ETV Bharat / state

ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ଅଣସେବାୟତଙ୍କ ମରଣାନ୍ତକ ଆକ୍ରମଣ ! ଥାନାରେ ମାମଲା - Attack on Sebayat

author img

By ETV Bharat Odisha Team

Published : May 15, 2024, 12:48 PM IST

Updated : May 15, 2024, 2:50 PM IST

Attack on Sebayat: ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । 2 ଅଣସେବାୟତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Attack on Sebayat
Attack on Sebayat (ETV Bharat Odisha)

ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ଅଣସେବାୟତଙ୍କ ମରଣାନ୍ତକ ଆକ୍ରମଣ ! ଥାନାରେ ମାମଲା (ETV Bharat Odisha)

ନିମାପଡା: ସେବାୟତଙ୍କୁ ଅଣସେବାୟତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପୁରୀ ଜିଲ୍ଲା ସେବକ ସାହିରେ ଥିବା ଜାଗେଶ୍ବରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକରେ ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ଦୁଇଜଣ ଯୁବ ସେବାୟତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବରିଷ୍ଠ ସେବାୟତ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ.. ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା, ଜେଲ ଗଲେ ପିଣ୍ଟୁ ଦାଶ - Pintu Dash Arrested

ସୂଚନା ଅନୁଯାୟୀ, ଆଜି (ବୁଧବାର) ପୁରୀ ଜିଲ୍ଲା ସେବକ ସାହିରେ ଥିବା ଜାଗେଶ୍ବରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ଚାଲିଥିଲା । ଏହି ବୈଠକ ସମୟରେ ହଠାତ ଅନ୍ୟ ୨ ଜଣ ସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଭାଇ କୀର୍ତ୍ତି ରଞ୍ଜନ ମହାପାତ୍ର ବୈଠକ ମଝିରେ ସମସ୍ତଙ୍କ ଉପସ୍ଥିତିରେ ହଠାତ ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଣସେବାୟତ କିଭଳି ଭାବରେ ମନ୍ଦିରରେ ସେବାୟତ ଭାବରେ ସେବା ପୂଜା କରୁଛନ୍ତି ପ୍ରସଙ୍ଗ ଉଠାଯାଇଥିବାରୁ ଏହାକୁ ବିରୋଧ କରିଥିବା ଯୋଗୁ ଏହି ଆକ୍ରମଣ ହୋଇଥିବା ଜଣାପଡିଛି ।

କୃଷ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଭାଇ କୀର୍ତ୍ତି ରଞ୍ଜନ ମହାପାତ୍ର ଅଣସେବାୟତ ବୋଲି ଅଭିଯୋଗ ଉଠିଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ୨ ଭାଇ କୃଷ୍ଣଚନ୍ଦ୍ର ଓ କୀର୍ତ୍ତି ରଞ୍ଜନ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଆକ୍ରମଣରେ ବରିଷ୍ଠ ସେବାୟତଙ୍କ ମୁହଁ, ଓଠ ଏବଂ ଛାତିରେ ଗଭୀର ଆଘାତ ଲାଗିଥିବା ବେଲେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ତାଙ୍କୁ ସତ୍ୟବାଦୀ ହସ୍ପିଟାଲ ପଠା ଯାଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରୀ ବିଗିଡି ଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ଏନେଇ ଆହତ ସେବାୟତ କହିଛନ୍ତି, "୨ ଜଣ ଅଚାନକ ସଭାମଧ୍ୟରେ ପଶି ବାଡିଆ ପିଟା କଲେ । ହାତରେ ମାରଣାସ୍ତ୍ର ମଧ୍ୟ ଧରିଥିଲେ । ମୋ ପୁଅ ଛଡେଇବାକୁ ଗଲା ବେଳକୁ ତାକୁ ବି ବାଡିଆପିଟା କରିଛନ୍ତି ।"

ଅନ୍ୟପଟେ ଅଭିଯୋଗ ଆଧାରରେ ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ ଘଟଣାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି ।

ଇଟିଭି ଭାରତ, ନିମାପଡା

Last Updated : May 15, 2024, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.