ETV Bharat / state

କଫି ମିଶନ କୋରାପୁଟରେ ଆଣିଦେବ ଅଧିକ କଫି ଉତ୍ପାଦନ

author img

By ETV Bharat Odisha Team

Published : Jan 23, 2024, 11:02 PM IST

Koraput Coffee: ରାଜ୍ୟରେ କଫି ଚାଷକୁ ସଂପ୍ରସାରଣ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ସୋମବାର ଓଡିଶା ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ଦେବା ପରେ କୋରାପୁଟରେ କଫିର ବ୍ୟାପକତାକୁ ନେଇ ନୂତନ ଆଶା ସଂଚାରିତ ହୋଇଛି । ଅଧିକ ପଢ଼ନ୍ତୁ

କଫି ମିଶନ
କଫି ମିଶନ

କଫି ମିଶନ

କୋରାପୁଟ: ରାଜ୍ୟରେ କଫି ଚାଷକୁ ସଂପ୍ରସାରଣ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ସୋମବାର ଓଡିଶା ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ଦେବା ପରେ କୋରାପୁଟରେ କଫିର ବ୍ୟାପକତାକୁ ନେଇ ନୂତନ ଆଶା ସଂଚାରିତ ହୋଇଛି । ରାଜ୍ୟରେ କଫି ଚାଷ ୧୦ ହଜାର ଏକର ଜମିରୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ । କୋରାପୁଟରେ ବହୁ ପରିମାଣରେ କଫି ଚାଷ କରାଯାଉଥିବାରୁ ରାଜ୍ୟ କ୍ୟାବିନେଟର ଏଭଳି ନିଷ୍ପତ୍ତି କଫି ଉତ୍ପାଦନକୁ ଆହୁରି ବୃଦ୍ଧି କରିବ । ରାଜ୍ୟ ସରକାରଙ୍କ ଏହି ଭଳି ଯୋଜନାକୁ କୋରାପୁଟ ଜିଲ୍ଲାର କଫି ଚାଷୀ ସ୍ବାଗତ କରିଛନ୍ତି ।

ତେବେ ରାଜ୍ୟରେ ଆସନ୍ତା 10 ବର୍ଷରେ 10 ଗୁଣା କଫି ଚାଷ ବଢ଼ିବ । ବର୍ତ୍ତମାନ ରାଜ୍ୟରେ 10 ହଜାର ଏକର ଜମିରେ କଫି ଚାଷ କରାଯାଉଛି । ସ୍ଥାୟୀ ଜୀବିକା ପାଇଁ ରାଜ୍ୟ ସରକାର କଫି ଚାଷ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଓଡ଼ିଶାର 6 ଟି ଜିଲ୍ଲା ଯଥା କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ,କେନ୍ଦୁଝର, ଗଜପତି ଜ଼ିଲ୍ଲା ଅନ୍ତର୍ଭୁକ୍ତ ରହିଛି । କଫି ଚାରା ପ୍ରସ୍ତୁତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠିମାନଙ୍କୁ ସାମିଲ କରାଯିବ । ଏହି ଯୋଜନା ନିମନ୍ତେ 2026-27 ସୁଦ୍ଧା 1144 କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହା ମଧ୍ୟ ପଢ଼ନ୍ତୁ.....କ୍ୟାବିନେଟ ନିଷ୍ପତ୍ତି; ୬ ଜିଲ୍ଲାରେ ୧ ଲକ୍ଷ ଏକରକୁ ସଂପ୍ରସାରଣ ହେବ କଫି ଚାଷ, ଖର୍ଚ୍ଚ ହେବ ୧୧୪୪ କୋଟି

କୋରାପୁଟ କଫି ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । କିଛି ବର୍ଷ ହେବ କୋରାପୁଟ ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଜଙ୍ଗଲ ନଷ୍ଟ । ଜଙ୍ଗଲ ନଷ୍ଟ ହେବା ଫଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । କଫି ମିଶନ ହେବା ଦ୍ଵାରା ଜଙ୍ଗଲ ସୃଷ୍ଟି ହେବ । ଜଙ୍ଗଲ ସୃଷ୍ଟି ହେଲେ କୋରାପୁଟ ତାର ପୂର୍ବ ଜଳବାୟୁକୁ ଫେରି ପାରିବ ବୋଲି ଆଶା କରାଯାଉଛି ।

କୋରାପୁଟର ସେମିଲିଗୁଡାରେ 114 ହେକ୍ଟର, ଦଶମନ୍ତପୁରରେ 540 ହେକ୍ଟର, ଲକ୍ଷ୍ମୀପୁରରେ 303 ହେକ୍ଟର, ନନ୍ଦପୁରରେ 352 ହେକ୍ଟର, କୋରାପୁଟ ବ୍ଲକରେ 271 ହେକ୍ଟର, ବୋରିଗୁମ୍ମାରେ 31 ଓ ପଟ୍ଟାଙ୍ଗିରେ 40 ହେକ୍ଟର ଜମିରେ କଫି ଚାଷ କରାଯାଉଛି । ଜିଲ୍ଲାରେ ସର୍ବମୋଟ 3 ହଜାର 86 ହେକ୍ଟର ଜମିରେ କଫି ଚାଷ ହେଉଥିବା ବେଳେ ବେସରକାରୀ ଭାବେ 2 ହଜାରରୁ ହେକ୍ଟରରୁ ଉର୍ଦ୍ଧ୍ବ ଜମିରେ କଫି ଚାଷ କରାଯାଉଛି । ମୋଟାମୋଟି ଭାବରେ କୋରାପୁଟରେ ସର୍ବମୋଟ 5 ହଜାର ହେକ୍ଟରରୁ ଉର୍ଦ୍ଧ ଜମିରେ କଫି ଚାଷ କରାଯାଉଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.