ETV Bharat / state

ନିର୍ବାଚନ ପ୍ରସ୍ତୁତି: ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ

author img

By ETV Bharat Odisha Team

Published : Feb 8, 2024, 4:11 PM IST

Election Commission to visit Odisha: ଦେଶରେ ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ ୨୦୨୪ । କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟକୁ ଯାଇ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

Election Commission
Election Commission

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିସନ । ନିର୍ବାଚନ ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ । ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ । ଆସନ୍ତା ୧୫ ତାରିଖରୁ ଆରମ୍ଭ କରି ୧୭ ତାରିଖ ଯାଏଁ ଓଡିଶା ଗସ୍ତରେ ରହିବେ ନିର୍ବାଚନ କମିସନ ଓ ଟିମ ।

ଦେଶରେ ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ ୨୦୨୪ । କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟକୁ ଯାଇ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏହି କ୍ରମରେ ଭାରତୀୟ ନିର୍ବାଚନ କମିଶନ ଆସନ୍ତା ୧୫ ତାରିଖରୁ ଓଡିଶା ଗସ୍ତରେ ଆସୁଛନ୍ତି । ୧୭ ତାରିଖ ଯାଏଁ ଓଡିଶାରେ ରହିବେ ଭାରତୀୟ ନିର୍ବାଚନ କମିସନ । ୩ ଦିନ ଓଡିଶାରେ ରହି ଭାରତୀୟ ନିର୍ବାଚନ କମିସନ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ।

ଅଧିକ ପଢନ୍ତୁ- ନିର୍ବାଚନ ପ୍ରସ୍ତୁତି; ସାରା ରାଜ୍ୟରେ ଚାଲୁ ରହିଛି ମକ ମତଦାନ

ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଭୁବନେଶ୍ୱର ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ପ୍ରଶାସନ, ଜିଲ୍ଲା ନିର୍ବାଚନ ଅଧିକାରୀ, ଏସପିଙ୍କ ସହିତ ଆଲୋଚନା କରିବେ ଭାରତୀୟ ନିର୍ବାଚନ କମିସନ । ଓଡିଶା ଗସ୍ତ ପୂର୍ବରୁ ଆନ୍ଧ୍ର ପ୍ରଦେଶ ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଥିଲେ ନିର୍ବାଚନ ଆୟୋଗ । ସେପଟେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ବାଚନ ପାଇଁ ନିଆଯାଉଛି ବ୍ୟାପକ ପଦକ୍ଷେପ । ରାଜ୍ୟର ସମସ୍ତ ରିଟଣ୍ଡିଂ ଅଧିକାରୀ ଓ ସହକାରୀ ରିଟଣ୍ଡିଂ ଅଧିକାରୀଙ୍କୁ ପାଞ୍ଚଦିନିଆ ଦୁଇ ପର୍ଯ୍ୟାୟର ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଛି ।

ଭୁବନେଶ୍ବର ସ୍ଥିତ ଗୋଠପାଟଣାରେ ରାଜସ୍ବ ଅଧିକାରୀଙ୍କ ତାଲିମ ପ୍ରତିଷ୍ଠାନରେ ଜାନୁଆରୀ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୧୧ ଜଣ ରିଟଣ୍ଡିଙ୍ଗ ଓ ସହକାରୀ ରିଟଣ୍ଡିଙ୍ଗ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ଗତ ଡିସେମ୍ବରରେ ଓଡିଶା ଗସ୍ତରେ ଆସିଥିଲେ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି । ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଓ ନୀତେଶ କୁମାର ବ୍ୟାସ ଓଡିଶା ଆସି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଉଭୟ ସମୀକ୍ଷା କରିଥିଲେ । ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.