ETV Bharat / state

ମହାନଦୀରେ ବୃଦ୍ଧି ପାଇବ ଜାଆଁଳ, ସରକାରୀସ୍ତରରେ ଉଦ୍ୟମ ଆରମ୍ଭ

author img

By ETV Bharat Odisha Team

Published : Feb 22, 2024, 10:22 AM IST

Updated : Feb 22, 2024, 1:59 PM IST

Fish Farming in Boudh
Fish Farming in Boudh

Fish Farming in Boudh: ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ମହାନଦୀରେ ଜାଆଁଳ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ । ଅଧିକ ପଢନ୍ତୁ

Fish Farming in Boudh

ବୌଦ୍ଧ: ଦିନକୁ ଦିନ ମହାନଦୀରେ ବେଆଇନ ବ୍ଲାଷ୍ଟିଙ୍ଗ ତଥା ବିଷ ପ୍ରୟୋଗ ଯୋଗୁଁ ବିପଦରେ ମତ୍ସ୍ୟ ସମ୍ପଦ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ପ୍ରଥମ ଥର ପାଇଁ ମହାନଦୀରେ ମାଛ ଜାଆଁଳ ବୃଦ୍ଧି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡିଗଡ ମହାନଦୀର ଉପତ୍ୟକାରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ମହାନଦୀର ମାଛ ପାଇଁ ବୌଦ୍ଧ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ମହାନଦୀରେ ମାଛ ଧରି କେଉଟ, ଧିବର ଭଳି କେତେକ ସଂପ୍ରଦାୟର ପରିବାର ଜୀବିକା ନିର୍ବାହ କରି ଆସୁଛନ୍ତି । ଜିଲ୍ଲାର ଖଡଙ୍ଗ, ତେଲନଦୀ, ମହାନଦୀ, ସାଲୁଙ୍କୀ, ବାଘନଦୀ ଭଳି ବିଭିନ୍ନ ନଦୀରୁ ମାଛ ଧରି ଶହ ଶହ ପରିବାର ପ୍ରତିପୋଷଣ ହୋଇଥାନ୍ତି । ହେଲେ ବିଗତ କିଛି ବର୍ଷ ହେଲା ଜିଲ୍ଲାର ବିଭିନ୍ନ ନଦୀରୁ ମାଛ ଧରିବାକୁ ବେଆଇନ ବ୍ଲାଷ୍ଟିଙ୍ଗ ତଥା ବିଷ ପ୍ରୟୋଗ ଯୋଗୁଁ ଅନେକ ମାଛ ପ୍ରଜାତି ଲୋପ ପାଇଗଲେଣି । ଏହାଛଡା ବଡ଼ ବଡ଼ ମାଛ ସହିତ ଛୋଟ ଜାଆଁଳ ମାଛ ବଂଶ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି । ତେଣୁ ବୌଦ୍ଧ ଜିଲ୍ଲାର ମହାନଦୀରେ ବିଭିନ୍ନ ମାଛ ଜାଆଁଳା ବଂଶ ବୃଦ୍ଧି ପାଇଁ ପ୍ରଥମ ଥର ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଗତକାଲି(ବୁଧବାର) ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତର ଚଣ୍ଡିଗଡ ମହାନଦୀର ଉପତ୍ୟକାରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ ମତ୍ସ୍ୟ ଓ ପଶୁସମ୍ପଦ ମେଳା, ସଚେତନ ହେଉଛନ୍ତି ଚାଷୀ

ଦୁଇଟି ବିଶାଳକାୟ ଚାପ ମଧ୍ୟରେ ଅଙ୍ଗୁଳିକ ଜାଆଁଳା ଗୁଡ଼ିକୁ ମହାନଦୀର ଗଭୀର ଜଳରାଶି ମଧ୍ୟରେ ଛଡ଼ାଯାଇଛି । ଏଥିସହ ଗତକାଲି ମହାନଦୀ ଉପତ୍ୟକାରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ସେଠାରେ ମାଛଚାଷକୁ ନେଇ ଏକ ବାଲୁକାକଳା ହୋଇଥିଲା । ଯାହା ବେଶ ଆକର୍ଷଣୀୟ ହୋଇଥିଲା । ତେବେ ଏଭଳି ଅଭିନବ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ,ପିଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା, ସ୍ଥାନୀୟ ନେତୃବୃନ୍ଦମାନେ ଅତିଥି ରୂପେ ଯୋଗଦେଇ ମହାନଦୀରେ ମାଛ ଜାଆଁଳା ଛାଡିଥିଲେ । ଅନ୍ୟପଟେ ମହାନଦୀ ଗର୍ଭରେ ଚାପ ମଧ୍ୟରେ ହଠାତ ପାଣି ପଶିଯିବାରୁ ଖୋଦ ବିଧାୟକ ଓ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ପାଣି ନିଷ୍କାସନ କରୁଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଅତିଥିମାନେ ମହାନଦୀରେ ବେଆଇନ ବ୍ଲାଷ୍ଟିଙ୍ଗ ତଥା ବିଷ ପ୍ରୟୋଗ ନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated :Feb 22, 2024, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.