ETV Bharat / state

ଆଖଣ୍ଡଳମଣିଙ୍କ ପୀଠରେ ସ୍ବତନ୍ତ୍ର ପୂଜା, ରାତି 12ଟାରେ ବାବାଙ୍କ ସୁନାବେଶ

author img

By ETV Bharat Odisha Team

Published : Mar 8, 2024, 10:18 PM IST

Updated : Mar 8, 2024, 10:58 PM IST

Suna Besha of Lord Akhandalamani: ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ ଆଜି ମହାଶିବରାତ୍ରୀ ପାଇଁ ବେଶ ଚଳଚଞ୍ଚଳ ହୋଇପଡିଛି। ଆଖଣ୍ଡଳମଣିଙ୍କ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ବାବାଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଅଧିକ ପଢ଼ନ୍ତୁ,

ଆଖଣ୍ଡଳମଣିଙ୍କ ପୀଠରେ ସ୍ବତନ୍ତ୍ର ପୂଜା
ଆଖଣ୍ଡଳମଣିଙ୍କ ପୀଠରେ ସ୍ବତନ୍ତ୍ର ପୂଜା

ଆଖଣ୍ଡଳମଣିଙ୍କ ପୀଠରେ ସ୍ବତନ୍ତ୍ର ପୂଜା

ଭଦ୍ରକ: ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ ଆଜି ବେଶ ଚଳଚଞ୍ଚଳ ହୋଇପଡିଛି । ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ଆଖଣ୍ଡଳମଣିଙ୍କ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ବାବାଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ତେବେ ଗତକାଲି (ଗୁରବାର) ଠାରୁ ବାବାଙ୍କ ସ୍ଵତନ୍ତ୍ର ଏକବାର ନୀତି ନିମନ୍ତେ ଭୋର 4ଟାରେ ଦ୍ଵାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ନୀତି ସମ୍ପନ୍ନ ହୋଇଥିଲା । ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା । ତେବେ ରାତି 12 ଟାରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ସୁନାବେଶ ଅନୁଷ୍ଠିତ ହେବାର ସୂଚନା ରହିଛି ।

ସକାଳର ସମସ୍ତ ନୀତିକାନ୍ତି ପରେ ଅପରାହ୍ନରେ ମଣିବାବାଙ୍କ ଚାନ୍ଦୁଆ ଲାଗି କରାଯିବା ସହ ମନ୍ଦିରର ଗର୍ଭ ଗୃହର ଚୂଡ଼ାରେ ନୂଆ ନେତ ଲାଗି କରାଯାଇଥିଲା । ପରେ ସ୍ଵତନ୍ତ୍ର ବିଧି ଅନୁସାରେ ପୂଜା ରିତି ନୀତି ସମାପନ କରାଯାଇ ପହଡ ପଡିଥିଲା । ଏଥିସହ ଆଜି (ଶୁକ୍ରବାର) ଭୋର 4 ଟାରେ ମଙ୍ଗଳା ଆଳତୀ କରାଯିବା ପରେ କନିକା ରାଜାଙ୍କ ପହିଲି ଘର୍ଷଣ ଲାଗି କରାଯାଇଛି । ଏହାପରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡ଼ି ଅନ୍ନନୀତି ଭୋଗ ଲାଗି କରାଯିବା ପରେ ସକାଳ ପ୍ରାୟ 5 ଟାରୁ ରାତି 11 ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସାହାଣ ମେଳା ରହିଛି । ଏଥିସହ ଆଜି ବାବା ଆଖଣ୍ଡଳମଣିଙ୍କ ସ୍ବତନ୍ତ୍ର ପ୍ରହର ପୂଜା ସନ୍ଧ୍ୟା 6ଟାରେ ଆରମ୍ଭ ହୋଇଛି । ଯାହାକି ପ୍ରଥମ ପ୍ରହର ପୂଜା । ଏହି ପ୍ରହର ପୂଜାରେ ବିଧି ଅନୁଯାୟୀ ଘର୍ଷଣ ଲାଗି ଏବଂ ଜଳାଭିଷେକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଡ଼ନ୍ତୁ.... ଚଳଚଞ୍ଚଳ ରେଶମ ସହର, ଚନ୍ଦ୍ରଚୁଡେଶ୍ବର ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ସେହିପରି ପର୍ଯ୍ୟାୟ କ୍ରମେ ସନ୍ଧ୍ୟା 8ଟାରେ ଦ୍ଵିତୀୟ ପ୍ରହର ଘର୍ଷଣ ଲାଗି, ଜଳାଭିଷେକ, ମଧୁସ୍ନାନ, ରାତି 10ଟାରେ ତୃତୀୟ ପ୍ରହର ଘର୍ଷଣ ଲାଗି, ଜଳାଭିଷେକ, ଦୁଗ୍ଧ ସ୍ନାନ, ରାତି 11ଟାରେ ଚତୁର୍ଥ ପ୍ରହର ପୂଜା, ଘୃତ ସ୍ନାନ, ଘର୍ଷଣ ଲାଗି, 108 କଳସ ଜଳ ଲାଗି, ପଞ୍ଚ ଉପଚାର ପୂଜା ଅନୁଷ୍ଠିତ ହେବ। ମୋଟାମୋଟି ଆଜି ସ୍ବତନ୍ତ୍ର ଭାବେ ଚାରି ପ୍ରହର ପୂଜା ଅନୁଷ୍ଠିତ ହୁଏ । ଯାହାକୁ ଦର୍ଶନ କଲେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସର୍ବ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି । ତେବେ ଚାରି ପ୍ରହର ପୂଜା ସମାପନ ହେବା ପରେ ବିଳମ୍ବିତ ମଧ୍ୟ ରାତି 12 ଟାରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ସୁନାବେଶ ଅନୁଷ୍ଠିତ ହେବ । ଭୋର 4 ଟା 30 ମିନିଟରୁ 5 ଟା ମଧ୍ୟରେ ମହାଦୀପ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାରେ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ଆଜି ଏହି ପୀଠରେ ବହୁ ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ, ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଇଟିଭି ଭାରତ, ଭଦ୍ରକ

Last Updated : Mar 8, 2024, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.