ETV Bharat / state

ଚାଲିଥିଲା ବାଘଛାଲ ଡିଲ୍‌, ଠିକଣା ସମୟରେ ମାଡି ବସିଲା ବନ ବିଭାଗ - TIGER SKIN SEIZED in nuapada

author img

By ETV Bharat Odisha Team

Published : May 26, 2024, 10:31 PM IST

TIGER SKIN SEIZED IN NUAPADA: ଖଡ଼ିଆଳ ବନ ବିଭାଗକୁ ବଡ଼ ସଫଳତା । କଲରାପତାରିଆ ବାଘ ଛାଲ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ । ଅଧିକ ପଢନ୍ତୁ

TIGER SKIN SEIZED IN NUAPADA
TIGER SKIN SEIZED IN NUAPADA (ETV Bharat Odisha)

ନୂଆପଡା: ଖଡ଼ିଆଳ ବନ ବିଭାଗକୁ ମିଳିଛି ସଫଳତା । ପର୍ଦ୍ଦାଫାସ ହେଲା ବେଆଇନ୍ ବାଘ ଛାଲ ରାକେଟ । କଲରାପତାରିଆ ବାଘ ଛାଲ ସହି ୫ ଅଭିଯୁକ୍ତ ଗିରଫ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ।

TIGER SKIN SEIZED IN NUAPADA (ETV Bharat Odisha)

ସୂଚନା ଯୋଗ୍ୟ, ପଡ଼ୋଶୀ ଛତିଶଗଡ଼ ଉଦନ୍ତୀ ସୀତା ନଦୀ ଟାଇଗର ପ୍ରୋଜେକ୍ଟ ଅଧିକାରୀଙ୍କ ସୂଚନା ଅନୁସାରେ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ କୋମନା ଥାନା ଅଧିନସ୍ଥ ହରିପୁର ଗାଁ ଠାରେ ଅତର୍କିତ ଚଢାଉ କରିଥିଲା । ଏହି ସମୟରେ ପ୍ରଥମେ କଲରାପତାରିଆ ବାଘ ଛାଲ ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ବନ ବିଭାଗ । ପରେ ଦୁଇ ଜଣ ଅଭିଯୁକ୍ତଙ୍କ ସୂଚନା ମୁତାବକ ବିଭିନ୍ନ ସ୍ଥାନରୁ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୨ଟି ମୋଟର ସାଇକେଲ, ୫ଟି ମୋବାଇଲ ଫୋନ ଜବତ କରାଯାଇଥିଲା । ଅଭିଯୁକ୍ତ ମାନେ ହରିପୁର ଗାଁଠାରେ କଲରାପତାରିଆ ବାଘ ଛାଲ ଡିଲ୍ କରୁ ଥିବାବେଳେ ମାଡି ବସିଥିଲା ଖଡ଼ିଆଳ ବନ ବିଭାଗର ସ୍ୱତନ୍ତ୍ର ଟିମ । ଆଉ ଦୁଇଜଣ ଅଭିଯୁକ୍ତ ଚତୁରତାର ସହିତ ଫେରାର ଥିବା ସୂଚନା ଦେଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ।

ତେବେ ଫେରାର ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଡ଼ିଆଳ ଥାନା ଅଧିନସ୍ଥ ଜୁନାନି ଗାଁର ରମେଶ ମାଝୀ, ଭୋଜପୁର ଗାଁର ତୁଳସିରାମ ପରାଭୂଏ, କୋମନା ଥାନା ଅନ୍ତର୍ଗତ ଚାନ୍ଦୋପଳା ଗାଁର ଯଦୁ ପହରିଆ, ହରିପୁର ଗାଁର ଛିନୁ ପରାଭୂଏ ଏବଂ ବଲାଙ୍ଗୀର ଜିଲ୍ଲା ମାଲପଡା ଗାଁର ପବିତ୍ର ମାଝୀ ବୋଲି ଜଣାପଡିଛି । ବେଆଇନ ବନ୍ୟଜନ୍ତୁ ଶିକାର ଓ କଲରାପତାରିଆ ବାଘ ଛାଲ ବିକ୍ରି ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ବନବିଭାଗକୁ ସଫଳତା: ୫ କଲରାପତରିଆ ବାଘ ଛାଲ ଜବତ, ୭ ମାଫିଆ ଗିରଫ - Tiger Skin Smuggling


ସେହିପରି ପୂର୍ବରୁ ଗଜପତିରେ ବନ ବିଭାଗକୁ ମିଳିଥିଲା ବଡ ସଫଳତା । ଗତ ଏପ୍ରିଲ ୨ ତାରିଖରେ ବେଆଇନ ଭାବେ କଲରାପତରିଆ ଛାଲ ବିକ୍ରି କରିବା ତଥ୍ୟ କୌଣସି ସୂତ୍ରରୁ ପାଇ ପାରଳାଖେମୁଣ୍ଡି ବନ ବିଭାଗ ପକ୍ଷରୁ ଚନ୍ଦ୍ରଗିରି ବନାଞ୍ଚଳରେ ଚଢାଉ କରିଯାଇଥିଲା । ଯେଉଁଥିରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ପଚରା ଉଚୁରା କରିବା ପରେ ଅନ୍ୟ ୩ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା । ସେମାନଙ୍କ ଠାରୁ ୫ଟି ଚିତାବାଘ ଛାଲ, ଗୋଟିଏ ଫିସିଂ କ୍ୟାଟ୍ ଓ ଗୋଟିଏ କଲରାପତରିଆ ଛାଲ ଜବତ ହୋଇଥିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.