ETV Bharat / state

ବଢ଼ିଲା ଅନୁଭବ ମହାନ୍ତିଙ୍କ ଅଡୁଆ, ୧୦ରେ ଦାଖଲ ହେବ ଚାର୍ଜଫ୍ରେମ - charge frame against Anubhav

author img

By ETV Bharat Odisha Team

Published : May 9, 2024, 10:58 AM IST

Charge frame against Anubhav Mohanty: ବଢ଼ିଲା ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ । ବର୍ଷାଙ୍କ ଅଭିଯୋଗ ମାମଲାରେ ଡିସଚାର୍ଜ ପିଟିସନ ଖାରଜ କଲେ ଜେଏମଏଫସି କୋର୍ଟ । ୧୦ ତାରିଖରେ ଫାଇଲ ହେବ ଚାର୍ଜଫ୍ରେମ । 2020ରେ ଘରୋଇ ହିଂସା ଅଭିଯୋଗ କରିଥିଲେ ବର୍ଷା । ଅଧିକ ପଢନ୍ତୁ

ବଢ଼ିଲା ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ, ୧୦ ରେ ଦାଖଲ ହେବ ଚାର୍ଜଫ୍ରେମ
ବଢ଼ିଲା ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ, ୧୦ ରେ ଦାଖଲ ହେବ ଚାର୍ଜଫ୍ରେମ (ETV Bharat Odisha)

କଟକ: ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ହିଂସା ଅଭିଯୋଗ ମାମଲାରେ ବଢିବାକୁ ଯାଉଛି ଅନୁଭବ ମହାନ୍ତିଙ୍କ ଅଡୁଆ । ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି କଟକ ‘ଜେଏମଏଫସି କୋର୍ଟ’ । ବର୍ଷାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ମିଥ୍ୟା ବୋଲି ଦର୍ଶାଇ ଉକ୍ତ ମାମଲାରୁ ମୁକ୍ତି ପାଇଁ ଡିସଚାର୍ଜ ପିଟିସନ ଦାଏର କରିଥିଲେ ଅନୁଭବ । ହେଲେ କୋର୍ଟ ଏହାକୁ ଖାରଜ କରିବା ସହ ମେ’ 10 ତାରିଖରେ ଚାର୍ଜଫ୍ରେମ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ସାଂସଦ-ବିଧାୟକଙ୍କ ବିରୋଧରେ ରହିଥିବା ଫୌଜଦାରୀ ମାମଲା ଶୁଣାଣି ପାଇଁ ଗଠିତ ‘ଜେଏମଏଫସି’ ଦୀପଙ୍କର ବଳଙ୍କ ଅଦାଲତରେ ଗତକାଲି ଅନୁଭବଙ୍କ ଡିସଚାର୍ଜ ପିଟିସନର ଶୁଣାଣି ହୋଇଥିଲା । ଚାର୍ଜସିଟରେ ରହିଥିବା ତଥ୍ୟ ପ୍ରମାଣକୁ ବିଚାରକୁ ନେଇ ଅନୁଭବଙ୍କ ପିଟିସନକୁ ଖାରଜ କରିଦେଇଥିଲେ କୋର୍ଟ । ପିଟିସନ ଖାରଜ କରିବା ପରେ ଅନୁଭବଙ୍କ ବିରୋଧରେ ଅଦାଲତରେ ମାମଲାର ଶୁଣାଣି ଜାରି ରହିବ । ମେ’ ୧୦ ତାରିଖରେ ମାମଲାରେ ଚାର୍ଜଫ୍ରେମ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଅନୁଭବଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି । ଏହି ମାମଲାରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ଚାର୍ଜଫ୍ରେମ୍ ଦାଖଲ କରାଯିବ । ମାମଲାର ଶୁଣାଣି ସମୟରେ ସେମାନେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।


ଏହା ମଧ୍ୟ ପଢନ୍ତୁ :-କାର୍ ଭିତରୁ ଗୋଟିଏ ପରିବାରର 3 ଜଣଙ୍କ ମୃତଦେହ ଉଦ୍ଧାର - JHARSUGUDA SHOCKING Incident

୨୦୨୦ ମସିହାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ଏତଲା ଦେଇଥିଲେ । ପୋଲିସ ଭାରତୀୟ ଦଣ୍ଡ ସଂହିତା (ଆଇପିସିର) ଦଫା-୪୯୮(କ), ୩୪୧, ୫୦୬ ଓ ୩୪ ଅନୁସାରେ ଅନୁଭବ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ଅନୁଭବ ଓ ଅନ୍ୟମାନଙ୍କ ବିରୋଧରେ ୨୦୨୩ ମସିହା ଡିସେମ୍ବର ୧୮ ତାରିଖରେ ପୋଲିସ ପ୍ରଥମେ ଚାର୍ଜସିଟ ଦାଖଲ କରିଥିଲା । ଉପଯୁକ୍ତ ପ୍ରମାଣ ନଥିବାରୁ ଏହି ମାମଲାରୁ ତାଙ୍କୁ ଡିସଚାର୍ଜ କରାଯାଉ ବୋଲି ଦର୍ଶାଇ ଅନୁଭବଙ୍କ ତରଫରୁ ଏକ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା । ଅନୁଭବଙ୍କ ପିଟିସନକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । କୋର୍ଟ ଗତକାଲି ଶୁଣାଣିରେ ଏହି ମାମଲାକୁ ଖାରଜ କରିବା ସହ ଚାର୍ଜଫ୍ରେମ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.