ETV Bharat / state

ଦୁର୍ଘଟଣାକୁ କେନ୍ଦ୍ର କରି ପୋଲିସ ଓ ଜନତା ମୁହାଁମୁହିଁ

author img

By ETV Bharat Odisha Team

Published : Feb 8, 2024, 10:20 PM IST

Fight Between Police And Public: ଦୁର୍ଘଟଣା ଘଟାଇ ଚମ୍ପଟ ମରିଥିବା ହାଇୱା ଗାଡି ଧରିବାରୁ ପୋଲିସ ଜନତାଙ୍କ ମଧ୍ୟରେ କଥା କଟକଟି ସହ ହାତାହାତି । ଏଭଳି ଏକ ଘଟଣା ଘଟିଛି ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରେ । ଅଧିକ ପଢନ୍ତୁ

ଦୁର୍ଘଟଣାକୁ କେନ୍ଦ୍ର କରି ପୋଲିସ ଓ ଜନତା ମୁହାଁମୁହିଁ
ଦୁର୍ଘଟଣାକୁ କେନ୍ଦ୍ର କରି ପୋଲିସ ଓ ଜନତା ମୁହାଁମୁହିଁ

ଦୁର୍ଘଟଣାକୁ କେନ୍ଦ୍ର କରି ପୋଲିସ ଓ ଜନତା ମୁହାଁମୁହିଁ

ଭଦ୍ରକ: ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଅଟକାଇବାରୁ ବନ୍ତ ବଜାରରେ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ହାତାହାତି । ଆନନ୍ଦପୁର ଭଦ୍ରକ ରାସ୍ତାର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରେ ଏକ ବାଲି ବୋଝେଇ ହାଇୱା ଗାଡି ଧକ୍କା ଦେବା ଫଳରେ ଜଣେ ସ୍କୁଲ ଛାତ୍ର ଆହତ ହୋଇଥିଲା । ବାଲି ବୋଝେଇ ହାଇୱାଟି ଘଟଣା ସ୍ଥଳରୁ ଖସି ପଳାଇ ଆସୁଥିଲା । ତେବେ ଗାଡ଼ିକୁ ପିଛା କରି ଆହତଙ୍କ ସମ୍ପର୍କୀୟ ବନ୍ତ ବଜାରରେ ପହଞ୍ଚି ଥିଲେ । ଏହି ସମୟରେ କିଛି ଲୋକ କ'ଣ ହୋଇଛି ପଚାରିବା ସହ ଦୁର୍ଘଟଣା ଘଟାଇ ଥିବା ହାଇୱାକୁ ଅଟକାଇ ଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ଆରମ୍ଭ ହୋଇଥିଲା ।

ଖବର ପାଇ ବନ୍ତ ଥାନା ପୋଲିସ ଉତ୍ତେଜନା ସ୍ଥଳରେ ପହଞ୍ଚି ଲୋକଙ୍କ ଯୁକ୍ତିତର୍କ ଆରମ୍ଭ କରିଥିଲା । ଯାହା କି ନୋ ଏଣ୍ଟ୍ରି ସମୟରେ କାହିଁକି ହାଇୱା ଆସିଥିଲା ବୋଲି ଲୋକେ ପୋଲିସକୁ ପ୍ରଶ୍ନ କରିଥିଲେ । ଏହି କଥାକୁ ନେଇ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପୋଲିସ ଯେତେ ବୁଝାଇଥିଲେ ମଧ୍ୟ କେହି ଶୁଣିନଥିଲେ । ଫଳରେ ପୋଲିସ କର୍ମଚାରୀମାନେ ହଠାତ୍ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ । ଯାହକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ବାଲି ଗାଡ଼ି ସକାଳ ୬ଟା ଠାରୁ ରାତ୍ରୀ ୧୦ଘଟିକା ପର୍ଯ୍ୟନ୍ତ ବନ୍ତ ବଜାର ଦେଇ ଚଳାଚଳ ନିଷେଧ ରହିଛି । ହେଲେ କିପରି ଗାଡ଼ିଟି ଶ୍ରୀବନ୍ତପୁର ନିକଟରେ ହୋଇଥିବା ନୋ ଏଣ୍ଟ୍ରି ନିକଟରୁ ଆସି ଦୁର୍ଘଟଣା ଘଟାଇ ଖସି ପଳାଇ ଆସିଲା, ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣା ପରେ ପୋଲିସ ଉକ୍ତ ଗାଡ଼ିକୁ ଜବତ କରିବା ସହ ଚାଳକକୁ ମଧ୍ୟ ଥାନାରେ ଅଟକ ରଖିଛି ।

ଏହା ମଧ୍ୟ ପଢନ୍ତୁ ...ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯିବାବେଳେ ଦୁର୍ଘଟଣା: ଗାୟକ ମୃତ, 4 ଗୁରୁତର

ଅନ୍ୟପକ୍ଷରେ ଘଟଣା ପରେ ଲୋକେ ରାସ୍ତା ଅବରୋଧ କରିଥିଲେ । ପୋଲିସ ଜନତାଙ୍କ ମଧ୍ୟରେ କଥା କଟାକଟି ସହ ହାତାହାତି ହୋଇଥିବାର ଭିଡିଓ ଭାଇରାଲ ହେଉଛି । ମଦୁଆ ପୋଲିସ ଟଙ୍କା ନେଇ ଆଇରନ୍ ଏବଂ ବାଲି ବୋଝେଇ ଗାଡି ସହର ଭିତରକୁ ଛାଡୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା । ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ଠେଲାପେଲା କରୁଥିବା ଭିଡ଼ିଓରେ ଦୃଶ୍ୟମାନ ହେଉଥିବା ବେଳେ ପୋଲିସ ଆକ୍ରୋଶ ମୂଳକ ଭାବେ ମାଡ଼ ମାରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏଥିସହ କିଛି ସମୟ ପାଇଁ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.