ETV Bharat / state

ରାଉରକେଲାରେ କଂଗ୍ରେସର ବିଜୟ ହେବ: ବିରେନ୍ଦ୍ରନାଥ ପଟ୍ଟନାୟକ - Rourkela Assembly Constituency

author img

By ETV Bharat Odisha Team

Published : Apr 8, 2024, 12:38 PM IST

Rourkela Assembly Constituency: ରାଉରକେଲା ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବିରେନ୍ଦ୍ରନାଥ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ । ଦଳ କ୍ଷମତାକୁ ଆସିଲେ 5 ଗ୍ୟାରେଣ୍ଟି ପୂରଣ କରିବେ ବୋଲି ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

Rourkela Assembly Constituency
Rourkela Assembly Constituency

ବିରେନ୍ଦ୍ରନାଥ ପଟ୍ଟନାୟକ

ରାଉରକେଲା: ରାଉରକେଲା ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ବିରେନ୍ଦ୍ରନାଥ ପଟ୍ଟନାୟକ । ଟିକେଟ ପାଇବା ପରେ ରାଉରକେଲାରେ କଂଗ୍ରେସର ବିଜୟ ହେବ ଏବଂ ଲୋକେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବେ ବୋଲି କହିଛନ୍ତି ସେ । ଶନିବାର ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଜିଲ୍ଲା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀଙ୍କ ଗହଣରେ କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ଦଳର ଗ୍ୟାରେଣ୍ଟି କାର୍ଡ ଓ ନିର୍ବାଚନରେ ନିଜର ପ୍ରାଥମିକତା ସମ୍ପର୍କରେ ସୂଚନା ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ-ନରସିଂହ ଘୋଷଣା କଲେ କଂଗ୍ରେସ ଗ୍ୟାରେଣ୍ଟି - Congress Guarantee Card

ଚଳିତ ନିର୍ବାଚନରେ କଂଗ୍ରେସର ରହିଛି ପାଞ୍ଚଟି ଗ୍ୟାରେଣ୍ଟି । ପ୍ରଥମ ଗୃହ ଜ୍ୟୋତି ଗ୍ୟାରେଣ୍ଟିରେ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ ଦେୟ ଛାଡ । ଦ୍ବିତୀୟ ଯୁବ ବିକାଶ ଗ୍ୟାରେଣ୍ଟିରେ ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ଓ ବେକାରୀ ଭତ୍ତା ମାସିକ ୩୦୦୦ଟଙ୍କା । ତୃତୀୟ କୃଷକ ବନ୍ଧୁ ଗ୍ୟାରେଣ୍ଟିରେ ବୋନସ ସହ ଧାନର ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩୦୦୦ଟଙ୍କା, କୃଷି ଋଣ ଛାଡ ଏବଂ କୃଷକଙ୍କ ପାଇଁ ମାସିକ ପେନସନ ୨୦୦୦ଟଙ୍କା । ଚତୁର୍ଥ ଗୃହ ଲକ୍ଷ୍ମୀ ଗ୍ୟାରେଣ୍ଟିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ମହିଳାଙ୍କୁ ମାସିକ ଭତ୍ତା ୨୦୦୦ଟଙ୍କା ଏବଂ ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ ଭତ୍ତା ୩୦୦୦ଟଙ୍କା, ମାସକୁ ୫୦୦ଟଙ୍କାରେ ଗ୍ୟାସ୍ ସିଲିଣ୍ଡର । ପଞ୍ଚମ ଜନକଲ୍ୟାଣ ଗ୍ୟାରେଣ୍ଟିରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ଟଙ୍କା, ଚିଟଫଣ୍ଡ ପ୍ରଭାବିତ ଜମାକାରୀମାନଙ୍କୁ ୬ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତଙ୍କର ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ୍ଣ ଅଧିକାର, ୧୦୦ ଦିନ ମଧ୍ୟରେ ପେସା ଆଇନକୁ କଡାକଡି ଭାବେ ଲାଗୁ କରାଯିବ ବୋଲି କହିଛନ୍ତି ବିରେନ୍ଦ୍ର ନାଥ ପଟ୍ଟନାୟକ ।

କଂଗ୍ରେସ କ୍ଷମତାକୁ ଆସିଲେ ଏହି ସବୁ ଗ୍ୟାରେଣ୍ଟି ଜନସାଧାରଣଙ୍କୁ ଦେବ ବୋଲି ଗ୍ୟାରେଣ୍ଟି କାର୍ଡରେ ଉଲ୍ଲେଖ ରହିଥିବା ବେଳେ, ଏଥର ରାଉରକେଲାରେ କଂଗ୍ରେସ ବିଜୟ ହେଲେ ରାଉରକେଲା ସହରର ଶିକ୍ଷା, ସ୍ବାସ୍ଥ୍ୟ, ପିଇବା ପାଣି ଏବଂ ମହାନଗର ନିଗମ ନିର୍ବାଚନକୁ ପ୍ରାଥମିକତା ଦିଆଯିବ । ରାଉରକେଲାରେ ଜିଲ୍ଲା କଂଗ୍ରେସରେ ଥିବା ଗୋଷ୍ଠୀ କନ୍ଦଳ ବର୍ତ୍ତମାନ ପୁଣି ସାମ୍ନାକୁ ଆସିଛି । କିଛିଦିନ ତଳେ ବିରେନ୍ଦ୍ର ନାଥ ପଟ୍ଟନାୟକ ଟିକେଟ ମିଳିବା ପରେ ତାଙ୍କୁ ଜିଲ୍ଲା ସଭାପତି ଏବଂ ପୂର୍ବତନ ବିଧାୟକ ପ୍ରାର୍ଥୀ ଏବଂ ପୂର୍ବତନ ବିଧାୟକ ସହ କର୍ମୀ ଓ ନେତା ବିରୋଧ କରିଥିଲେ । ଏନେଇ ସେ କହିଛନ୍ତି ଯେ, ଯାହା ବି ସମସ୍ୟା ଅଛି ସେ ସବୁ ଖୁବ ଶୀଘ୍ର ଠିକ ହୋଇଯିବ ଏବଂ ସଭିଏଁ ମିଶି କାର୍ଯ୍ୟ କରିବୁ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.