ETV Bharat / state

ଆଗାମୀ 3 ଦିନ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ - Odisha Weather

author img

By ETV Bharat Odisha Team

Published : May 10, 2024, 9:03 PM IST

Odisha Weather Update: ଆଗାମୀ 3 ଦିନ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ଆଗାମୀ 3 ଦିନ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ
ଆଗାମୀ 3 ଦିନ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ (ETV Bharat Odisha)

ଆଗାମୀ 3 ଦିନ ପ୍ରବଳ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ଫଳରେ ଅନେକ ସ୍ଥାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡ଼ି ସହ ପବନ ଲାଗିରହିଛି । ଆଗାମୀ 5 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗି ରହିବାକୁ ଥିବା ବେଳେ ଆସନ୍ତା 3 ଦିନ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ପର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ଆଗାମୀ ୫ ଦିନ ରାଜ୍ୟର କାଁ ଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ । ଏହାସହ ଆଗାମୀ 3 ଦିନ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ । ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ କୋରାପୁଟ । ପରେ 12 ତାରିଖରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେବେ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ ଯାଜପୁର । ଏହିଦିନ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ହେବା ସହ 40ରୁ 50 କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ପରେ 13 ତାରିଖ ଠାରୁ ବର୍ଷାର ପରିମାଣ ସାମାନ୍ୟ କମିବ । ପରେ କୌଣସି ଜିଲ୍ଲାରେ ବର୍ଷାକୁ ନେଇ ଆଲର୍ଟ ରହିବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ....ବଦଳିବ ପାଗର ମୁଡ୍; ଆଗାମୀ ୫ଦିନ ରାଜ୍ୟରେ କୋହଲା ପାଗ, ଜାରି ରହିବ କାଳବୈଶାଖୀ - Heavy Rainfall For Next 5 Days

ତେବେ ଉତ୍ତର ବିହାରରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଗତି କରୁଛି । ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ସେହିପରି ଆଗାମୀ 4ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା 40 ଡିଗ୍ରୀ ତଳେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଟୁଇନ୍ସ ସିଟି ଭୁବନେଶ୍ବର ଓ କଟକରେ ଆଜି ରାତ୍ରି ସମୟରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା ସହ ତାପମାତ୍ରା ୩୭ ଡିଗ୍ରୀ ଭିତରେ ରହିପାରେ । ଅନ୍ୟପଟେ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ମୟୁରଭଞ୍ଜର ରାସଗୋବିନ୍ଦପୁରରେ ସର୍ବାଧିକ ୮୫.୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଗତକାଲି ଠାରୁ ଧୀରେ ଧୀରେ ବର୍ଷା ବଢିଥିବା ବେଳେ ନୂଆପଡାରେ ସର୍ବାଧିକ ୪୧.୪ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.