ETV Bharat / state

ପୋଲିସ ଅଧିକାରୀଙ୍କୁ ମାଡ ମାମଲା, ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଚାର୍ଜଫ୍ରେମ - MP Bhartruhari Mahtab

author img

By ETV Bharat Odisha Team

Published : Mar 21, 2024, 9:28 PM IST

Chargeframe against MP Bhartruhari Mahtab: ପୋଲିସ ଅଧିକାରୀଙ୍କୁ ମାଡ ମାରିବା ମାମଲାରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଦାଖଲ ହେଲା ଚାର୍ଜଫ୍ରେମ । ଅଧିକ ପଢନ୍ତୁ

ପୋଲିସ ଅଧିକାରୀଙ୍କୁ ମାଡ ମାମଲା, ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଚାର୍ଜଫ୍ରେମ
ପୋଲିସ ଅଧିକାରୀଙ୍କୁ ମାଡ ମାମଲା, ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ: ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଦାଏର ହେଲା ଚାର୍ଜଫ୍ରେମ । ଏହି ମାମଲାରେ ଆଜି ସ୍ବତନ୍ତ୍ର ଏମପି/ଏମଏଲଏ କୋର୍ଟରେ ହାଜର ହୋଇଥିଲେ ଭର୍ତ୍ତୃହରି । ତେବେ ଚାର୍ଜଫ୍ରେମ ଦାଖଲ ହେବା ପରେ ପୋଲିସ ଏହି ମାମଲାର ତଦନ୍ତ ପୁଣି ଥରେ ଆରମ୍ଭ କରିଛି । 2011 ମସିହା ଜାନୁୟାରୀ 23 ତାରିଖରେ ପୋଲିସ ଅଧିକାରୀ ଅମିତାଭ ମହାପାତ୍ରଙ୍କୁ ସାଂସଦ ଭର୍ତ୍ତୃହରି ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ସେତେବେଳେ ଅଭିଯୋଗ ଆଧାରରେ ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ ।

ଏହା ବି ପଢନ୍ତୁ- ରଘୁନାଥଙ୍କ ଅବସ୍ଥା ଭୋଗିବେ ଭର୍ତ୍ତୃହରି ! ପୋଲିସ ଆକ୍ସନ ଉପରେ ନବୀନଙ୍କ ନଜର

ସୂଚନା ଅନୁସାରେ, 2011 ମସିହା ଜାନୁୟାରୀ 23 ତାରିଖରେ କାର୍ଯ୍ୟରତ ପୋଲିସ ଏସଆଇ ଅମିତାଭ ମହାପାତ୍ରଙ୍କୁ ସାଂସଦ ଭର୍ତ୍ତୃହରି ମାଡ ମାରିଥିବା ଅଭିଯୋଗ ହୋଇଥିଲେ । ଅମିତାଭ ଏବେ କମିଶନରେଟ ପୋଲିସରେ ଜଣେ ଏସିପି ଭାବେ କାର୍ଯ୍ୟରତ ଅଛନ୍ତି । ନିଜେ ପୋଲିସ ଅଧିକାରୀ ଅମିତାଭ ଅଭିଯୋଗ କରିଥିଲେ । ଦରଘାବଜର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ଏହି ମାମଲାରେ ଭର୍ତ୍ତୃହରି ଜେଏମଏଫସି କୋର୍ଟରେ ହାଜର ମଧ୍ୟ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ ଆଇପିସିର ଧାରା-341, 323, 294, 353 ଓ 506 ରେ ଏହି ଚାର୍ଜଫ୍ରେମ ଫାଇଲ ହୋଇଛି । ଏପ୍ରିଲ 5 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି (ଏମପି/ଏମଏଲଏ) ସ୍ବତନ୍ତ୍ର କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.