଦୁ କର ଓଡ଼ିଶା ଟପ୍ପର

author img

By ETV Bharat Odisha Team

Published : Feb 14, 2024, 7:45 AM IST

Satyendu kar JEE Mains Topper: ୯୯.୯୮ ପ୍ରତିଶତ ମାର୍କ ରଖି ଜେଇଇ ମେନ୍ ଓଡିଶା ଟପ୍ପର ହେଲେ ସତ୍ୟେନ୍ଦୁ କର । ଅଧିକ ପଢନ୍ତୁ

ସତ୍ୟେନ୍ଦୁ କର ଜେଇଇ ମେନ୍‌ ଓଡିଶା ଟପ୍ପର
Satyendu kar JEE Mains Topper

ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ମେନ୍ (ସେସନ-୧) ୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି ସତ୍ୟେନ୍ଦୁ କର । ଗୁଜୁରାଟର ଦ୍ୱୀଜା ଧର୍ମେଶ କୁମାର ପଟେଲ ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭୁବନେଶ୍ୱରସ୍ଥିତ ଓଡିଏମ ପବ୍ଲିକ ସ୍କୁଲର ଛାତ୍ର ହେଉଛନ୍ତି ସତ୍ୟେନ୍ଦୁ ।

ମଙ୍ଗଳବାର ସକାଳେ ସର୍ବଭାରତୀୟ ଜେଇଇ ମେନ୍ (ସେସନ-୧) ୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ଦେଶର ୨୪ ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର ରଖିଛନ୍ତି । ତେବେ 100 ପ୍ରତିଶତ ନମ୍ବର ରଖିଥିବା 24 ଜଣ ହେଉଛନ୍ତି ଛାତ୍ର । ଗୁଜୁରାଟର ଦ୍ୱୀଜା ଧର୍ମେଶ କୁମାର ପଟେଲ ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୯୯.୯୯ ପର୍ସେଣ୍ଟାଇଲ ସ୍କୋର ରଖିଛନ୍ତି । ଜେଇଇ ମେନ୍‌ (ସେସନ-୧)ରେ ଓଡ଼ିଶାର ସତ୍ୟେନ୍ଦୁ କର ରାଜ୍ୟ ଟପ୍ପର ହୋଇଥିବା ବେଳେ ୯୯.୯୮ ପ୍ରତିଶତ ମାର୍କ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ, 23 ଜଣଙ୍କୁ ଶତ ପ୍ରତିଶତ ରେଜଲ୍ଟ

ସତ୍ୟେନ୍ଦୁ ଭୁବନେଶ୍ୱରସ୍ଥିତ ଓଡିଏମ ପବ୍ଲିକ ସ୍କୁଲର ଛାତ୍ର । ବିଶେଷ ଭାବରେ ହରିୟାଣାରୁ ୨ ଜଣ, ତେଲେଙ୍ଗାନାରୁ ୭ ଜଣ, ଆନ୍ଧ୍ରପ୍ରଦେଶରୁ ୩ ଜଣ, ତାମିଲନାଡୁରୁ ଜଣେ, ଦିଲ୍ଲୀରୁ ୨ ଜଣ, ମହାରାଷ୍ଟ୍ରରୁ ୩ ଜଣ, ରାଜସ୍ଥାନରୁ ୩ ଜଣ, ଗୁଜୁରାଟରୁ ଜଣେ, କର୍ଣ୍ଣାଟକରୁ ଜଣେ ଲେଖାଁଏ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ସ୍କୋର ରଖିଛନ୍ତି ।
ସୂଚନାଯୋଗ୍ୟ, ଏହି ପରୀକ୍ଷା ମୋଟ ୨୯୧ ସହରର ୫୪୪ କେନ୍ଦ୍ରରେ ହୋଇଥିଲା । ଏଥି ମଧ୍ୟରେ ୨୧ଟି ଦେଶ ବାହାରେ ପରୀକ୍ଷା କେନ୍ଦ୍ର ରହିଥିଲା । ଏଥର ପ୍ରଥମ ଥର ପାଇଁ ଆବୁଧାବି, ହଙ୍ଗକଙ୍ଗ ଏବଂ ଓସ୍‌ଲୋ ସହରରେ ପରୀକ୍ଷା ହୋଇଥିଲା । ଇଂରାଜୀ, ହିନ୍ଦୀ, ଓଡ଼ିଆ ସମେତ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହୋଇଥିଲା ।

ମୋଟ ୧୨ ଲକ୍ଷ୍ୟ ୨୧ ହଜାର ୬୨୪ ଜଣ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ୧୧ ଲକ୍ଷ ୭୦ ହଜାର ୪୮ ଜଣ ପରୀକ୍ଷା ଦେଇଥିଲେ । ଏହାସହ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ସିସିଟିଭି ସର୍ଭିଲାନ୍ସରେ ରହିଥିଲା । ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ସ୍କ୍ୱାଡ୍ ନିୟୋଜିତ ହୋଇଥିଲେ । ତେବେ ପ୍ରଥମ ସେସନର ପରୀକ୍ଷା ଫଳ ବାହାରି ସାରିଥିବା ବେଳେ ଏପ୍ରିଲ ମାସରେ ଦ୍ୱିତୀୟ ସେସନ ହେବ । ଏପ୍ରିଲ 4 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.