ETV Bharat / state

ସମ୍ବିତ ପାତ୍ରଙ୍କ ମନ୍ତବ୍ୟରେ ତାତିଲା କଂଗ୍ରେସ, କୁଶ ପୁତ୍ତଳିକା ଦାହ ସହ ବିକ୍ଷୋଭ ପ୍ରଦର୍ଶନ - Congress Protest in Rourkela

author img

By ETV Bharat Odisha Team

Published : May 26, 2024, 10:02 PM IST

Congress Protest in Rourkela: ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ । ଅଧିକ ପଢ଼ନ୍ତୁ

Congress Protest in Rourkela
Congress Protest in Rourkela (ETV Bharat Odisha)

ରାଉରକେଲା: ଆଜି ରାଉରକେଲାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯେଉଁଥିରେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନିତ କରିବା ସହ ସାଢ଼େ ଚାରି କୋଟି ଓଡ଼ିଶାର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ପହଞ୍ଚାଇଥିବା ଅଭିଯୋଗରେ ପୁତ୍ତଳିକା ଦାହ କରାଯାଇଥିବା ଜଣାପଡ଼ିଛି । ଏହାକୁ ନେଇ ରାଉରକେଲାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଉରକେଲା ଆମ୍ବେଦକର ଛକ ନିକଟରେ ଦୃଢ଼ ନିନ୍ଦା କରାଯିବା ସହିତ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

Congress Protest in Rourkela (ETV Bharat Odisha)

ସୂଚନାଯୋଗ୍ୟ, ଗତ 20ରେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପାଇଁ ରୋଡ ସୋ’ କରିଥିଲେ । ରୋଡ ସୋ ପୂର୍ବରୁ ସେ ମହାପ୍ରଭୁଙ୍କୁ ଦର୍ଶନ ମଧ୍ୟ କରିଥିଲେ । ହେଲେ ରୋଡ଼ ସୋ ବେଳେ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ କହିବା କଥା ଓଡ଼ିଆଙ୍କ ଭାବାବେଗ ସହ ଖେଳ ଖେଳୁଥିବା କହି ବିରୋଧ ପ୍ରଦର୍ଶନ କରିଛି ରାଉରକେଲା କଂଗ୍ରେସ । ତେବେ ଯାହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହିଛି ଦଳ । ଏହିଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବରେ ଦୁର୍ଭାଗ୍ୟଜନକ ବୋଲି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି । ସମ୍ବିତ ପାତ୍ରଙ୍କ ଏଭଳି ମନ୍ତବ୍ୟ ପ୍ରତିବାଦରେ ବିଜେପି ବିରୋଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତା’ ସହିତ ବିକ୍ଷୋଭକାରୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସମ୍ବିତ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରୋଡ ସୋ’ରେ ସମ୍ବିତ ପାତ୍ରଙ୍କ ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ଦଳ କହିଛି ।

ଏହା ମଧ୍ୟ ପଢ଼ନ୍ତୁ.. ବିଜେଡିର ସ୍ପଷ୍ଟୋକ୍ତି; 'ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କମ ଦରରେ ମିଳୁଛି ବିଜୁଳି' - BJD Press Meet

କେନ୍ଦ୍ରର ବିଜେପି ସରକାର ଯୋଗୁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁହୁ ହୋଇ ବଢୁଛି । ବଡ଼ବଡ଼ ସରକାରୀ ସଂସ୍ଥାକୁ ଶିଳ୍ପପତିଙ୍କୁ ଟେକିଦେବାକୁ ଯୋଜନା କରାଯାଉଛି । ଅନେକ ଜନବିରୋଧୀ ଆଇନ ଯୋଗୁ ଦେଶରେ ବିରୋଧର ସ୍ବର ଉଠୁଥିବା କଂଗ୍ରେସ ଅଭିଯୋଗ କରିଛି । ଆଗାମୀ ଦିନରେ ବିଜେପି ସରକାରକୁ ଉଚିତ ଜବାବ ଦେବାକୁ ଦେଶବାସୀ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି କଂଗ୍ରେସର ବିକ୍ଷୋଭକାରୀ ମାନେ କହିଥିଲେ । ତେବେ ଏଭଳି ମନ୍ତବ୍ୟ ପରେ ସମ୍ବିତ ପାତ୍ର ଗଣମାଧ୍ୟମରେ ଯେତେ ବୟାନ ଦେଲେ ମଧ୍ୟ ଓଡିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କଂଗ୍ରେସ କହିଛି । ରାଜ୍ୟରେ ସରକାର ନକରିବା ଆଗରୁ ଯିଏ ମହାପ୍ରଭୁଙ୍କୁ ଏଭଳି ମନ୍ତବ୍ୟ ଦେଉଛି ସେ ଦଳ ସରକାର ଗଢିଲେ ଆଗକୁ କଣ କରିବ ବୋଲି କହି ପ୍ରଶ୍ନ କରିଛି ରାଉରକେଲା ଜିଲ୍ଲା କଂଗ୍ରେସ । ଏହିଭଳି କୁଠାରଘାତକୁ ବିଲକୁଲ ବରଦାସ୍ତ କରାଯିବ ନାହିଁ ବୋଲି କହିଛ କଂଗ୍ରେସ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.