ETV Bharat / state

ଯୋଜନା କମିଟି ବୈଠକରେ ଗର୍ଜିଲେ ପାରଳାଖେମୁଣ୍ଡି ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ଶାସକ ଦଳକୁ ଟାର୍ଗେଟ

author img

By ETV Bharat Odisha Team

Published : Feb 29, 2024, 11:16 AM IST

District Planning Committee Meeting: ଗଜପତି ଜିଲ୍ଲାରେ ଯୋଜନା କମିଟି ବୈଠକ । ଜିଲ୍ଲା ପ୍ରଶାସନ ଉପରେ ବର୍ଷିବା ସହ ବୈଠକ ବର୍ଜନ କଲେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ । ଅଧିକ ପଢନ୍ତୁ,

Etv Bharat
Etv Bharat

ଗଜପତି ଯୋଜନା କମିଟି ବୈଠକରେ ଗର୍ଜିଲେ ପାରଳାଖେମୁଣ୍ଡି ବିଧାୟକ

ଗଜପତି: ବୁଧବାର ଗଜପତିରେ ଜିଲ୍ଲାରେ ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଠାରେ ଜିଲ୍ଲା ପ୍ରଶାସନ ବିଜେଡି ଅଣ୍ଡରରେ କାର୍ଯ୍ୟ କରୁଛନ୍ତି । ଲୋକଙ୍କ ପାଇଁ ଜିଲ୍ଲା ପାଇଁ ପ୍ରଶାସନ କାମ କରୁନାହିଁ ବୋଲି ଅଭିଯୋଗ ଆଣି ଅଧାରୁ ବୈଠକ ବର୍ଜନ କରିଥିଲେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ ନିମନ୍ତେ ପ୍ରସ୍ତାବ ଦେଇଥିଲେ ମଧ୍ୟ ଚଳିତ ବୈଠକ ସୁଦ୍ଧା ସେହି ଗୁଡିକୁ ନିଆଯାଇନାହିଁ । ଏହା ବ୍ୟତୀତ ନିଜ ବିଧାୟକ ପାଣ୍ଠିରୁ ଯେଉଁ ଅନୁଦାନ ଦିଆଯାଉଛି ତାହାକୁ ମଧ୍ୟ ଜାଣିଶୁଣି ଜିଲା ପ୍ରଶାସନ ଅଟକାଇ ରଖୁଛନ୍ତି, ଯାହା ଫଳରେ ୩ମାସରେ ସମ୍ପୂର୍ଣ୍ଣ ହେବା କାର୍ଯ୍ୟ ୭ ମାସ ପର୍ଯ୍ୟନ୍ତ ଲମ୍ବୁଛି ବୋଲି ଅଭିଯୋଗ କରିଥିଲେ ବିଧାୟକ କେ.ନାରାୟଣ ରାଓ । ସେ ଯେଉଁ ପ୍ରସ୍ତାବକୁ ଦେଉଛନ୍ତି ତାକୁ କାର୍ଯ୍ୟକାରୀ କରିବା ଏବଂ ଫିଜିବିଲ ରିପୋର୍ଟ ଆସିବା ପାଇଁ ମାସ ମାସ ଗଡାଇ ଦିଆଯାଉଥିବା ବେଳେ ୫ଟି ଅଧ୍ୟକ୍ଷ ଯେଉଁ କାର୍ଯ୍ୟ କରୁଛନ୍ତି ତାର ଫିଜିବିଲ ରିପୋର୍ଟ କିପରି ଦୁଇ ଦିନ ମଧ୍ୟରେ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ବିଜୁ ଗଜପତି ଓ କନ୍ଧମାଳ ଯୋଜନା ନିମନ୍ତେ ୨୦୦୯ ମସିହାରେ ପ୍ରଥମେ ବିଧାୟକ ଥିବା ବେଳେ ସେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଇଥିଲେ । କିନ୍ତୁ ଆଜି ସେହି ଯୋଜନାର କୌଣସି ପ୍ରକାର ତଥ୍ୟ ତାଙ୍କୁ ଅବଗତ କରାଯାଉ ନାହିଁ ବୋଲି ବୈଠକରେ ଅଭିଯୋଗ କରିଥିଲେ ସେ । ଏହାପରେ ସଭାରୁ ତୁରନ୍ତ ଉଠି ଚାଲି ଯାଇଥିଲେ । ସେହିପରି ମୋହନା ବିଧାୟକ ଦାଶରଥୀଙ୍କୁ ଯୋଜନା କମିଟି ବୈଠକ ପୂର୍ବରୁ କୌଣସି ପ୍ରସ୍ତାବ ମଗାଯାଇନାହିଁ । ଆଜି ଯାଏଁ ଏହି ପରମ୍ପରା କେବେ ଦେଖିବାକୁ ମିଳିନଥିଲା । ଚଳିତ ଥର ନୂତନ ପରମ୍ପରା ସୃଷ୍ଟି ହୋଇଥିବା କହିଥିଲେ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ ।

ଏହା ମଧ୍ୟ ପଢନ୍ତୁ-କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି ବିଧାୟକ କହିଛନ୍ତି, ''ଜିଲ୍ଲା ଯୋଜନା କମିଟି ବୈଠକ ବସିଥିଲା । ବିଜୁ ଗଜପତି ଓ କନ୍ଧମାଳ ଯୋଜନାରେ ଯେଉଁ ପୋଜେକ୍ଟ ପ୍ରପୋଜାଲ ଆସିବ ତାହା ବୈଠକରେ ଅନୁମୋଦନ ହେବ । ବୈଠକରେ ଅଧ୍ୟକ୍ଷତା କରିଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା । ଯୋଜନାରେ ଯେଉଁ ପ୍ରପୋଜାଲ ଆସିଛି ଏମପି ଓ ଏମଏଲଙ୍କର ଗୋଟିଏବି ନାହିଁ । ମୁଁ କିନ୍ତୁ 45 ଲକ୍ଷ ଟଙ୍କାର ପ୍ରପୋଜାଲ ଦେଇଥିଲି । ସେଥିରୁ ମୋତେ 40 ଲକ୍ଷ ଦେବା କଥା । କିନ୍ତୁ ମୋର ଗୋଟିଏ ହେଲେ ପୋଜେକ୍ଟ ପ୍ରପୋମଜାଲ ନାହିଁ । ବିଧାୟକ ହିସାବରେ ଯେତେବି ପ୍ରାପ୍ୟ ମୁଁ ପାଇବା କଥା ତାହା ମୁଁ ନପାଇବାରୁ ବୈଠକ ବର୍ଜନ କରିଛି । ଜିଲ୍ଲା ପ୍ରଶାସନ ବିଜେଡିର ଚାମଚାଗିରି କରୁଛି । କିଛି ସିଷ୍ଟମରେ କାମ ଚାଲିନି । ଯାହାକୁ ଇଚ୍ଛା ତାକୁ ପ୍ରପୋଜାଲ ମାଗି ଦେଉଛନ୍ତି । ''


ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ନାୟକ ପଏଣ୍ଟ ମାଧ୍ୟମରେ ଜିଲ୍ଲାର ଅଗ୍ରଣୀ କାର୍ଯ୍ୟକ୍ରମ, ଜିଲ୍ଲାର ସମସ୍ତ ବ୍ଲକର କାର୍ଯ୍ୟ, ଆର୍ଥିକ ବର୍ଷ ୨୦୨୩-୨୪ପାଇଁ ବିଭାଗର ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିଲେ । କୃଷି ଓ ଅନୁସଙ୍ଗିକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଉନ୍ନୟନ, ବିଶେଷ ଆଞ୍ଚଳିକ କାର୍ଯ୍ୟକ୍ରମ, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି ବିଭାଗ, ଶିଳ୍ପ ଓ ଖଣିଜ, ପରିବହନ, ବିଜ୍ଞାନ, ପରିବେଶ, ବିଜୁ କନ୍ଧମାଳ ଓ ଗଜପତି ଯୋଜନା ସମ୍ପର୍କରେ ଆଲୋଚନା କରଯାଇଥିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.