ETV Bharat / state

କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ

author img

By ETV Bharat Odisha Team

Published : Mar 11, 2024, 9:27 PM IST

Climate Change Effect Seen On Coffee Crop: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ଉତ୍କଟ ସମସ୍ୟା ଭାବରେ ଉଭା ହୋଇଛି । କୋରାପୁଟରେ କଫି ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ିଛି । ଅଧିକ ପଢ଼ନ୍ତୁ

କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ
କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ

କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ

କୋରାପୁଟ: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ଉତ୍କଟ ସମସ୍ୟା ଭାବରେ ଉଭା ହୋଇଛି । ଏଥିପାଇଁ ପାଣିପାଗ ଓ ଋତୁଚକ୍ର ମଧ୍ୟରେ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି । ଏହାର ଫଳ ସ୍ବରୂପ ଅସ୍ବାଭାବିକ ବର୍ଷା, ଖରା, ଶୀତ ଆଦି ଅନୁଭୂତ ହେଉଛି । ତେବେ ଏହି ଜଳବାୟୁ ପରିବର୍ତ୍ତନ କଫି ଚାଷ ଉପରେ ମଧ୍ୟ ପ୍ରଭାବ ପକାଇଛି । ସାରା ବିଶ୍ବରେ କଫି ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ିଥିବା ବେଳେ କୋରାପୁଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି କଫି ଚାଷୀ ।

କଫି ଚାଷ ଆଗେଇ ଚାଲିଛି କୋରାପୁଟ ଜିଲ୍ଲା । କୋରାପୁଟରେ ଜଳବାୟୁ, ମୃତ୍ତିକା ତଥା ଭୂଭାଗ କଫି ଚାଷ ନିମନ୍ତେ ଅତ୍ୟନ୍ତ ଅନୁକୂଳ ଥିବା ବେଳେ ଗତ କିଛି ବର୍ଷ ଧରି ବିଶ୍ବବ୍ୟାପୀ ଜଳବାୟୁର ପରିବର୍ତ୍ତନ ଫଳରେ କୋରାପୁଟର ପାଣିପାଗରେ ମଧ୍ୟ ଫରକ୍ ପରିଲକ୍ଷିତ ହୋଇଛି । ପ୍ରତିବର୍ଷ ଅକ୍ଟୋବର ଶେଷ ସପ୍ତାହ ଆଡ଼କୁ ବର୍ଷା ଛାଡି ଯାଇ ଶୀତ ଆସିବା ପୂର୍ବରୁ ଖରା ପଡ଼ିବା ଦ୍ଵାରା କଫି ଫଳ ପାଚିବାରେ ସହାୟକ ହୋଇଥାଏ ।

କିନ୍ତୁ ଗତ ବର୍ଷ କୋରାପୁଟ ଅଞ୍ଚଳରେ ହୋଇଥିବା ଅନିୟମିତ ବୃଷ୍ଟିପାତ ଯୋଗୁଁ ଚଳିତ ବର୍ଷ କଫି ଚାଷ ବିଶେଷ ପ୍ରଭାବିତ ହୋଇଥିବା କହିଛନ୍ତି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଛୋଟାଗୁଡା ସ୍ଥିତ ବ୍ରାଉନ ଭେଲି କଫି ବଗିଚାର କଫି ଉଦ୍ୟୋଗୀ ସୁଜୟ ପ୍ରଧାନ । ସେପଟେ ଏହି କାରଣରୁ ଶତକଡା ୩୦ରୁ ୪୦ ଭାଗ କଫି ଉତ୍ପାଦ ହ୍ରାସ ପାଇଥିବା ରାଜୁଗୁଡା ସ୍ଥିତ ସପ୍ତଗିରି କଫି ବଗିଚାର ଉଦ୍ୟୋଗୀ ଶୁଶାନ୍ତ ପଣ୍ଡା କହିଛନ୍ତି ।

ତେବେ ଏହାକୁ ନେଇ ଚିନ୍ତା ବୃଦ୍ଧି ପାଇଥିବା ବେଳେ କଫି ଚାଷୀ ବଦଳୁଥିବା ଜଳବାୟୁ ସହ ଖାପଖୁଆଇ କିପରି ଫଳ ତୋଳିବାରେ ସକ୍ଷମ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ଆନ୍ତର୍ଜାତୀୟ ସଂସ୍ଥା ଟାଟା କଫିର ସ୍ୱତନ୍ତ୍ର ଅଧିକାରୀ ଆୟାପ୍ପା ମତ ରଖିଛନ୍ତି । ଜଳବାୟୁର ପରିବର୍ତ୍ତିତ ସ୍ଥିତିକୁ ଆଖିରେ ରଖି କଫି ବଗିଚାର କିପରି ସୁପରିଚାଳନା କରି କଫି ଉତ୍ପାଦନକୁ ବୃଦ୍ଧି କରିହେବ ସେ ସମ୍ପର୍କରେ ଶ୍ରୀ ଆୟାପ୍ପା ସଚେତନ କରାଇଥିବା କେଲାର ଗ୍ରାମସ୍ଥିତ ମଧୁ ଏଗ୍ରୋ କଫି ବଗିଚାର ମହିଳା ଉଦ୍ୟୋଗୀ ରାଜେଶ୍ୱରୀ ରେଡ୍ଡୀ ସୂଚନା ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କଫି ମିଶନ କୋରାପୁଟରେ ଆଣିଦେବ ଅଧିକ କଫି ଉତ୍ପାଦନ

କୋରାପୁଟ କଫିର ଚାହିଦା ବୃଦ୍ଧି ପାଇଥିବା ଯୋଗୁଁ ଜିଲ୍ଲାରେ ବର୍ତ୍ତମାନ ୧୭୦୦ହେକ୍ଟର ଜମିରେ କଫି ଚାଷ କରାଯାଉଥିବା ବେଳେ ଆସନ୍ତା ୩ ରୁ ୫ ବର୍ଷ ମଧ୍ୟରେ ୫୦୦୦ ହେକ୍ଟର ଜମିରେ କଫି ଚାଷ କରାଯିବାର ଯୋଜନା ରହିଛି । ତେବେ ଏଥିପାଇଁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ହୋଇପଡିଛି ବୋଲି ଚାଷମାନେ ମତ ରଖିଛନ୍ତି ।

କୋରାପୁଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.