ETV Bharat / state

କାର୍ ଭିତରୁ ମିଳିଲା ଗୋଟିଏ ପରିବାରର 3 ଜଣଙ୍କ ମୃତଦେହ, ନିଜକୁ ନିଜେ କରିଥିଲେ ଗୁଳି ! - JHARSUGUDA SHOCKING Incident

author img

By ETV Bharat Odisha Team

Published : May 9, 2024, 9:57 AM IST

Updated : May 9, 2024, 4:03 PM IST

Jharsuguda Shocking Incident: ଝାରସୁଗୁଡାର ଏକ ଖେଳ ପଡିଆରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର । ନିଜକୁ ନିଜେ କରିଥିଲେ ଗୁଳି କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

Jharsuguda Shocking
Jharsuguda Shocking (ETV Bharat Odisha)

JHARSUGUDA SHOCKING INCIDENT (ETV Bharat Odisha)

ଝାରସୁଗୁଡା: ଝାରସୁଗୁଡାରେ ଚାଞ୍ଚଲ୍ୟ । ଅନଲାଇନ ବ୍ୟାଟିଂ ହେଲା କାଳ । ଟଙ୍କା ଲଗାଇ କ୍ଷତି ହେବାରୁ ଚାଲିଗଲା 3 ଜୀବନ । ବନ୍ଦ କାର୍ ଭିତରୁ ମିଳିଲା ଗୋଟିଏ ପରିବାରର 3 ଜଣଙ୍କ ମୃତଦେହ । ମୃତକମାନେ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କର 12 ବର୍ଷର ଝିଅ । ତେବେ ସ୍ତ୍ରୀ ଓ ଝିଅକୁ ଗୁଳିକରି ହତ୍ୟା କରିବା ପରେ ସ୍ବାମୀ ନିଜ ଜୀବନ ହାରିଛନ୍ତି । ଏନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି । ଲଖନପୁର ବଣିପାହାଡ଼ ନିକଟ ପଡ଼ିଆରେ ଏହି ଘଟଣା ଘଟିଛି । କାର ମଧ୍ୟରୁ ତିନି ଜଣଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତ ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର । ଏହା ହତ୍ୟା ନା ଆତ୍ମହତ୍ୟା ଜନିତ ମୃତ୍ୟୁ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

JHARSUGUDA SHOCKING INCIDENT
JHARSUGUDA SHOCKING INCIDENT (ETV Bharat Odisha)

ଏନେଇ ଏସପି ସୂଚନା ଦେଇ କହିଛନ୍ତି, ଅନଲାଇନର ବିଭିନ୍ନ ଆପରେ ବେଟିଂ କରି ଲକ୍ଷାଧିକ ଟଙ୍କା କ୍ଷତି ସହିବା ସହ ସହିତ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଋଣଗ୍ରସ୍ତ ଥିଲା ମୃତକ ସୁଜିତ ରୟ । ପୋଲିସ ମୋବାଇଲ ମେସେଜ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ପାଇଥିବା ଆଧାରରେ ସୁଜିତ ଋଣଗ୍ରସ୍ତ ରହିଥିଲେ । ଗୋଟିଏ ମାସରେ ଗୋଟିଏ ଆପରେ 4 ଲକ୍ଷ 20 ହଜାରରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହୋଇଥିବା ଝାରସୁଗୁଡା SP ସୂଚନା ଦେଇଛନ୍ତି । ତେବେ ଏହିଭଳି ଅନଲଆଇନ ବେଟିଂରୁ ଆଜିର ଯୁବପିଢ଼ି ନିବୃତ ରୁହନ୍ତୁ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ନିବେଦନ କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ତିନି ମୃତକ ଗୋଟିଏ ପରିବାରର । ସ୍ବାମୀ ସୁଜିତ ରାୟ ତାଙ୍କ ସ୍ତ୍ରୀ ଖୁସବୁ ରାୟ ଓ ୧୨ ବର୍ଷୀୟ ଝିଅ ଅର୍ପିତା ରାୟ । ସମସ୍ତ ମୃତକଙ୍କ ମୁଣ୍ଡରେ ଗୁଳି ବାଜିଥିବା ଚିହ୍ନ ରହିଛି ଏବଂ କାରରେ ମଧ୍ୟ ଗୁଳି ଦାଗ ରହିଛି । ସୁଜିତ ରାୟ ସ୍ତ୍ରୀ ଏବଂ ଝିଅକୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । କାର ଏବଂ ବନ୍ଧୁକକୁ ପୋଲିସ ଜବତ କରିଛି l ସାଇଣ୍ଟିଫିକ ଟିମ ଉପସ୍ଥିତରେ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ମଧ୍ୟ ପଢନ୍ତୁ-ଭୁବନରେ ଚାଞ୍ଚଲ୍ୟ, ଝିଅର କାଠ ଫାଳିଆ ମାଡରେ ଆଖି ବୁଜିଲା ମା’ - Daughter Killed Mother

ଆଜି (ଗୁରୁବାର) ସକାଳ ସମୟରେ ବଣିପାହାଡ଼ ନିକଟରେ ଥିବା ପଡିଆରେ କାର୍ ଭିତରେ ତିନି ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ବର୍ତ୍ତମାନ ମୃତଦେହ ଗୁଡିକୁ ଉଦ୍ଧାର କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ଏହି ଘଟଣା ପଛର କାରଣ କ'ଣ ହୋଇଥାଇପାରେ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ପ୍ରାଥମିକ ତଦନ୍ତରୁ ସୁଜିତ ରାୟ ସ୍ତ୍ରୀ ଏବଂ ଝିଅକୁ ଗୁଳି କରିବା ପରେ ନିଜେ ଜୀବନ ହାରିଛନ୍ତି । ଯଦି ଏମିତି ହୋଇଥାଏ ତେବେ କେଉଁ କାରଣକୁ କେନ୍ଦ୍ରକରି ସୁଜିତ ଏମିତି ଜଘନ୍ୟ କାଣ୍ଡ ଭିଆଇଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଝାରସୁଗୁଡା

Last Updated : May 9, 2024, 4:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.