ETV Bharat / state

'ଆମ ଭୂମି' ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Mar 12, 2024, 2:23 PM IST

Ama Bhoomi: ଭୁବନେଶ୍ବରର ଶଙ୍କରପୁରଠାରେ ଆନନ୍ଦବନର ଉଦଘାଟନ ଅବସରରେ ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Ama Bhoomi
Ama Bhoomi

Ama Bhoomi

ଭୁବନେଶ୍ବର: ବିଡିଏର ଆମ ଭୂମି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍କରପୁରଠାରେ ଆନନ୍ଦବନ ଉଦଘାଟନ ଅବସରରେ ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ ସହ ଏହାର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । 5T ଉପକ୍ରମରେ ଏହାକୁ ବିକଶିତ କରାଯାଇଛି । ଆମ ଭୂମି ହେଉଛି ରାଜଧାନୀର କଲ୍ୟାଣ, ସ୍ଥାୟୀତା ଓ ଏକ ସୁଦୃଢ଼ ସହରାଞ୍ଚଳ ପରିବେଶକୁ ପ୍ରୋତ୍ସାହିତ କରୁଥିବା ଖୋଲା ସ୍ଥାନ ସୃଷ୍ଟି ଏବଂ ରକ୍ଷଣାବେକ୍ଷଣ । ଯାହା ଏକ ଶୀତଳ ଏବଂ ଅଧିକ ଜଳବାୟୁ ସହନଶୀଳ ସହରୀ ପରିବେଶକୁ ପ୍ରୋତ୍ସାହିତ କରେ । ଏହା ଭୁବନେଶ୍ୱର ପାଇଁ ଏକ ପରିବର୍ତ୍ତନଶୀଳ ଯୁଗ, କଲ୍ୟାଣ, ସ୍ଥାୟୀତା ଓ ଏକ ସୁଦୃଢ଼ ସହରାଞ୍ଚଳକୁ ପ୍ରୋତ୍ସାହିତ କରୁଛି ।

ରାଜଧାନୀରେ ଖୋଲା ସ୍ଥାନର ବଢ଼ୁଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ପାର୍କ, ଖେଳ ପଡିଆ, ବହୁମୁଖୀ ଖେଳ ପଡିଆ, ଜଳାଶୟ, ଓ ଗ୍ରୀନ୍ ୱେ ଭଳି ପାଞ୍ଚଟି ସ୍ବତନ୍ତ୍ର ସମ୍ପତ୍ତି ଚିହ୍ନଟ କରାଯିବ । ଏହି ନୀତି ଅଧୀନରେ ଉନ୍ନୟନ ମଡେଲ ମାଧ୍ୟମରେ ଜମିକୁ ଖୋଲା ସ୍ଥାନ ଭାବରେ ବିକଶିତ କରାଯିବ, ଏକ ସ୍ୱତନ୍ତ୍ର ପାଣ୍ଠି ପ୍ରତିଷ୍ଠା କରାଯିବ ଏବଂ ଖୋଲା ସ୍ଥାନ ବ୍ୟବସ୍ଥା ପାଇଁ ବର୍ତ୍ତମାନର ବ୍ୟବସ୍ଥାରେ ଆହ୍ୱାନର ମୁକାବିଲା ପାଇଁ ଏକ ସଂସ୍ଥାଗତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ଏହା ମଧ୍ୟ ପଢନ୍ତୁ- ସର୍ବସାଧାରଣଙ୍କ ପାଇଁ ଖୋଲିଲା ଆନନ୍ଦବନ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏହି ପଦକ୍ଷେପ କେବଳ ବର୍ତ୍ତମାନର ଖୋଲା ସ୍ଥାନ ଏବଂ ଆବଶ୍ୟକ ମାନକ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରେ ନାହିଁ ବରଂ ସହରରେ ପାର୍କ ଏବଂ ଖୋଲା ସ୍ଥାନ ଆୟୋଜନ ଦିଗରେ ଏକ ବ୍ୟାପକ ଏବଂ ଶୃଙ୍ଖଳିତ ଆଭିମୁଖ୍ୟର ରୂପରେଖ ମଧ୍ୟ ଦେଇଥାଏ । ଯାହାଦ୍ୱାରା ଆମେ ଏସବୁକୁ ଭବିଷ୍ୟତ ପାଇଁ ଆମ ଭୂମିର ଅସ୍ତିତ୍ୱ ଭାବରେ ସଂରକ୍ଷଣ କରି ରଖିପାରିବା ବୋଲି କହିଛନ୍ତି ବିଡିଏ ଉପାଧକ୍ଷ ବଳବନ୍ତ ସିଂ । ଏହିସବୁ ସଂରକ୍ଷଣର ଅଧିନିୟମ ଭାରତ ସରକାରଙ୍କ ଦ୍ୱାରା ୨୦୧୫ରେ କରାଯାଇଥିଲା । ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜନସଂଖ୍ୟା ସହ ପରିବେଶର ସନ୍ତୁଳନକୁ ବଞ୍ଚାଇ ରଖିବା ।

ତେବେ ବିଡିଏ ପକ୍ଷରୁ ସହରସ୍ତରରେ 'ଆମ ଭୂମି'କୁ ସର୍ବୋଚ୍ଚ ପ୍ରାଥମିକତାମୂଳକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି । ଆମ ଭୂମି ଯାହାର ଅର୍ଥ ହେଉଛି ଆସିଓରିଂ ମାସ୍‌ ଆକ୍ସେସ୍‌ ଥ୍ରୁ ଭୁବନେଶ୍ବର ଓପନ ସ୍ପେଶ୍‌ ଓନରସିପ୍‌ ମ୍ୟାନେଜ୍‌ମେଣ୍ଟ ଅର୍ଥାତ ଲୋକଙ୍କ ପାଇଁ ଖୋଲା ପରିବେଶର ପରିଚାଳନା କରିବା ଏହି ଆମ ଭୂମିର ସମ୍ପୂର୍ଣ୍ଣ ଯଥାର୍ଥତାକୁ ବୁଝାଉଛି ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.