ETV Bharat / state

କୋରାପୁଟରେ ଆୟୋଜିତ ହେଲା କୃଷି ଉଦ୍ୟୋଗୀ ପ୍ରୋତ୍ସାହନ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Feb 24, 2024, 10:52 PM IST

District Level Agri-Entrepreneurship Meet: ଏପିକଲ ତରଫରୁ ଆଜି କୋରାପୁଟ ଜିଲ୍ଲାରେ କୃଷି ଉଦ୍ୟୋଗୀ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଲିମ ପ୍ରାପ୍ତ କୃଷି ଉଦ୍ୟୋଗୀ ମାନଙ୍କୁ ପ୍ରମାଣପତ୍ର ସାଙ୍ଗରେ ଆଣ୍ଡ୍ରୋଏଡ଼ ଟାବଲେଟ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ,

କୋରାପୁଟରେ ଆୟୋଜିତ ହେଲା କୃଷି ଉଦ୍ୟୋଗୀ ପ୍ରୋତ୍ସାହନ କାର୍ଯ୍ୟକ୍ରମ
କୋରାପୁଟରେ ଆୟୋଜିତ ହେଲା କୃଷି ଉଦ୍ୟୋଗୀ ପ୍ରୋତ୍ସାହନ କାର୍ଯ୍ୟକ୍ରମ
କୋରାପୁଟରେ ଆୟୋଜିତ ହେଲା କୃଷି ଉଦ୍ୟୋଗୀ ପ୍ରୋତ୍ସାହନ କାର୍ଯ୍ୟକ୍ରମ

କୋରାପୁଟ: ଏପିକଲ ତରଫରୁ ଆଜି କୋରାପୁଟ ଜିଲ୍ଲାରେ କୃଷି ଉଦ୍ୟୋଗୀ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଳାପାଳ, ଏପିକଲର ଜିଲ୍ଲା ପରିଚାଳକଙ୍କ ସହିତ ଆନ୍ୟାନ କୃଷି ଅଧିକାରୀ ଏବଂ କୃଷି ଉଦ୍ୟୋଗୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଲିମ ପ୍ରାପ୍ତ କୃଷି ଉଦ୍ୟୋଗୀ ମାନଙ୍କୁ ପ୍ରମାଣପତ୍ର ସାଙ୍ଗରେ ଆଣ୍ଡ୍ରୋଏଡ଼ ଟାବଲେଟ ପ୍ରଦାନ କରାଯାଇଛି । କୃଷି ଉତ୍ପାଦ ଏବଂ ଉଦ୍ୟୋଗ ବିଷୟରେ ଅଧିକ ଜ୍ଞାନ ଆହରଣ ପାଇଁ ଏହି ଟ୍ୟାବ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

କୋରାପୁଟ ଜିଲ୍ଲାର ଦଶମନ୍ତପୁର, ବୈପାରିଗୁଡା, ସେମିଳିଗୁଡା, ପଟ୍ଟାଙ୍ଗି, ଲମତାପୁଟ, ନନ୍ଦପୁର, ବୋରିଗୁମ୍ମା ଓ କୁନ୍ଦୁରା ବ୍ଲକରୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସହଯୋଗରେ ଚୟନ କରାଯାଇଥିବା 124 ଜଣ ଯୁବକ ଯୁବତୀଙ୍କୁ ଉପଯୁକ୍ତ ତାଲିମ ଦିଆଯାଇଥିଲା । ଏହି ତାଲିମ ବଳରେ ସେମାନେ ଆଖପାଖ ଅଞ୍ଚଳରେ ଚାଷର ଉନ୍ନତି ସାଙ୍ଗକୁ ଉଦ୍ୟୋଗର ବିକାଶ କରି ପାରିବେ । ସେମାନଙ୍କ ମଧ୍ଯରୁ ପ୍ରତ୍ୟେକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ଏବଂ ଆବେଦନ କରିବାର ସୁବିଧା ଯୋଗାଇ ଦିଆଯାଇଥିବା ଜିଲ୍ଳାପାଳ ଭି .କୀର୍ତି ୱାସନ ଜଣାଇଛନ୍ତି । ତେବେ ତାଙ୍କୁ ଦିଆଯାଇଥିବା ଟାବଲେଟକୁ ବ୍ୟବହାର କରି ଯୁବ କୃଷି ଉଦ୍ୟୋଗୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାର ମୁଲ୍ୟାଙ୍କନ ତଥା ତୃଣମୂଳସ୍ତରରେ ହେଉଥିବା ଉତ୍ପାଦର ସଠିକ ବଜାରିକରଣ କରିବାରେ ସକ୍ଷମ ହେବେ ବୋଲି ଜିଲ୍ଲାପାଳ ଆଶା ପୋଷଣ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ମହାନଦୀରେ ବୃଦ୍ଧି ପାଇବ ଜାଆଁଳ, ସରକାରୀସ୍ତରରେ ଉଦ୍ୟମ ଆରମ୍ଭ

ସେହିଭଳି ଦଶମନ୍ତପୁର ବ୍ଲକ ଅଞ୍ଚଳର ଝିଅ ଚନ୍ଦ୍ରକଳା ନାୟକ । ରାଜ୍ୟ ସରକାରଙ୍କ କୃଷି ଉଦ୍ୟୋଗୀ ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ସିୱାଇଏସଡି ସଂଗଠନର ସହଯୋଗରେ ସ୍ୱତନ୍ତ୍ର ତାଲିମ ପାଇଥିଲେ । ତାଲିମରୁ ଫେରି ସେ ସ୍ଥାନୀୟ ମହିଳା ଏସଏଚଜିଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଦୁଇ ହଜାର ବେଡ଼ରେ ଛତୁ ଚାଷ କରିବାରେ ସଫଳ ହୋଇଛନ୍ତି । ତେବେ ସେ କୃଷି ଉଦ୍ୟୋଗୀ ଭାବେ ନେତୃତ୍ବ ନେବାର ଦକ୍ଷତା ପାଇଥିବା ଚନ୍ଦ୍ରକଳା ସୂଚନା ଦେଇଛନ୍ତି । କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବଡ ବଡ ଫାର୍ମ ପ୍ରତିଷ୍ଠା କରି ଉତ୍ପପାଦନ ବୃଦ୍ଧି କରିବାକୁ ସରକାର ବ୍ୟବସାୟିକ କୃଷି ଉଦ୍ୟୋଗୀ ଯୋଜନା (ସିଏ ଇ) ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବଡ ଆକାରରେ ଅଧିକ ଉତ୍ପାଦନ କ୍ଷମ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଲକ୍ଷ ରଖାଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.