ETV Bharat / state

ଜରାଶ୍ରମର ନିଆରା ପ୍ରୟାସ, ନିରାଶ୍ରୟ ବୃଦ୍ଧ ବୃଦ୍ଧାଙ୍କ ହୋଲି ଉତ୍ସବ ପାଳନ - HOLI 2024

author img

By ETV Bharat Odisha Team

Published : Mar 26, 2024, 10:15 PM IST

Old Age Home Celebrates Holi: ରଙ୍ଗର ପର୍ବ ହୋଲିକୁ ଅଲଗା ଢଙ୍ଗରେ ପାଳନ କରିଛନ୍ତି ନିରାଶ୍ରୟ ବୃଦ୍ଧ ବୃଦ୍ଧା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସ୍ଥିତ ବିର୍ସା ମୁଣ୍ଡା ସ୍ବତନ୍ତ୍ର ଜରା ନିବାସ ହୋଲି ଖେଳିବା ସହ ମିଠା ଖୁଆଇ ଥିଲେ ଆଶ୍ରମ କର୍ମକର୍ତ୍ତା । ଅଧିକ ପଢନ୍ତୁ

ଜରାଶ୍ରମର ନିଆରା ପ୍ରୟାସ, ନିରାଶ୍ରୟ ବୃଦ୍ଧ ବୃଦ୍ଧାଙ୍କ ହୋଲି ଉତ୍ସବ ପାଳନ
ଜରାଶ୍ରମର ନିଆରା ପ୍ରୟାସ, ନିରାଶ୍ରୟ ବୃଦ୍ଧ ବୃଦ୍ଧାଙ୍କ ହୋଲି ଉତ୍ସବ ପାଳନ

ଜରାଶ୍ରମର ନିଆରା ପ୍ରୟାସ, ନିରାଶ୍ରୟ ବୃଦ୍ଧ ବୃଦ୍ଧାଙ୍କ ହୋଲି ଉତ୍ସବ ପାଳନ

ରାଇରଙ୍ଗପୁର: ଆଜି ହେଉଛି ରଙ୍ଗର ପର୍ବ ହୋଲି । ଲୋକ ମାନେ ନିଜ ପରିବାର, ସାଙ୍ଗସାଥୀ ଆଦି ମାମନଙ୍କ ସହିତ ମିଶି ଏହାକୁ ବେଶ ଧୁମଧାମରେ ପାଳନ କରିଛନ୍ତି । ହେଲେ ଏମିତି ବି କିଛି ବୟ୍ୟୋଜ୍ୟେଷ୍ଠ ଲୋକ ଅଛନ୍ତି ଯେଉଁ ମାନଙ୍କୁ ଘରୁ ବୋଝ ଭାବି ଘରୁ ତଡ଼ି ଦିଆ ଯାଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସ୍ଥିତ ବିର୍ସା ମୁଣ୍ଡା ସ୍ବତନ୍ତ୍ର ଜରା ନିବାସ (Old Age Home) ଆଶ୍ରମରେ ରହି ନିଜର ଆଉ ଏକ ପରିବାର ଗଢି ରଙ୍ଗର ପର୍ବକୁ ପାଳନ କରିଛନ୍ତି ।

ଆଜି ହୋଲି ଅବସରରେ ଆଶ୍ରମ ର କର୍ମକର୍ତ୍ତା ମାନେ ବୃଦ୍ଧ ପିତାମାତା ଙ୍କୁ ଖୁସିରେ ଭରିଦେବା ଉଦ୍ଦେଶ୍ୟରେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିଲେ । ତାଙ୍କ ସହିତ ହୋଲି ଖେଳିବା ସହ ମିଠା ଖୁଆଇ ଥିଲେ। ବୃଦ୍ଧା ମାତା ମାନଙ୍କୁ ଚୁଡ଼ି ଦେବା ସହିତ ପାଦରେ ଅଳତା ଲଗାଇଥିଲେ। ଗାଧୁଆ ପାଧୁଆ ପରେ ସମସ୍ତଙ୍କୁ ନୂତନ ବସ୍ତ୍ର ଦିଆ ଯାଇଥିଲା। ସମସ୍ତ ବୃଦ୍ଧ ପିତା ମାତା ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଦିଆ ଯାଉଥିବାରୁ ସେମାନଙ୍କ ଖୁସିରେ ଆଶ୍ରମ ର କର୍ମକର୍ତ୍ତା ମାନେ ମଧ୍ୟ ଅତ୍ୟନ୍ତ ଖୁସି ଥିବା କହିଛନ୍ତି।

ଏହା ମଧ୍ୟ ପଢନ୍ତୁ...ଏକାଠି ହୋଲି ଖେଳି ଖୁସି ବାଣ୍ଟିଲେ ହିନ୍ଦୁ ଓ ମୁସଲିମ, ବାଣ୍ଟିଲେ ଭାଇଚାରାର ବାର୍ତ୍ତା - Hindu And Muslims Celebrate Holi

ରଙ୍ଗର ପର୍ବ ହୋଲିରେ ଝୁମିଛନ୍ତି ସମସ୍ତ ଅନ୍ତେବାସୀ । ପରସ୍ପର କୁ ମିଠା ଖୁଆଇ ହୋଲି ଲଗାଇ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି ଅନ୍ତେବାସୀ । କିଏ ଗୀତ ଗାଇ ଅନ୍ୟକୁ ଖୁସି ଦେଉଛନ୍ତି ତ ଆଉ କିଏ ମଜାକିଆ କଥା କହି ନିଜର ଦୁଃଖ କୁ ଲାଘବ କରିଛନ୍ତି । ସତେ ଯେପରି ସମସ୍ତେ ଗୋଟିଏ ପରିବାରର ସଦସ୍ୟ। ଏଠାରେ କାର୍ଯ୍ୟରତ କର୍ମକର୍ତ୍ତା ମାନଙ୍କ ସହିତ ସମସ୍ତେ ଗୋଟିଏ ପରିବାର ଭଳି ହୋଲି ପର୍ବ ପାଳନ କରିଛନ୍ତି । ପରିବାର ଠାରୁ ବହୁ ଦୂରରେ ରହିଥିଲେ ସୁଦ୍ଧା ଗୋଟିଏ ପରିବାରରେ ବାନ୍ଧି ରଖିଛନ୍ତି ଆଶ୍ରମ ର କର୍ମକର୍ତ୍ତା । ତେବେ ଆଜି ପବିତ୍ର ହୋଲି ପର୍ବ ଅବସରରେ ସମସ୍ତେ ବେଶ ଖୁସି ଓ ଉତ୍ସାହିତ ଅଛନ୍ତି ।

ସୂଚନା ଯୋଗ୍ୟ ଯେ ରାଇରଙ୍ଗପୁର ସହର ସ୍ଥିତ ବିର୍ସା ମୁଣ୍ଡା Old Age Home ରେ ୫୦ ଜଣ ସଦସ୍ୟ ଙ୍କ ପାଇଁ ସ୍ଥାନ ରହିଥିଲା ବେଳେ ଏବେ ୩୫ ଜଣ ବୃଦ୍ଧ ପିତା ମାତା ରହୁଛନ୍ତି । ଜଣେ ମହିଳା ମ୍ୟାନେଜର ଓ ଜଣେ ଡାକ୍ତରଙ୍କ ସମେତ ସର୍ବମୋଟ ୧୫ ଜଣ କର୍ମକର୍ତ୍ତା ଅସହାୟ ବୃଦ୍ଧ ଓ ବୃଦ୍ଧା ଙ୍କ ସେବାରେ ଉକ୍ତ ଆଶ୍ରମ ରେ ରହିଛନ୍ତି। କର୍ମକର୍ତ୍ତା ଙ୍କ ସେବା ମନୋଭାବ ଦେଖିଲେ ସତେ ଯେମିତି ମନେ ହୁଏ ସେମାନେ ଗୋଟିଏ ପରିବାରର ସଦସ୍ୟ ଓ ସଦସ୍ୟା। ବୃଦ୍ଧ ପିତା ମାତା ମାନେ ମଧ୍ୟ ଆଶ୍ରମ ର କର୍ମକର୍ତ୍ତା ମାନଙ୍କୁ ନିଜ ପୁଅ ଝିଅ ଭଳି ଭାବି ଜୀବନ ଜିଉଁଛନ୍ତି । ସେମାନଙ୍କୁ ଏଠାରେ କୌଣସି କୌଣସି ଥିରେ ଅସୁବିଧାର ସାମନା କରିବାକୁ ପଡୁନି । ଠିକ ସମୟରେ ଖାଇବା ପିଇବା ଠାରୁ ଆରମ୍ଭ କରି ଦେହପା ଖରାପ ହେଲେ ଡାକ୍ତର ଙ୍କ ବ୍ୟବସ୍ଥା ମଧ୍ୟ ରହିଛି। ବାର ମାସରେ ତେର ପର୍ବ ପାଳନ କଲା ଭଳି ଏଠାରେ ମଧ୍ୟ ସମସ୍ତ ପର୍ବ ଧୁମ ଧାମରେ ପାଳନ କରିଥାନ୍ତି।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.